ଦିଗ୍ ଦର୍ଶନ ଓ ନାରୀ

ଦିଗ୍ ଦର୍ଶନ ଓ ନାରୀ - ପି . ପୁରବୀ ମହାନ୍ତି

ଜୀବନର ପ୍ରତିକ୍ଷଣ ବାଟ ବଡ଼ ନାହିଁ ଦିଗ
ଚାଲିବାରେ ନାହିଁ ଥକ୍କା ବାଟ ଅଛି ନାହିଁ ବେଗ ।
ପଥିକ ର କାମ ସେ ପଥ ଆଡେ ଯିବ ଚାଲି
ବାଟ ତାକୁ ନିଏ ନାହିଁ ଅନ୍ତରରୁ ହେବ ଖାଲି ।
ଏକାକୀ ଏ ରାସ୍ତା ବଡ଼ ଚାଲିବାକୁ ହେବ ଆଜି
ସଭିଏଁ ତ ଥିଲେ କାଲି ଆଜି ମୁଁ ଏକାକୀ ଯିବି।
ଥିଲି ଚାରି ଘେରରେ ପ୍ରାଚୀର ସତେ ଘେରି ଥିଲା
ଆଜି ସ୍ଵାଧୀନ ହେଲି ମାତ୍ର ଭୟ ମାଡ଼ି ଗଲା ।
ଏକାକୀ ଚାଲିଲେ ସତେ କେତେ ଆତ୍ମନିର୍ଭରଶୀଳ
ଦାଗ ଲଗେଇବାକୁ  ଆସିଗଲେ ଆପଣାର ଦଳ ବଳ ।
ଇଚ୍ଛା ଥିଲା ସ୍ଵାଧୀନ ହେବି ଉଡିବୁଲି ଆକାଶରେ
ଦଳେ ଆସି ଘେରିଗଲେ ଭୁଲିଗଲି ଡେଣା ସତେ ।
ଡେଣା କୁ ମୋ କାଟିଦେଲେ ହାତେ ଦେଲେ ଶିକୁଳି
କହିଲେ କେବେ ହେଲେ ନାରୀ ନୁହେଁ ମୁକୁଳି ।
ସଦାବେଳେ ନାରୀ ପଛେ ରହି ଥାଏ ବିପଦ
ରାସ୍ତା ଘାଟ ଚାରିଆଡ଼େ ହିଂସ୍ର ସେ ଶବଦ ।
ରାସ୍ତା ର ସେ ଅଜଣା ରୁ ଆସିଗଲି ଘରକୁ
ସେଠୀ ବି ଘେରିବାକୁ ଆସିଗଲେ ସାମ୍ନାକୁ ।
ଘରେ ବାହାରେ ଚାରିଆଡ଼େ କରିଦେଲ କଏଦୀ
କହିଲେ କହିବ ସେ ସବୁ ନାରୀ ପାଇଁ ହୁଅଇ ।
ତଳ ମୁଣ୍ଡ କରିଗଲେ କୁହାଯିବ ଅବଳା
ନିଶ୍ଚେ ଦୋଷ ଥିବ ବୋଲି କହିନେବେ ଜନତା ।
ମୁଣ୍ଡ ଉପରକୁ କଲେ କହିବେ ସେ ଉଦଣ୍ଡି
ସେଥିରେ ବି ଦୋଷ ଖୋଜି ବସିବେ ସେ ଦରାଣ୍ଡି ।
ଯାହା ବି କରିଲେ ସମାଜ କିଛି ନା କିଛି କହିବ
ନାରୀ କୁ ଲଗାମ ନ ଦେଇ ନିଜ ମୁହେଁ ଲଗାଅ ।

Post a Comment

Post a Comment (0)

Previous Post Next Post
Free Shubhdristi App Download Now