କପେ ଚାହା

କପେ ଚାହା - ସଂଗ୍ରାମ ମହାରଣା

ସଂଗ୍ରାମ ମହାରଣା, shubhdristi, odia, story, odia gapa


ଝିଅ-ତୁମେ ପୁଣି ଚାହା !

କେବେଠୁ ?


ପୁଅ-ନାଇଁ ସେମିତି କିଛି ନାହିଁ । କିଛି ବ୍ୟସ୍ତ ଜୀବନର ସମୟରେ ନିଜକୁ ଅଳ୍ପ କିଛି ସମୟ ପାଇଁ ହଜେଇଦିଏ ,ବାସ୍ ଟିକେ କିଛି ଭାବିବାକୁ ସମୟ ମିଳିଯାଏ ।


ଝିଅ-ଆରେ ଥାଉ ଥାଉ ।

ତୁମର ସେ ବିସ୍ତାରିତ ଭାଷା ଆଜି ବି ମତେ ଅସ୍ପଷ୍ଚ ଲାଗେ ।


ପୁଅ-ମୁଁ ତ କିଛି ବିସ୍ତାର କରିନି ।

ମୋ କହିବାର ମାନେ,ମାନେ ହେଲା ..... ।

ଆଚ୍ଛା ଛାଡ ସେ କଥା ।

ହଠାତ୍ କେମିତି ଆଜି ଏ ସହର ରେ ?

 କଣ ପାର୍ଟି ଆଟେଣ୍ଡ ନା କିଛି ନୁଆ ବିଜନେସ ପ୍ଲାନ ?

 ଆରେ ହଁ ହଁ ,congratulations ,

ଶୁଣିଲି ନୁଆ job ପାଇଁ foreign ଯାଉଛ ।


     ଝିଅ-How strange ? ପ୍ରତି ମୁହୂର୍ତ୍ତରେ argument କରିବା ପିଲା ତୁମେ ,ହେଲେ ଆଜି argument କୁ କଥା ରେ କଥା ରେ divert କରି ସଂପୂର୍ଣ୍ଣ ବିଷୟ ବସ୍ତୁ କୁ ବଦଳେଇ ଦେଲ । ଏମିତି କେମିତି ବଦଳିଗଲ ।


 (ପୁଅ ଟି ମନେ ଭାବୁଥିଲା ଏମିତି ବାରମ୍ବାର ନିଜକୁ ବଦଳେଇବାର ଦ୍ୱାହି ଦେଇ କେବେ ବଦଳିନଥିବା ପିଲା କୁ ବଦଳିବାର ଦୋଷ ରେ ଦୋଷୀ ସାବ୍ୟସ୍ତ କରିବାର ମାନେ କଣ)


     ପୁଅ- ଆରେ ନା ନା ସେମିିତି କିଛି ନାହିଁ । ତୁମେ ଏମିତି ଜିରା ରୁ ସିରା କାଢିବା ଛାଡିନ ଯେ ...?


    ଝିଅ- ( ଟିକେ ସ୍ମିତ ହସରେ) ହା ହା, ଯଦି ବଦଳିଥାନ୍ତି ତାହେଲେ ଆଜି ତୁମ କୁ ଦେଖିଲା ପରେ କଣ ତୁମ ସହ ଚାହା ପିଇ ଥାନ୍ତି । ହୁଏ ତ ମୁହଁ ବୁଲେଇ ଅଚିହ୍ନା ଅଜଣା ପରି ଚାଲି ଯାଇଥାନ୍ତି ନଚେତ୍ ଲକ୍ଷ ଲକ୍ଷ ଗହଳି ଭିତରେ ତୁମକୁ ବି ଅପରିଚିତ ର ସଜ୍ଞା ଦେଇଥାନ୍ତି । ଆଚ୍ଛା ଶୁଣିଲି ବହୁତ ଆଗକୁ ଯାଇଛ । ଅଳ୍ପ ଅଳ୍ପ ଲେଖି ତୁମେ ଆଜି ବହୁତ ବଡ writter ହେଇଛ ।ତୁମର book ମଧ୍ୟ publish ହେଇସାରିଛି ।ସତରେ ତୁମେ ତୁମ ଠିକଣା ଯାଗାରେ ପହଁଞ୍ଚିଗଲ ବୋଧେ |


    ପୁଅ- ଯଦି ଠିକଣା ଥାନ୍ତା ତାହେଲେ ଏମିତି କଣ ରାସ୍ତା କଡରେ ବୁଲୁଥାନ୍ତି ନା ତୁମର ନଜର ପଡିଥାନ୍ତା ,ହେଲେ ଏ ସହର ରେ ତୁମକୁ ଦେଖି ଆଶ୍ଚର୍ଯ୍ଯ ,ଏଠିକି ଆସିବାର କାରଣ ତ କହିଲନି ?


   ଝିଅ- ତୁମକୁ କିଛି ଅସୁବିଧା ଅଛି କି ମୁଁ ଏଠିକି ଆସିଲେ ?


 ପୁଅ - ଆରେ ନା ନା,ମତେ କାହିଁକି ଅସୁବିଧା ହେବ ।ମୁଁ ବାସ୍ ଏମିତି ପଚାରିଲି ।


ଝିଅ- ହା ହା ,ଆଜି ବି ତୁମେ diplomatic question କୁ ଡରିଯାଉଛ। actually କଥା କଣ କି foreign ଯିବା ପୂର୍ବରୁ କିଛି ପୁରୁଣା ଷ୍ଟାଫ୍ ମତେ farewell ଦବା ପାଇଁ ଡାକିଥିଲେ ।


ପୁଅ -You mean party.


    ଝିଅ- ହଁ ,ସେମିତି କିଛି । ଆଉ ତୁମ କଥା କଣ ? କେମିତି ଅଛ ? କଣ ଖବର?


    ପୁଅ- ଗୋଟେ କଥା ପଚାରିବି ,ସତ କହିବ?


ଝିଅ-ଆରେ ଆରେ ଆଜି ବି ତୁମେ permission ମାଗୁଛ । କିଛି ପଚାରିବାକୁ ଏତେ formality mentain ଯମା ବି ଭଲ ନୁହେଁ । ମୁଁ ଆଗରୁ ବି ତମକୁ କହିଛି ହେଲେ ତୁମେ ବିଲକୁଲ ବି ବଦଳିନ ।ନିଜକୁ ବଦଳାଅ । ଯୁଗ ସହ ସମୟ ସହ ତାଳ ଦେଇ ଆଗକୁ ଚାଲ ନହେଲେ ପଛରେ ପଡିଯିବ ଯେ । ଆଉ ତା ପରେ କିଛି ଗୋଟେ ଚାକିରି କରି income କର ।ଏ internet ଯୁଗରେ କିଏ ଆଉ ବହି ପଢୁଛି ?କଣ ପଚାରିବ ପରା ପଚାରୁନ ।


ପୁଅ-ତୁମେ କଣ ଏକା ଆସିଛ ?


ଝିଅ- Oh my god , ଏତେ କିଛି କହିଲି ଭାବିଲି ତୁମ ପ୍ରଶ୍ନ ବଦଳିଯିବ ବୋଲି ହେଲେ ତୁମେ ! ନା ଏକା ଆସିନି ,ମୋ ସହ ସମର୍ଥ ମଧ୍ୟ ଆସିଛନ୍ତି। ଏଇ ପାଖ library କୁ ଯାଇଛନ୍ତି । biography book ତାଙ୍କୁ ବହୁତ ଭଲ ଲାଗେ।ଆସୁ ଆସୁ ଶୁଣିଲେ କି ଏ ସହର ର ଜଣେ କିଏ ନୁଆ ଲେଖକ ତାଙ୍କ ଜୀବନ କାହାଣୀ କୁ ତାଙ୍କ ପ୍ରେମିକା ର ନାଁ ଦେଇ book publish କରିଛନ୍ତି।ଶୁଣୁ ଶୁଣୁ ସେ ବହିଟିକୁ ଖୋଜି ବୁଲୁଛନ୍ତି , କେତେ କହିଲିଣି online ରେ ପଢିଦିଅ । E- book ର Facilities ହେଲାଣି ,ଟଙ୍କା ବି କମିଯିବ ଆଉ ଘରେ ଅଳିଆ ହେବନି ,ନିଜ କାମ, ବିଜନେସ୍ ,ଅଫିସ୍ ,ମିଟିଙ୍ଗ ସବୁ ପରେ ଘରେ ଏଠି ସେଠି ସବୁ ଅସଜଡା ବହି କୁ ସଜାଡିବା ପାଇଁ ମୋ ପାଖରେ ସମୟ ନାହିଁ ,ଘର ଟାକୁ ଗୋଟେ ବହି ଦୋକାନ କରିସାରିଲେଣି ,ଆଚ୍ଛା ଛାଡ ତୁମେ ତ ସମର୍ଥ କୁ କେବେ ଦେଖିନ ?

  

ପୁଅ- ନା 


ଝିଅ- ତମେ ବାହାଘର କୁ କାହିଁକି ଆସିଲନି ?


ପୁଅ-ନାହିଁ ମୁଁ ଟିକେ ବ୍ୟସ୍ତ ରହିଗଲି ।ଆଉ ବ୍ୟସ୍ତ ଭିତରେ ଯାଇ ପାରିଲିନି 

(ମନେ ମନେ କହିଲି ବିନା ନିମନ୍ତ୍ରଣରେ ଗାଁ ମଉଚୁକ ଭଲ ଲାଗେ ,ହେଲେ ପ୍ରେମିକାର ବାହାଘର ଭୋଜି ନୁହେଁ)


ଝିଅ-ହଉ ଥାଉ ଥାଉ ,ସେ excuse ସବୁ ମତେ ଶୁଣାଅନା ।


(ସେତିକି ବେଳେ ଗୋଚେ କାର୍ ଆସି ଲାଗିଲା ,ସେଥିରୁ କେହିଜଣେ ଓହ୍ଲେଇ କିଛି କହିବାକୁ ଆରମ୍ଭ କଲା ବେଳେ )


 ଝିଅ- ଏଇ ତ ସମର୍ଥ ଆସିଲେଣି ।ଚାଲ ମୁଁ ତମକୁ ତାଙ୍କ ସହ meet କରେଇଦେବି ।

   

 କାର୍ ଭିତରୁ ଜଣେ ବାହାରି ଆସିଲେ ଆଉ ଆଗରୁ ଚିହ୍ନିଲା ଭଳି କହିଲେ

     ବ୍ୟକ୍ତି-Hey, ସଂପର୍କ୍ ,please give me your autograph.


   ଝିଅ-(ଆଶ୍ଚର୍ଯ୍ୟ ର ସହିତ )

ତୁମେ କଣ ଆଗରୁ ତାଙ୍କୁ ଜାଣିଛ ?


ବ୍ୟକ୍ତି- ନା,କିନ୍ତୁ ଆଜି ଦିନ ସାରା ମୁଁ ଯାହାଙ୍କ ବହି ପାଇଁ ଖୋଜି ବୁଲୁ ଥିଲି ,ସହର ର ପ୍ରତ୍ୟେକ book store, library ରେ ଆଜି ଯାହାଙ୍କ ଚର୍ଚ୍ଚା ସେ ହେଉଛନ୍ତି ସଂପର୍କ୍ ।

but ତୁମେ କଣ ଆଙ୍କୁ ଆଗରୁ ଜାଣିଛ ?


 ଝିଅ- Yes, i mean ,he is my friend .


ବ୍ୟକ୍ତି- ଆରେ ୱାଃ !how strange !

ତୁମର ଏମିତି friend ଅଛନ୍ତି, ହେଲେ ତୁମେ ଲୁଚେଇଛ । ଜାଣିଛ ଏ ସାରା ସହରଟା ଆଜି କେବଳ ତୁମ Friend ଙ୍କ ନାମରେ ଚର୍ଚ୍ଚା । ତାଙ୍କ ର biography ଲଭ୍ କୁ ସେ ଭିନ୍ନ ଭିନ୍ନ story ରେ ସଜେଇଛନ୍ତି , ସତେ ଯେମିତି ସବୁ ଗୁଡା ଆଖି ସାମ୍ନା ରେ ନାଚି ଯାଉଛି । what a beautiful book !wow . ବେସି ସମୟ ପଢିପାରିଲିନି ବୋଲି ସାଙ୍ଗରେ ନେଇ ଆସିଲି ।ପଢିଲା ବେଳେ ତାଙ୍କ କଥା ଭାବୁଥିଲି ,ହେଲେ ଏତେ ଶିଘ୍ର ଦେଖିବି ବୋଲି କେବେ ଭାବି ନଥିଲି ।


ଝିଅ- ବହିଟା ସାଙ୍ଗରେ ଆଣିଛ ?


ବ୍ୟକ୍ତି- ହଁ ,ଆଣିଛି ହେଇ ଦେଖୁନ ।

   ଏତିକି କହି ବ୍ୟକ୍ତି ଜଣକ ବହିଟାକୁ ବଢେଇଦେଲେ ତାଙ୍କ ପତ୍ନୀ ହାତକୁ 

ଆଉ ପୁଅକୁ ପଚାରିଲେ ,

  ଆପଣ କଣ ଏଇଠି ଏଇ ସହର ରେ ରୁହନ୍ତି ?

ଲେଖା ଲେଖି ଛଡା ଆଉ କଣ କରନ୍ତି ?

କେବେ ଠୁ ଲେଖା ଲେଖି କଲେଣି? 

ଚାକିରି କରନ୍ତି ନା ଆଉ ବିଜନେସ ?


ପୁଅ - (ପାଟି ଅଠା ହେଲାଭଳି ଖନେଇ ଖନେଇ)

      ମାନେ ,ମୁଁ ,ହଁ ଏଇଠି ରୁହେ ।


ଝିଅ- (ହସି ହସି କହିଲେ )ତୁମେ ଯେତେ ପ୍ରଶ୍ନ ପଚାରିଲଣି ସେ ପୁରା ଡରିଯିବେ । ତୁମର ସେ ଓକିଲାତି ପ୍ରଶ୍ନ ସେତିକି ଥାଉ ।


  ଏତିକି କହି ସେ ବହିଟିକୁ ଦେଖିଲେ, ପ୍ରଥମ ମଲାଟରେ ଲେଖା ହେଇଥିଲା :- " ଋତୁପର୍ଣ୍ଣା ତୁମେ" ଆଉ 

Bracket ରେ (ଆସନ୍ତାକାଲି ର ସ୍ୱପ୍ନ)"

       ଫର୍ଦ୍ଦ ପରେ ଫର୍ଦ୍ଦ ଓଲଟାଇ ଚାଲିଲେ । ଆଉ ପ୍ରତ୍ୟେକ ପୃଷ୍ଠାରେ ସେ ନିଜକୁ ପାଉଥିଲେ । ଅତୀତ ରେ ଘଟିଥିବା ମୁହୂର୍ତ୍ତ ସବୁ ଏମିତି କାହାଣୀ ହେଇ ନିଜ ଆଖି ସାମ୍ନା ରେ ଦେଖାଯିବ ଏସବୁ କେବେ ସେ ଭାବି ନଥିଲେ । ଏମିତି କିଛି ଫର୍ଦ୍ଦ ଦେଖୁ ଦେଖୁ ସେପଟୁ ଶୁଭିଲା


   ବ୍ୟକ୍ତି- ଆଚ୍ଛା ଆମେ ଯିବା ,ତୁମ flight time ହେଇଗଲାଣି । ଆଉ ହଁ ତୁମର ପରା ତୁମ ପୁରୁଣା ଷ୍ଚାଫ୍ ମାନଙ୍କ ସହ ଦେଖା କରିବାର ଥିଲା , farewell party ପାଇଁ , କୁଆଡେ ଗଲେ ସେମାନେ ଦେଖା କଲ କି ନାହିଁ ?


  ଝିଅ- (ଚମକି ପଡି)ହଁ ହଁ ସେମାନେ ସବୁ ପଳେଇଲେଣି ।ତୁମ ଡେରି ଯୋଗୁଁ ସେମାନଙ୍କୁ ଅଟକେଇ ପାରିଲିନି ।ସେମାନଙ୍କ ସହ ମିଶିଲା ପରେ ମନଟା ବହୁତ ହାଲୁକା ଲାଗୁଛି । ବୋଧେ ଦେଖା ନ ହେଇଥିଲେ ବହୁତ ଅବଶୋଷ ଲାଗିଥାନ୍ତା । ଚାଲ ଆମେ ଯିବା ।


     ସେତେବେଳକୁ ତାଙ୍କ କଥା ଶୁଣି ପୁଅ ଟି ସମ୍ପୁର୍ଣ୍ଣ ବୁଝି ସାରିଥିଲି ଯେ କୌଣସି party ପାଇଁ ସେ ଆସି ନଥିଲେ ,ସେ କେବଳ ତାକୁ ଦେଖିବାକୁ ହିଁ ଆସିଥିଲେ ।ଯେଉଁ କାହାଣୀରେ ବିଗତ କିଛି ବର୍ଷ ପୂର୍ବରୁ ପୂର୍ଣ୍ଣଚ୍ଛେଦ ପଡି ସାରିଥିଲା ।


     (ସେ ଦୁହେଁ ବିଦାୟ ନେଲା ବେଳେ)

ଝିଅ- ଆଚ୍ଛା ଆମେ ଏବେ ଆସୁଛୁ ,କେବେ ପୁଣି ନିଶ୍ଚୟ ଦେଖା ହେବ । actually ଆଜି କାଲି ଦୋକାନରେ ଚାହା ଗ୍ଲାସ୍ ଗୁଡା ବହୁତ ଛୋଟ ହେଇଗଲାଣି ...।


ଇନ୍ଦୁପୁର,କେନ୍ଦ୍ରାପଡା



1 Comments

Post a Comment

Post a Comment

Previous Post Next Post
Free Shubhdristi App Download Now