ନିର୍ଜନ ପଥେ - ଶୁଭଶ୍ରୀ ଶୁଭସ୍ମିତା ସାହୁ
ଥକିଲାଣି ପାଦ, ଆସିଲାଣି ନିଦ
ତଥାପି ଚାଲିଛି ଧାଇଁ
ମନେ ପଡ଼ି ଗଲା ଲକ୍ଷ୍ୟ ସ୍ଥଳେ କେହି
ରହି ନାହିଁ ମୋତେ ଚାହିଁ ।
ଶିଥିଳ ମୋ ପାଦ, ବିହ୍ୱଳ ମୋ ମନ
ହୋଇଗଲା ଏକ କ୍ଷଣେ
ତୀବ୍ର ଗତିରେ ବିଷାଦର କାୟା
ବିସ୍ତାରି ଗଲାଣି ପ୍ରାଣେ ।
ପାଣି ବୁନ୍ଦା ପାଇଁ ଯେପରି ଶୋଷିଲା
ସେପରି ମୁଁ ସାଥୀ ପାଇଁ
କିନ୍ତୁ କେବେହେଲେ ଦେଖି ନାହିଁ ମୁଁ
ସାଥୀ ରହିଥିବ, ନିଃସ୍ୱାର୍ଥପର ହୋଇ ।
ଭାବନା ଲହରୀ ଆସି ଫେରିଗଲା
ଆଖି ପଡ଼ିଲା ନାରଙ୍ଗୀ ବାଦଲ ଉପରେ
ଆସିଲାଣି ସନ୍ଧ୍ୟା, ଭବିଷ୍ଯତ ରାତି
କିନ୍ତୁ ମୋର ଲକ୍ଷ୍ୟ ନୁହେଁ ବି ତ ଦୂରେ ।
👍👏
ReplyDeleteଅତିସୁନ୍ଦର 👏👏
ReplyDeleteଅତି ସୁନ୍ଦର ଭାବରେ ଲେଖିଛ
ReplyDeleteସୁନ୍ଦର କବିତା, କିନ୍ତୁ ପଦଟିର ଲମ୍ବକୁ ସମାନ ରଖିବାକୁ ଚେଷ୍ଟା କର।
ReplyDeletePost a Comment