ନାରୀ ସଶକ୍ତିକରଣ

ନାରୀ ସଶକ୍ତିକରଣ - ସ୍ପନ୍ଦନ କୁମାର ପରିଡା

ନାରୀ ସଶକ୍ତିକରଣ


ନାରୀ ଜାୟା ସାଥେ ଭଗିନୀ ନାରୀ,

ଦୁହିତା ପୁଣି ସେ କାହା ଦୁଲାରୀ,

ସେ ସିଂହବାହିନୀ ସଂହାରକାରୀ,

ଯୁଗେ ଯୁଗେ ପାପୀ ବିନାଶକାରୀ ।  


ନାରୀ ଜାତି ନୁହେଁ ଜମା ଅବଳା,

ନୁହେଁ ସେ ଦୁର୍ବଳା,ଅଟେ ସବଳା,

ନାରୀ ପ୍ରଗତି ରେ ଦେଶ ପ୍ରଗତି,

ନାରୀ ଅଗ୍ରଗତି ଦେଶ ର ଶକ୍ତି ।   


ନାରୀ ଜମା ନୁହେଁ ସୌଖିନ ଦ୍ରବ୍ୟ,

ଯାହାର ଇଛା ତା' ସାଥେ ଖେଳିବ,

ନାରୀ ଯେବେ ନିଜେ ଅସ୍ତ୍ର ଧରିବ,

ସବୁ ଅତ୍ୟାଚାର ଦୁରେଇଯିବ ।       


ନାରୀ ଜନ୍ମ ନୁହେଁ ଲୁହ ଢାଳିବା,

ମଥାପାତି ଅତ୍ୟାଚାର ସହିବା,

ନାରୀଜନ୍ମ ଅଟେ ଲଢ଼ିବା ପାଇଁ,

ନାରୀ ନୁହେଁ ଭୀରୁ,ସେ ଲକ୍ଷ୍ମୀବାଇ ।    


 ଧର୍ଷଣ,ଶୋଷଣ,ଯୌତୁକ ପ୍ରଥା,

ବାଲ୍ୟ ବିବାହ କୁ ଭ୍ରୁଣର ହତ୍ୟା,

କେବେ ଶୁଭେ ବଧୂପୋଡିର ହାଲ୍ଲା,

ଆଉ କେବେ ବଳାତ୍କାର ମାମଲା।      


 ଚାରିଆଡୁ ଶୁଭୁ ଗୋଟିଏ ସ୍ୱର,

ନାରୀ ଶିକ୍ଷା ସାଥେ ପ୍ରଚାର ପ୍ରସାର,

ସମାଜର ଅଧା ଅଙ୍ଗ ଯେ ନାରୀ

ନାରୀ ଶିକ୍ଷାଦୀକ୍ଷା ଭାରି ଜରୁରୀ ।


ଜନମାନସ ରେ ହେଉ ଏ ବ୍ୟାଖ୍ୟା,

ଆମ ଅଧିକାର ନାରୀ ସୁରକ୍ଷା,

ସୁରକ୍ଷିତ ହେବେ ସେବେ ତ ନାରୀ,

ଯେବେ ହେବେ ସେ ସମଅଧିକାରୀ।      


ଶୁଭିବନି ଆଉ ଆର୍ତ୍ତଚିତ୍କାର,

ହେବନାହିଁ ହତ୍ୟା କନ୍ୟାଭ୍ରୁଣର,

ନାରୀ ଶକ୍ତିକରଣ ଲକ୍ଷ୍ୟ ସବୁରି,

ସମାଜ ଅଧୁରା ନଥିଲେ ନାରୀ।


Post a Comment

Post a Comment (0)

Previous Post Next Post