ସରକାର

 ସରକାର - ସତ୍ୟବାନ ନାୟକ

ସତ୍ୟବାନ ନାୟକ


ଶାସନ କାର୍ଯ୍ୟରେ ଥାଆନ୍ତି 

ଆମ ସରକାର

ପ୍ରଜା ମାନଙ୍କର କରନ୍ତି 

ସେ ଶବ ସତ୍କାର ।


ସତ୍ ରେ ଦିଆଯାଏ ତାଙ୍କୁ

ଆମ୍ବାସଡର କାର

କଳାଟଙ୍କା ରେ ଚଢ଼ନ୍ତି ସେ

ବିଏମଡବ୍ଲୁ କାର ।


ପ୍ରକୃତିର ତାଣ୍ଡପ ଲୀଳାରେ

ନଥାନ୍ତି ଏମାନେ

ନିର୍ବାଚନ ବେଳେ ଦିନ ରାତି

ଆସନ୍ତି ସପନେ ।


ଦରକାର ନାହିଁ ଯେଉଁଠି

ଦିଅନ୍ତି ଟଙ୍କା ଢ଼ାଳି

ଆଉ ଦରକାର ଯେଉଁଠି 

ଧରାନ୍ତି ଭିକ୍ଷା ଥାଳି ।


ତାଙ୍କ ପାଇଁ ଉପର ତଳ

ରହିଥାଏ ସୁରକ୍ଷା

ଭୋଟ୍ ବେଳେ ସେ ପାଦ ଧରି

କରନ୍ତି ଗଡ଼ର ରକ୍ଷା ।


ଏଇତ ଆମରି ସରକାର

ଏଇ ଅବସ୍ଥା ଦେଶର

ନିଜେ ଅଟନ୍ତି ସେ ସର୍ବେ ସର୍ବା

ଆଉ ସବୁ ବେକାର ।



କୋଡ଼ଗମ୍ଭିର, ଚଣ୍ଡିଗାଁ, ଚରମ୍ପା,ଭଦ୍ରକ

Post a Comment

Post a Comment (0)

Previous Post Next Post
Free Shubhdristi App Download Now