ସା ବିଦ୍ଯା ଯା ବିମୁକ୍ତୟେ

ସା ବିଦ୍ଯା ଯା ବିମୁକ୍ତୟେ - ଶକୁନ୍ତଳା ବିଶ୍ଵାଳ
ସା ବିଦ୍ଯା ଯା ବିମୁକ୍ତୟେ - ଶକୁନ୍ତଳା ବିଶ୍ଵାଳ

“ସା ବିଦ୍ଯା ଯା ବିମୁକ୍ତୟେ” ଏ ହେଉଛି ଉପନିଷଦର ଏକ ମହାନ୍ ଆପ୍ତ ବାକ୍ଯ। ସେ ହେଉଛି ପ୍ରକୃତ ବିଦ୍ଯା ଯାହା ମଣିଷକୁ ମୁକ୍ତି ଦିଏ, ତେବେ ପ୍ରଶ୍ନ ଉଠେ ମନରେ “ମୁକ୍ତି” କଣ? କେଉଁଠୁ ମୁକ୍ତି ପାଇବା ପାଇଁ କେଉଁ ବିଦ୍ଯାର ଆବଶ୍ଯକତା ଅଛି? ଏବଂ କଣ ପାଇଁ ଆମର ମୁକ୍ତି ଶଦ୍ଦଟି ଜରୁରୀ? ଏ ସବୁର ଉତ୍ତର ଦେବ ଆଜିର ଆଚ୍ଛାଦନ ପ୍ରସଙ୍ଗ ମୁକ୍ତି କହିଲେ ସଂସାରରୁ ମୁକ୍ତି ନୁହେଁ, ଜନ୍ମ ଚକ୍ରରୁ ମୁକ୍ତି। ପବିତ୍ର ଗୀତା ପ୍ରମାଣ କରନ୍ତି
 “ଯଦ୍ ଗତ୍ବା ନ ନିବର୍ତ୍ତନ୍ତେ
                           ତଦ୍ ଧାମ ପରମମ୍”
ଅର୍ଥାତ୍- ଯେଉଁଠିକୁ ଗଲେ ମଣିଷ ପରମ ତୃପ୍ତି, ଦିବ୍ଯ ଆନନ୍ଦ ଚିରନ୍ତନ ଶାନ୍ତି ପାଏ, ପରମପଦ ଲାଭକରେ ଓ ପରମାତ୍ମାଙ୍କଠାରେ ବିଲୀନ ହୁଏ ତାକୁ ହିଁ କୁହାଯାଏ ମୁକ୍ତି। ଏହା ମଣିଷର ସର୍ବଶ୍ରେଷ୍ଠ ଓ ସର୍ବଶେଷ ଆବଶ୍ଯକତା। ପ୍ରକୃତିରେ ଅଦୃଶ୍ଯ ନିୟମରେ ଦିନରେ ଖରା ଓ ରାତିରେ ତରାଜୁ ଫୁଟେ। ତାର ନିର୍ଦ୍ଦେଶରେ ଅଗ୍ନିରେ ଦେଖାଯାଏ ଦହନ ପ୍ରକ୍ରିୟା, ନିମ୍ନ ଗମନ ଧର୍ମ ରକ୍ଷା କରି ଜଳ ଗଡି ଯାଏ ତଳକୁ ତଳକୁ, ଚୁମ୍ବକର ଆକର୍ଷଣ ଶକ୍ତିରେ ଆକର୍ଷିତ ହୋଇଯାଏ ଲୌହ ପଦାର୍ଥ, ନଦୀ ଗତିକରେ ସାଗର ଅଭିମୁଖରେ ସମସ୍ତେ ନିଜ ନିଜର ଧର୍ମ ପାଳନରେ ସଦାବ୍ରତୀ। ପ୍ରଶ୍ନ ଉଠେ ମନରେ ,ତେବେ ମଣିଷର ଧର୍ମ କଣ? ଏହାହିଁ ବିଦ୍ଯାର ତତ୍ତ୍ବ ଦର୍ଶନ ବିଦ୍ଯାକୁ ବିନିଯୋଗ କରି ମଣିଷ ରୋଜଗାର କରେ ସତ ତାହା କିନ୍ତୁ ଏତିକିରେ ସୀମିତ ନୁହେଁ। ବିଦ୍ଯା ଦିଏ ଅର୍ଥ, ବିଦ୍ଯା ଦିଏ କ୍ଷମତା, ବିଦ୍ଯା ବଢାଏ ପ୍ରତିପତ୍ତି, ବିଦ୍ଯା ଦିଏ ମୁକ୍ତି, ନିର୍ବାଣ ଓ ପରମ ସତ୍ତାଙ୍କର ଦିବ୍ୟ ପରିଚୟ, ଯର୍ଥାଥରେ ଶାସ୍ତ୍ର ପ୍ରମାଣ କରେ-
 “ବିଦ୍ଯା ଦଦାତି ବିନୟମ୍ , ବିନୟାଦ୍ ୟାତି ପାତ୍ରତାମ୍    
ପାତ୍ରତ୍ବାଦ୍ ଧନମାପ୍ନୋତି ,ଧନାଦ୍ ଧର୍ମ ତତଃ ସୁଖମ୍”

ବିଦ୍ଯା ସ୍ଥିତି ଦିଏ, ବିଦ୍ଯା ଗତି ଦିଏ, ବିଦ୍ଯା ମୁକ୍ତି ଦିଏ, ବିଦ୍ଯା ହିଁ କହେ ଚରମ ସତ୍ଯର ବାଣୀ, ବିଦ୍ଯା ଜୀବକୁ ଦିଏ ଶିବତତ୍ତ୍ବ। ପ୍ରକୃତ ବିଦ୍ଯା ହିଁ ସଂସାରୀ ମଣିଷର କାନଧରି କହିଦିଏ –
“କାମନା ଦୁଃଖର କାରଣ                                                                 
   କାମନାର ବିନାଶରେ ଦୁଃଖର ବିନାଶ “
ଜଣେ ଜିଜ୍ଞାସୁ ବିଦ୍ଯାର୍ଥୀର ମନ ହିଁ ପ୍ରଶ୍ନ କରେ ତାର ବିବେକକୁ ଏକ ଅହଂ? ମୁଁ କିଏ? ଏବଂ ଉତ୍ତରରେ ବିଦ୍ଯାରୂପି ବିବେକ ଉତ୍ତର ଦିଏ ତାକୁ “ଅହଂ ବ୍ରହ୍ମାସ୍ମି”ମୁଁ ସେହି ବ୍ରହ୍ମ, ମୁଁ ସେହି ପରମ୍ମାଙ୍କର ପାବନ ଅଂଶ। ପବିତ୍ର ଭାଗବତର ଅମୀୟ ବାଣୀ-“ସକଳ ଘଟେ ନାରୟଣ” ଙ୍କୁ ଦର୍ଶନ କରାଏ ବିଦ୍ଯା। ଉଦାର ଚରିତ ସଂପୂର୍ଣ୍ଣ ବ୍ଯକ୍ତିତ୍ବ ସେ ହିଁ କେବଳ ହୋଇପାରନ୍ତି। ଯେ କେବଳ ବିଦ୍ଯାର ପ୍ରକୃତ ଅର୍ଥକୁ ଓ ତତ୍ତ୍ବକୁ ହିଁ ବୁଝିପାରଛି। ପ୍ରକୃତ ବିଦ୍ଯା ଉଦାତ୍ତ କଣ୍ଠରେ ଘୋଷଣା କରେ “ବ୍ରହ୍ମ ସତ୍ଯ ଜଗତ ମିଥ୍ଯା” ସଂସାର ଏକ ଅସ୍ଥାୟୀ ରଙ୍ଗମଞ୍ଚ, ଜୀବନ ଏକ କ୍ଷଣିକ ଏ ଅଭିନୟକୁ ଯେ ଜୀବନ ଭାବିଛି ସେ ହିଁ ଦୁଃଖ ପାଇଛି। ଆଖିକୁ ସୁନ୍ଦର ଦେଖାଗଲେ ବି ବିଭିନ୍ନ ରଙ୍ଗରେ ରଂଜିତ କାଚ କେବେ ହେଲେ ହୀରା ହୋଇପାରେ ନାହିଁ। ସେହିପରି ଡିଗ୍ରୀ, ସାର୍ଟିଫିକେଟ, ପଦପଦବୀ, ପ୍ଯାଣ୍ଟସାର୍ଟ୍, କୋଟ୍ ଟାଏ, ମଣିଷକୁ ମଣିଷ ପଣିଆର ପରିଚୟ ଦେଇପାରେ ନାହିଁ।ଆଖିକୁ ସୁନ୍ଦର ଦେଖାଯାଉଥିବା, ପାଟିକୁ ଭଲ ଲାଗୁଥିବା, କାନକୁ ଭଲ ଶୁଭୁଥିବା ଓ ଦେହକୁ ସୁହାଉଥିବା ସବୁ ପଦାର୍ଥ ଗୁଡିକ ଭଲ ଲାଗେ ସତ କିନ୍ତୁ ତାହା ମହାକାଳ ଫଳ ପରି ସୁନ୍ଦର। ସେହିପରି ସଂସାର ମଣିଷକୁ ଭଲ ଲାଗିଲେ ମଧ୍ଯ ତାହା ଭିତରେ କେବଳ ଦଃଖ, ଡାକନାମ, ଯନ୍ତ୍ରଣା, ଲାଳସା, ମୋହ, ମାୟାର ବନ୍ଦନ ହିଁ ରହିଛି।ଏହି କଥାକୁ ବତେଇ ଦିଏ ବିଦ୍ଯା ଏହାର ଅର୍ଥ ନୁହେଁ ଯେ ମଣିଷ ସଂସାରରେ ରହିବନି, ମଣିଷ ସଂସାରରେ ରହୁ କିନ୍ତୁ ମଣିଷ ଭିତରେ ସଂସାର ନ ରହୁ। ଠିକ୍ ଯେପରି ଡଙ୍ଗା ଓ ପାଣି, ପାଣିରେ ଚାଲେ ଡଙ୍ଗା କିନ୍ତୁ ଯେଉଁ ଦିନ ଡଙ୍ଗାରେ ପାଣି ପଶିଯାଏ ସେ ଦିନ ସବୁ ସରିଯାଏ। ବିଦ୍ଯା ଠିକ୍ ଏହି କଥା ଶିଖେଇଦିଏ କିଏ ସତ୍ଯ କିଏ ମିଥ୍ଯା, କିଏ ବାସ୍ତବ କିଏ ମାୟା, କିଏ ପାପ କିଏ ପୂଣ୍ୟ, କିଏ ଶ୍ବାସତ କିଏ ଈଶ୍ବର। ଏହି କଥା ଚିହ୍ନିବା ପରେ ସେ ସଂସାର ଆଡକୁ ନୁହେଁ ସନ୍ନ୍ୟାସ ଆଡକୁ ହୁଏ ପ୍ରବାହିତ। ଜୀବନ ପାଇଁ ବ୍ଯକ୍ତି ନ ହୋଇ ନିର୍ବାଣ ପାଇଁ ଛଟପଟ ହୁଏ ସେ। ଭୋଗ ବଦଳରେ ପ୍ରେମ, ସ୍ନେହ,ଦୟା, କ୍ଷମା ଓ ତ୍ଯାଗ ତୀତିକ୍ଷାରେ ସେ ପାଲଟି ଯାଏ ସେ ସାକ୍ଷାତ୍ ଦେବତା। 

ଜୟ ଜଗନ୍ନାଥ

Post a Comment

Post a Comment (0)

Previous Post Next Post
Free Shubhdristi App Download Now