ମୁଁ ଯେ ଜାଣି ପାରେନା

ମୁଁ ଯେ ଜାଣି ପାରେନା - ଜଗନ୍ନାଥ ଜେନା

ଜଗନ୍ନାଥ ଜେନା

ସକାଳ ହେଲେ ତୁମ କଥା ମନେ ପଡେ ।

କାହିଁକି ମନେ ପଡେ ମୁଁ ଯେ ଜାଣି ପାରେନା ।

ବହି ଖୋଲି ଯେବେ ପାଠ ପଢି ବସେ ।

ତୁମ ଛବି ସାମ୍ନାରେ ଆସେ ମୁଁ ଯେ ପଢିପାରେନା ।

ଖାଇବାକୁ ଯେବେ ଥାଳି ପାଖେ ବସେ ।

ତୁମ ବାସ୍ନା ଭାସି ଆସେ ମୁଁ ଯେ ଖାଇପାରେନା ।

ଶୋଇବାକୁ ଯେବେ ବିଛଣାକୁ ଆସେ ।

ଭାବନାରେ ତୁମେ ଆସ ମୁଁ ଯେ ଶୋଇ ପାରେନା ।

କାହିଁକି ଏମିତି ହୁଏ ମୁଁ ଯେ ଜାଣି ପାରେନା ।


ଧାମନଗର, ଭଦ୍ରକ


Post a Comment

Post a Comment (0)

Previous Post Next Post
Free Shubhdristi App Download Now