ଦୁବ ଘାସ - ଗାୟତ୍ରୀ ବିଶ୍ବାଳ
ନଭ ତଳେ ଦୁବ ଘାସ ମୁଁ
କ୍ଷୁଦ୍ର ବୋଲି ଜଣା
ନୁହେଁ ମୁଁ ଗଛରେ ଗଣା
ମନେ ନାହିଁ ଊଣା ।୧।
ବଡ଼ ବଡ଼ ବୃକ୍ଷେ ଲୁଚିଯାଏ
ମୋ କ୍ଷୁଦ୍ର ଅବୟବ
ତଥାପି ଆଶା ରେ ବଞ୍ଚେ
ଏହି ମୋ ସ୍ଵଭାବ ।୨।
ମୋ ଦେହେ କେବେ ଫୁଟେ
ଚୂନା ଚୂନା ଫୁଲ
ଗନ୍ଧ ନାହିଁ ବାସ ନାହିଁ
କିଏ ଦବ ମୂଲ ।୩।
କାହିଁ ଆସେ ଏହି ଭାବ
ବୋଲି ଏତେ ସାନ
ସୃଷ୍ଟି ସଭିଙ୍କ ପାଇଁ ସମାନ
ନ ଦିଅନ୍ତୁ କେହି ମାନ ।୪।
ପୂଜାର ବେଦୀରେ ମିଳେ ମତେ
ଭବ୍ୟ ସମ୍ବର୍ଦ୍ଧନା
ମୁଁ ନଥିଲେ ପୂଜାରେ ତ
ମିଲେନି ପୂର୍ଣ୍ଣ କାମନା ।୫।
ମୋ ଅସ୍ତିତ୍ବ କୁ ମୋତେ ସନ୍ଦେହ
ଏଥିପାଇଁ ନୁହଁଇ ଦୁଃଖୀ
ପୂଜା ଲାଗି ବିଧିରେ ଆସଇ
ଖୁସି ହୁଏ ଏହା କୁ ଦେଖି ।୬।
ଅତି ସୁନ୍ଦର କବିତା ମାଡ଼ମ୍
ReplyDeleteଦୁବ ଘାସ ଏତେ କ୍ଷୁଦ୍ର ହେଇଥିବା ସତ୍ବେ ଆପଣ ଏତେ ନିରୀକ୍ଷଣ କରି ଖୁବ୍ ସୁନ୍ଦର ଭାବରେ ଦୁବ ର ଚରିତ୍ର ଉପରେ ଲେଖିଛନ୍ତି!
ReplyDeletePost a Comment