ଏଣୁ ତେଣୁ ପ୍ରଶ୍ନ

 ଏଣୁ ତେଣୁ ପ୍ରଶ୍ନ - ସଂଗ୍ରାମ ମହାରଣା

ଶୁନ୍ଯତା ର ସ୍ୱର ରେ ଜନସମୁଦ୍ର
ବିସ୍ତୀର୍ଣ୍ଣ ରାଜ ରାସ୍ତା ରେ କିଟ୍ ମିଟ୍ ଏ ଅନ୍ଧକାର
ଟିପ୍ ଟିପ୍ ବର୍ଷା ଆଉ ମନ ଦୋହଲାଉ ଥାଏ ହାଲ୍କା ପବନ
ଏକା ଏକା ଚାଲୁଥାଏ ଆଉ ସାଥିରେ ଥାଏ
ନିସ୍ତବ୍ଧ ରାତ୍ରି ଆଉ  ଶବ୍ଦ କିଛି ଭାବନା ର।
ଆନ୍ଦୋଳିତ ମନ ଭିତରେ ଅନେକ ଆଶଂକା
ଉତ୍ତର ଆଉ ପ୍ରଶ୍ନ ଭିତରେ ମୁଁ ଏକ ଦ୍ୱିପାକ୍ଷିକ ନଉକା
ଜଳ ତରଂଗ ସ୍ରୁଷ୍ଟି କଣ ଆହୁଲା କୁ ଭାଂଗି ପାରେ ?
ସମୁଦ୍ର ଭଉଁରି କଣ କେବେ ଭୁପୃଷ୍ଠ କୁ ଛୁଇଁ ପାରେ ?
ତ୍ୱରାନ୍ୱିତ ମନ କଣ  ଠିକ୍ ଆଉ ଭୁଲ୍ କୁ ବାଛି ପାରେ?
ଏମିତି ଅନେକ ଅଜସ୍ର ପ୍ରଶ୍ନ
ପୁଣି କେତେବେଳେ ଖୋଜିବୁଲେ ଦୂର ଆକାଶ ର ଜହ୍ନ
ମିଂଜି ମଂଜି ତାରା ଗୁଡା ଯେ ଭସା ବାଦଲ ର ଚକ୍ରବ୍ୟୁହ ରେ
ହେଲେ କାହିଁକି ଏତେ ଭୟ
କାହିଁକି ନିଜ ମନ କୁ କରିପାରୁନି ଥୟ
ସତରେ କଣ ଏ ଜୀବନ ଟା କେବଳ ଉତ୍ତର ଖୋଜିବାରେ
ନା
ଅପରିଚିତ ଦୁନିଆ ଭିତରେ ନିଜ ପରିଚୟ କୁ ସଜ୍ଞା ଦେବାରେ!
ନିସ୍ତେଜ ହୋଇ ପଡିଥିବା ପରିବେଶ ଟା
ଆଜି ନିଜ ପାଇଁ ସଜ୍ଞାହୀନ,
ଖାଲି ପଡିଥିବା ଇନ୍ଦ୍ରଧନୁ ବି ଆଜି କାହିଁକି କେ ଜାଣି
ସଂପୁର୍ଣ୍ଣ ଭାବେ ରଙ୍ଗହୀନ, ସତରେ କେଡେ ବିଚିତ୍ର ଏ ସ୍ୱପ୍ନ,
ଆଜି ବି ଅସଂପୂର୍ଣ୍ଣ ସ୍ନେହ ଆଉ ଭଲପାଇବାର ଏ ଶୁନ୍ଯ ସ୍ଥାନ
ଇଚ୍ଛା ହୁଏ ପୁଣି ଫେରିଯାଆନ୍ତି କି ତୋର ସେ ସହର କୁ
ଖାଲି ପଡିଥିବା ଏ ଚିତ୍ର ରେ ଅନେକ ରଙ୍ଗ ଭରିବାକୁ
ତୁ ଭାଙ୍ଗି ଦିଅନ୍ତୁ ନିରବତା ର ଅନେକ ପ୍ରଶ୍ନ ର ସନ୍ଧି କୁ
ଆଉ ମୁଁ ପାଇ ଯାଆନ୍ତି ଉତ୍ତର ସମସ୍ତ ଶୁନ୍ଯ ସ୍ଥାନ ପୂରଣ କରିବାକୁ
ହଁ ପାଇ ଯାଆନ୍ତି ତୋର ସେ ଉସ୍ମତା ର ସ୍ପର୍ଶ କୁ
ଆଉ ଧାରା ଶ୍ରାବଣ ର ଆଦ୍ରତା ରେ
ହଜେଇ ଦିଅନ୍ତି ନିଦକୁ
ଆଉ ଅପେକ୍ଷା କରନ୍ତି
ଏ ରାତି ର ସ୍ୱପ୍ନ ସରିବାକୁ....


Post a Comment

Post a Comment (0)

Previous Post Next Post
Free Shubhdristi App Download Now