ବାପା

ବାପା - ସର୍ବେଶ୍ବର ସାହୁ

ସାରା ଦୁନିଆର ବୋଝ ତୁମେ ସହି ........
          କେମିତି ପାରୁଛ ହସି ;
ନିଜ ଭାଗ ସୁଖ ସଭିଙ୍କୁ ଅଜାଡି .......
           ନିଜ ଲୁହ ପିଅ ବସି ।।


ତୁମ ହାତଧରି ଚାଲୁଥିଲେ ବାଟ ......
         ଡର ଲାଗେ ନାହିଁ ମତେ ;
ଅଶ୍ରୁ'ବି ଲାଗଇ ଅମୃତ ସମାନ ......
      'ବାପା',ତୁମେ ଥିଲେ ପାଖେ  ।।


ନିଜ ପାଦେ ପିନ୍ଧି ଫଟା ଚପଲଟେ  ......
        ମୋ ପାଇଁ  ବୁଟ୍ କିଣ ;
କହିବା ପୂର୍ବରୁ ସାରା ଦୁନିଆର ......
        ଖୁସି ମୋ ପାଇଁ ଆଣ ।।


ଆଖି ଧାରେ ମୋର ଟିକେ ଲୁହ ଦେଖି ......
          କାହିଁକି ଅଥୟ ହୁଅ ;
ନିଜ ଲୁହଧାର ନିଜ ଓଠେ ପିଇ ......
          କାହିଁକି ନିର୍ଦ୍ଦୟ ହୁଅ ।।


କଠୋର ହୋଇଣ ଢାଳୁଥାଅ ବାପା ......
         ଜୀବନେ ଅସୀମ ପ୍ରିତି ;
ଅନ୍ଧକାର ସହ ଲଢୁଥାଅ ତୁମେ ......
      ଦେଖାଇ ଆଲୋକ ଜ୍ୟୋତି ।।

ନିଜର ଦୁଃଖ କୁ ପ୍ରକାଶ ନକରି ......
        ସବୁକିଛି ଯାଅ ସହି ;
ଏତେ ସ୍ବାର୍ଥହୀନ ସଂସାରରେ 'ବାପା' .....
       କେମିତି ପାରିଲ ହୋଇ ।।


ତୁମକୁ ଦେଖିଲେ ମନେ ପଡେ 'ବାପା' ......
        'ଗୋପବନ୍ଧୁଙ୍କ' ର ଜ୍ଞାନ ;
ସାରା ବ୍ରହ୍ମାଣ୍ଡରେ 'ପିତା' ଯେ ମହାନ ......
         'ପିତା' ହିଁ ପରମ-ବ୍ରହ୍ମ ।।

     
  

Post a Comment

Post a Comment (0)

Previous Post Next Post
Free Shubhdristi App Download Now