ବର୍ଣ୍ଣିବାର ଶକ୍ତି ନାହିଁ କାହାରେ

ବର୍ଣ୍ଣିବାର ଶକ୍ତି ନାହିଁ କାହାରେ - ସତ୍ୟାନନ୍ଦ ପାଣିଗ୍ରାହୀ


ବର୍ଣ୍ଣିବାର ଶକ୍ତି ନାହିଁ କାହାରେ
ସେହି ତ ପ୍ରଭୁଙ୍କ ରଥ,
କେହି କୁହେ ତାକୁ ନନ୍ଦିଘୋଷ ରଥ
ମନ ମୋହୁଥାଏ ରଥ।

ଗରୁଡ଼ଧ୍ୱଜର ନାମରେ ବିଖ୍ୟାତ
କପିଳଧ୍ୱଜ ସେ ରଥ,
ବିଭିନ୍ନ ନାମରେ ଭକ୍ତ କହୁଥାନ୍ତି
ସବୁଠୁ ବିଶାଳ ରଥ।

ରଥଯାତ୍ରା ବେଳେ ବସନ୍ତି ସେ ରଥେ
ପଟାନ୍ତର ନାହିଁ ତା'ର,
ମୋଟ ସାତ ଶହ ବୟାଳିଶି କାଠ
ରଥରେ ଲାଗିଛି ତା'ର।

ପଞ୍ଚଚାଳିଶ ଫୁଟ ଛଅ ଇଞ୍ଚ ଉଚ୍ଚ
ମନମୁଗ୍ଧ କରୁଅଛି,
ନନ୍ଦିଘୋଷ ରଥେ ଲାଗିଅଛି ସେହୁ
ସାରା ବିଶ୍ୱ ମୋହୁଅଛି।

ନନ୍ଦିଘୋଷ ରଥେ ଷୋହଳଟି ଚକ
ଛଅ ଫୁଟ ଉଚ୍ଚ ତାର,
ଅପୂର୍ବ ସୁନ୍ଦର ଦିଶୁଥାଏ ସେହି
ପ୍ରଫୁଲ୍ଲିତ ଏ ସଂସାର।

ସାରଥି ଯାହାର ମାତଳୀ ଅଟନ୍ତି
ଦଉଡି ଶଙ୍ଖଚୂଡ଼ର,
ଧଳାରଙ୍ଗର ହିଁ ଚାରି ଘୋଡ଼ା ପୁଣି
ଦିଶୁଛି ଅତି ସୁନ୍ଦର।

ମାଉସୀ ଘରକୁ ଯିବେ ଜଗନ୍ନାଥ
ଗରୁଡ଼ଧ୍ୱଜେ ବସି,
ଭକତ ଭକ୍ତି ଗୁଞ୍ଜୁଥିବ ପୁଣି
ଟାଣୁଥିବେ ରଥ କଷି।

ତାଳଧ୍ଵଜ ରଥେ ବଳରାମ ଥିବେ
ଭକ୍ତ ମନ ମୋହୁଥିବ,
ଦେବଦଳନେ ସୁଭଦ୍ରା ବସିବେ
ବଡ଼ଦାଣ୍ଡ ଚହଟିବ।

ବର୍ଣ୍ଣିବାର ଶକ୍ତି ନାହିଁ ହିଁ କାହାରେ
ସେହି ତ ପ୍ରଭୁଙ୍କ ରଥ,
କେହି କୁହେ ତାକୁ ନନ୍ଦିଘୋଷ ରଥ
ମନ ମୋହୁଥାଏ ରଥ!!

Post a Comment

Post a Comment (0)

Previous Post Next Post
Free Shubhdristi App Download Now