କାଳଜୟୀ ବିଜୟ ମହାନ୍ତି

କାଳଜୟୀ ବିଜୟ ମହାନ୍ତି - ନନ୍ଦିନୀ ରାଉତ

ହାରି ପାରେନା ସେ ମରି ପାରେନା ସେ
    କାଳକୁ କରିଛି ଜୟ ,
ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନ
    ନାମ ତା ଅଟେ ବିଜୟ..

ଶାନ୍ତ ହୋଇ ଆଜି ମାଟି ମାଆ କୋଳେ
   ପଡିଛି ଟିକେ ସେ ଶୋଇ,
ପୁଷ୍ପ ପଲ୍ଲଵରେ ଶେଷ ଆଶ୍ଳେଷ ଯେ
   ଦେଉଛି ମମତା ମୟୀ..

କୋଟି ଜନ ମନ କିଣି ନେଇଛି ସେ
    ତାକୁ କେ ପାରିବ ଭୁଲି ?
ସିନେମା ଜଗତ ମହା ନାୟକ ସେ
    ଆସିବ ପୁଣି ରେ ଚାଲି..

କୋଟି ପ୍ରାଣେ ଆଜି ଭରି ଦେଇ ଶୋକ
    କେମିତି ନିରବୀ ଗଲ,
ଖୋଜନ୍ତି ତୁମକୁ ଏ ଉତ୍କଳ ଜନ
   କିଏ ଦେବ ସ୍ନେହ ମୂଲ ?

ପରତେ ହେଉନି ତୁମେ ଗଲ ଚାଲି
    ମାଟିର ମମତା ଭୁଲି ,
ପୂରଣ ହେବନି ତୁମ ଶୂନ୍ୟ ସ୍ଥାନ
    ରହିଯିବ ଏଠି ଖାଲି...

ଶ୍ରେଷ୍ଠ କଳାକାର ଓଡିଆ ଜାତିର
   କୋଟି ପ୍ରଣାମ ମୋ ନିଅ ,
ଝୁରୁଛି ଝୁରିବ ଏ ଓଡ଼ିଆ ଜାତି
   ଢାଳି ତୁମ ପାଇଁ ଲୁହ...

Post a Comment

Post a Comment (0)

Previous Post Next Post