ତୁମେ

ତୁମେ  - ପ୍ରତିଭା ଦାଶ

ତୁମେ, ପ୍ରତିଭା ଦାଶ


ବିଶ୍ଵାସର ସ୍ତମ୍ଭଟିଏ ତୁମେ

ଭରସାର ପାଚେରୀ 

ସର୍ବୋତ୍ତମ ବନ୍ଧୁଟିଏ ତୁମେ

ସ୍ୱପ୍ନର ଶିଖରୀ...!


ପ୍ରେମର ଗନ୍ତାଘର ତୁମେ

ସ୍ନେହର ସାଗର

ସାହସର ସିନ୍ଧୁ ତୁମେ

ଉତ୍ସ୍ ପ୍ରେରଣାର...!


ସମ୍ପର୍କର ମୂଳଦୁଆ ତୁମେ

ପରକାଳର ଦେବତା

ପ୍ରେମର ପରିଭାଷା ତୁମେ

ଅଟ ପତ୍ନୀବ୍ରତା...!


ହୃଦୟର ରତ୍ନାକର ତୁମେ

ସକାଳ ପହିଲି କିରଣ

ଶକ୍ତିର ଆଳୟ ତୁମେ

ସନ୍ଧ୍ୟା ଭକ୍ତି ସମୀରଣ...!


ପ୍ରେମ ପୁଷ୍କରିଣୀ ତୁମେ

ଅବନୀର ବାରିଧାରା

ଆତ୍ମାର ପ୍ରଦୀପ ତୁମେ

 ଅଟ ପ୍ରୀତି ଭରା...!


ଶିଳ୍ପୀର ସମ୍ପୂର୍ଣ୍ଣତା ତୁମେ

ଅମାରତ୍ୱର ଅମୃତ

ବିଶ୍ଵରୂପ କାୟା ତୁମେ

ସଙ୍ଗୀତର ସ୍ରୋତ...!



ଜଗତସିଂହପୁର(ଅଢଙ୍ଗ ଶାସନ)

Post a Comment

Post a Comment (0)

Previous Post Next Post