ଜାଗ୍ରତ ହୁଅ ହେ ଆଧୁନିକ ଯୁବଶକ୍ତି

 ଜାଗ୍ରତ ହୁଅ ହେ ଆଧୁନିକ ଯୁବଶକ୍ତି - ନିକୁଞ୍ଜ ବିହାରୀ ପଣ୍ଡା

National Youth Day, Swami Vivekananda, ABVP Odisha

"ଉଠ ଜାଗ ଲକ୍ଷ୍ୟ ହାସଲ ନହେଲା ପର୍ଯ୍ୟନ୍ତ କର୍ମ କ୍ଷେତ୍ରରୁ ବିଚ୍ୟୁତ ହୁଅ ନାହିଁ" ।  ଯେତେବେଳେ ସାରା ବିଶ୍ୱରେ ଯୁବକ ମାନଙ୍କ ଭୂମିକାକୁ ନେଇ ଚର୍ଚ୍ଚା ଚାଲିଛି ସେହି ପରିପ୍ରେକ୍ଷୀରେ ଭାରତକୁ ବାଦ ଦେଇ ଯୁବକ ମାନଙ୍କ ପରିକଳ୍ପନା କରିବା ଧର୍ମକୁ ଆଖିଠାର ମାରିବା ସଦୃଶ। ଆଜି ପୃଥିବୀର ଅନେକ ବିତ୍ତଶାଳୀ ଦେଶ ମାନଙ୍କର ଜନସଂଖ୍ୟାର ପଚାଶ ଶତକଡାରୁ ଅଧିକ ଆଜି ପ୍ରୌଢ଼ କିନ୍ତୁ ଆଜି ଭାରତବର୍ଷର ଜନସଂଖ୍ୟାର ଷାଠିଏ ଶତକଡାରୁ ଅଧିକ ଆଜି ଯୁବକ , ଅନ୍ୟ ଅର୍ଥରେ କହିଲେ ଭାରତ ଆଜି ଯୁବ ତରୁଣ ଭାରତବର୍ଷ। ଆଜି ବିଶ୍ୱରେ କୌଣସିବି ଦେଶ ଯଦି ସମୃଦ୍ଧ ହୋଇଛି ତା ପ୍ରଚ୍ଛଦ ପଟରେ କେବଳ ହିଁ କେବଳ ସେହି ଦେଶର ଯୁବକ ମାନଙ୍କର ହିଁ ବଡ଼ ଭୂମିକା ରହିଅଛି। ଆମେ ସମସ୍ତେ ଜାଣିଛେ ପବିତ୍ର ଭାରତବର୍ଷ ହେଉଛି ପୁଣ୍ୟ ଭୂମି, ଦେବ ଭୂମି ଏବଂ ମୋକ୍ଷ ଭୂମି ଯେଉଁଠି କି ସ୍ୱୟଂ ଭଗବାନ ଜନ୍ମ ନେବା ପାଇଁ ତାଙ୍କ ତାଙ୍କ ମଧ୍ୟରେ ମଧ୍ୟ ଯୁଦ୍ଧ ହୁଏ ଯେ ପୁଣ୍ୟମୟୀ ମା ଭାରତୀର କୋଳରେ ଜନ୍ମ ନେବା ପାଇଁ । 


ବର୍ତ୍ତମାନ ପରିସ୍ଥିତିକୁ ଯଦି ଅନୁଧ୍ୟାନ କରିବା ଆଜିର ଯୁବପିଢ଼ି କିଭଳି ଭାବରେ ନିଜର ଚାଲି, ଚଳନ ,ସଂସ୍କୃତି ଏବଂ ପରମ୍ପରାକୁ ଭୁଲି ଆଧୁନିକତା ବା ସ୍ମାର୍ଟ ନାଁ ରେ ପାଶ୍ଚାତ୍ୟ ଦେଶର ସଂସ୍କୃତି ଆଉ ପରମ୍ପରାରେ ଆଜି ସମ୍ପୂର୍ଣ୍ଣ ଭାବରେ କବଳିତ। ଯଦି ଆମେ  ଗୋଟିଏ ଛୋଟିଆ ଘଟଣାକୁ ଅନୁଧ୍ୟାନ କରିବା ତାହାଲେ ଆମେ ଜାଣିପାରିବା ଯେ ଏହି ମହାନ ଭାରତ ବର୍ଷର ସଂସ୍କୃତିର ଏକ ଅନନ୍ୟ ପ୍ରତୀକ ଯୋଗ । ଯେତେବେଳେ ସାରା ବିଶ୍ୱ ଆଜି କରୋନା ପ୍ରଭାବରେ ଜର୍ଜରିତ ଆଉ ପୀଡିତ ଥିଲା ସେ ସମୟରେ ସାରା ବିଶ୍ୱର ସମସ୍ତ ଡାକ୍ତରମାନେ ରୋଗୀଙ୍କୁ କହିଲେ ଆପଣ ସକାଳୁ ଉଠି ଯୋଗ ଏବଂ ପ୍ରାଣାୟମ କରନ୍ତୁ ଖାଲି ସେତିକି ନୁହେଁ ଏହା ସ୍ପର୍ଶରେ ବ୍ୟାପୁଥିବା ହେତୁ ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ଅନ୍ୟ ଏକ ସଂସ୍କାର ହେଉଛି ଅତିଥି ଙ୍କୁ ହାତ ଯୋଡି ପ୍ରଣାମ କରିବା କିନ୍ତୁ ପଶ୍ଚିମ ଦେଶରେ ହାଏ, ହାଲୋ,ହ୍ୟାଣ୍ଡେସେକ ସେମାନଙ୍କର ସଂସ୍କୃତି ଏବଂ ପରମ୍ପରା କିନ୍ତୁ ଆଜି ଆମେରିକା ଭଳି ରାଷ୍ଟ୍ରର ରାଷ୍ଟ୍ରପତି ଭାରତୀୟ ସଂସ୍କୃତି ଏବଂ ପରମ୍ପରାକୁ ଆପଣେଇବାକୁ ବାଧ୍ୟ କାହିଁକି ନାଁ ଆଜି ତାଙ୍କ ଦେଶକୁ କୌଣସିବି ଅତିଥି ଆସିଲେ ସେ ହାତ ଯୋଡି ତାଙ୍କୁ ପ୍ରଣାମ କରୁଛନ୍ତି । ଇଏ ଆଉ କାହାର ପରମ୍ପରା ଆଉ ସଂସ୍କୃତି ନୁହେଁ ଆମ ପବିତ୍ର ଭାରତବର୍ଷର ସନାତନ ସଂସ୍କୃତିର ପ୍ରତୀକ। ଜଣେ ଯୁବକ ତାର ଯୁବା ଅବସ୍ଥାରେ ତା ଦେଶର ଗୌରବମୟ ସଂସ୍କୃତିର ରକ୍ଷା ପାଇଁ କଣ ଯେ କରିପାରେ ଆମେ ଇତିହାସରୁ ସମସ୍ତେ ଜାଣିଛେ ଯେତେବେଳେ ଭାରତବର୍ଷ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇରହିଥିଲା ସେହି ସମୟରେ ଜଣଙ୍କର ବଜ୍ର ଆଉ ଗମ୍ଭୀର ସ୍ୱରରେ ସାରା ଦେଶର ଜନ ଜନ ହୃଦୟରେ ବିଦ୍ୟୁତ୍ ସଂଚାରଣ କରିଦେଲା ସେ ଆଉ କେହି ନୁହନ୍ତି ମହାନ ରାଷ୍ଟ୍ରବାଦୀ ହିନ୍ଦୁ ସନ୍ନ୍ୟାସୀ ସ୍ୱାମୀ ବିବେକାନନ୍ଦ । ସେ ଜଣେ ହିଁ ଯୁବକ ଯିଏକି ଯୁଗ ଯୁଗ ପାଇଁ ସାରା ଯୁବ ସମାଜ ପାଇଁ ଆଦର୍ଶ ହୋଇ ରହିବେ କାହିଁକି ନା ସେ ଯୁବାବସ୍ଥାରେ ହିଁ ଭାରତ ମା ର ଦୁଃଖକୁ ଅନୁଭବ କରିବା ସହ ଯୁବାବସ୍ଥାରେ ହିଁ ଦେହତ୍ୟାଗ କରିଥିଲେ ।  ଭାରତର ମହାନ କବି ନୋବେଲ ପୁରସ୍କାରପ୍ରାପ୍ତ ରବୀନ୍ଦ୍ରନାଥ ଠାକୁରଙ୍କ ଉକ୍ତି ଥିଲା "ଯଦି କିଏ ଭାରତକୁ ଜାଣିବାକୁ ଚାହଁ, ତାହାଲେ ବିବେକାନନ୍ଦଙ୍କୁ ପଢ଼" କାହିଁକି ନା ତାଙ୍କ ଠାରେ କିଛିବି ନକରାତ୍ମକତା ନଥିଲା କେବଳ ସକରାତ୍ମକ ହିଁ ସକାରତ୍ମକ ଥିଲା । ପ୍ରାଚୀନ ଓ ଆଧୁନିକ , ରାଷ୍ଟ୍ରୀୟତା ଓ ଅନ୍ତରାଷ୍ଟ୍ରୀୟତାର ଏବଂ ବିଜ୍ଞାନ ଓ ଆଧ୍ୟାତ୍ମିକତାର ଅପୂର୍ବ ମିଳନ ସ୍ୱାମୀ ବିବେକାନନ୍ଦଙ୍କ ଠାରେ ଥିଲା । 


କଲିକତାର ସୀମକାପଲି  ଠାରେ ୧୮୬୩ ମସିହା ଜାନୁଆରୀ ୧୨ ତାରିଖ ଦିନ ବାପା ବିଶ୍ୱନାଥ ଦତ୍ତ ଏବଂ ମା ଭୁବନେଶ୍ୱରଦେବୀଙ୍କ କୋଳରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଶୈଶବ ଅବସ୍ଥାରେ ବିବେକାନନ୍ଦଙ୍କ ଆଧ୍ୟାତ୍ମିକତା ପ୍ରତି ପ୍ରବଳ ରୁଚି ଥିଲା । ପିଲାଦିନେ ସେ ରାମ ,ସୀତା , କୃଷ୍ଣ ଓ ଶିବ ଆଦି ମୂର୍ତ୍ତି ମାନଙ୍କ ସାମ୍ନାରେ ଖେଳୁ ଖେଳୁ ମଧ୍ୟ ପୂଜା ଏବଂ ଧ୍ୟାନରେ ନିମଗ୍ନ ହୋଇଯାଉଥିଲେ । ଯେତେବେଳେ ତାଙ୍କ ମା ରାମାୟଣ ଓ ମହାଭାରତର ଯେଉଁ ଗପ ଶୁଣାଉ ଥିଲେ ତାହା ତାଙ୍କ ଜୀବନ ଉପରେ  ଏତେ ଗଭୀର ମାତ୍ରାରେ  ପ୍ରଭାବ ପଡୁଥିଲା ଯେ ସେ ଦୁଃଖୀ , ଗରିବ ଏବଂ ସାଧୁ ସନ୍ୟାସୀ ମାନଙ୍କୁ ଦେଖିଲେ ନିଜର ନୂଆ ବସ୍ତ୍ର ମାନ ଦାନ କରିବା ସହ ତାଙ୍କ ହୃଦୟ ସବୁବେଳେ ସେମାନଙ୍କ ପ୍ରତି ବିଚଳିତ ହେଉଥାଏ । ବାଲ୍ୟକାଳରୁ ହିଁ ସେ ପ୍ରତ୍ୟେକ ବିଷୟ ର ସନ୍ତୋଷଜନକ କାରଣ ଖୋଜୁଥିଲେ କାହିଁକି ନା ତାଙ୍କୁ ଜଣେ ଥରେ ବୃଦ୍ଧା କହିଲେ "ଏ ଗଛ ଚଢିବୁ ନାହିଁ ନତେତ ଏ ଗଛରେ ଥିବା ଭୁତ ତତେ ଖାଇଦେଵ " । ବାସ୍ତବରେ ସେ ଗଛରେ ଭୁତ ଅଛିକି ନାହିଁ ଜାଣିବା ପାଇଁ ନରେନ୍ଦ୍ର ସମ୍ପୂର୍ଣ୍ଣ ସଂଧ୍ୟା ସମୟରେ ସେ ଗଛରେ ବସିରହିଲେ । ପିଲାଦିନରୁ ସେ ଖେଳକୁଦ ,ଶାସ୍ତ୍ର ଏବଂ ସଙ୍ଗୀତରେ ପାରଙ୍ଗମ ଥିବା ସହ ସାଙ୍ଗ ମାନଙ୍କ ମଧ୍ୟରେ ଅପ୍ରତିଦ୍ୱନ୍ଦୀ ନେତା ମଧ୍ୟ ଥିଲେ । ଦିନକୁ ଦିନକୁ ସେ ଯେତେ ବଡ଼ ହେଉଥାନ୍ତି ତାଙ୍କ ମଧ୍ୟରେ ଥିବା ସେ ଆଧ୍ୟାତ୍ମିକ ଚେତନାର ସ୍ତର ସେତେ ଜାଗ୍ରତ ହେଉଥାଏ ଏବଂ ତାଙ୍କୁ ବିଚଳିତ କରୁଥାଏ । ଯେ କେହି ଭଗବାନଙ୍କ ଅସ୍ତିତ୍ବ ବିଷୟରେ ପଚାରିବା ଅତ୍ୟନ୍ତ ସ୍ୱାଭାବିକ କଥା କିନ୍ତୁ ପ୍ରଶ୍ନ କରି ଚୁପ ହେଇଯିବା ପର୍ଯ୍ୟନ୍ତ  ନୁହେଁ ବରଂ ସେ ପ୍ରଶ୍ନକୁ ଅନୁସନ୍ଧାନ କରି ସିଦ୍ଧାନ୍ତରେ ଉପନୀତ ହେବା ପର୍ଯ୍ୟନ୍ତ ସେ ପ୍ରଶ୍ନ ପ୍ରେରଣା ଦେବା ଉଚିତ୍ । ସେ ବୋଧହୁଏ  ଜଣିଏ ବ୍ୟକ୍ତି ଯିଏକି ଭଗବାନଙ୍କୁ ଦେଖିବା ପାଇଁ ବା ତାଙ୍କ ଅସ୍ତିତ୍ବ ବିଷୟରେ ଜାଣିବା ପାଇଁ ପ୍ରବଳ ବ୍ୟଗ୍ର ଥିଲେ । ନରେନ୍ଦ୍ର ଯେତେବେଳେ  ଅନେକ ବଡ଼ ବଡ଼ ଧର୍ମିକ ନେତା ମାନଙ୍କୁ ଭେଟିଲେ  କିନ୍ତୁ କେହି ଜଣେବି ଈଶ୍ୱରଙ୍କ ଅସ୍ତିତ୍ବ ବିଷୟରେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ ତେଣୁ ଏହି ସାକ୍ଷାତ ପରେ  ତାଙ୍କ ମନରେ ଆଧ୍ୟାତ୍ମିକତା ଅସ୍ଥିରତା ଆହୁରି ଜାଗ୍ରତ ହେଲା । କେହି ଜଣେ ତାଙ୍କ ସମ୍ପର୍କିତ ୧୮୮୧ ମସିହାରେ ଦକ୍ଷିଣେଶ୍ୱର ରେ ଥିବା ରାମକୃଷ୍ଣ ପରମହଂସ ନାମକ ସନ୍ଥଙ୍କୁ ଭେଟିବା ପାଇଁ ପ୍ରେରଣା ଦେଇଥିଲେ ବୋଧହୁଏ ସେଦିନ ଥିଲା ଦୁଇ ମହାନ ଆତ୍ମଙ୍କ ଐତିହାସିକ ମିଳନର ଦିନ । ସ୍ୱାମୀଜୀ ଯେତେବେଳେ ପୁଣି ସେହି ପ୍ରଶ୍ନ ତାଙ୍କୁ ପଚାରିଛନ୍ତି ମହାଶୟ  ଆପଣ କଣ  ଈଶ୍ୱରଙ୍କୁ ଦେଖିଛନ୍ତି ? ରାମକୃଷ୍ଣ ସକରାତ୍ମକ ଉତ୍ତର ଦେଇ କହିଲେ ଯେମିତି ତମକୁ ଦେଖୁଛି ବରଂ ଅଧିକ ଗାଢ଼ ଏବଂ ଭାବପୂର୍ଣ୍ଣ  ଭାବରେ ଦେଖିଛି ଏହି ଉତ୍ତର ହିଁ ସ୍ୱାମୀଜୀଙ୍କୁ ଆଶ୍ୱସ୍ତ କରିଥିଲା ଏବଂ ପରେପରେ ସେ ରାମକୃଷ୍ଣଙ୍କ ଶିଷ୍ୟ ଭାବରେ ଶିଖା ଆହରଣ କଲେ । କିଛିଦିନ ପରେ ଯେତେବେଳେ ନରେନ୍ଦ୍ରଙ୍କ ପିତା ଦେହତ୍ୟାଗ କଲେ ଏମିତି ଏକ ସମୟ ଆସିଲା ଯେ ତାଙ୍କ ପରିବାରକୁ ଅନେକ ଅଭାବ ଓ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା ସେ ଯେତେବେଳେ ଗୁରୁଙ୍କ ପାଖକୁ ଗଲେ , ଗୁରୁ କହିଲେ ମା କାଳୀଙ୍କ ପାଖରେ ପାର୍ଥନା କରିବା ପାଇଁ ସେ ଯେତେବେଳେ ମନ୍ଦିର ଭିତରେ ଦେଖିଲେ ଚିନ୍ମୟୀ ମା ବରଦେବା ପାଇଁ ସ୍ମିତ ହାସ୍ୟ ମୁଦ୍ରାରେ ଛିଡା ହୋଇଛନ୍ତି ସେ ଧନର ଆବଶ୍ୟକତା ଥିଲେ ମଧ୍ୟ ଧନ ନମାଗି କେବଳ ଜ୍ଞାନ , ବୈରାଗ୍ୟ ଏବଂ ଭକ୍ତି ମାଗିଥିଲେ।  ବୋଧ ହୁଏ ଏହା ବର୍ତ୍ତମାନ ପରିସ୍ଥିତିରେ ସମସ୍ତ ଆଧୁନିକ ଯୁବ ସମାଜ ପାଇଁ ଶ୍ରେଷ୍ଠ ଉଧାହରଣ ରୂପୀ ପ୍ରେରଣା ହୋଇପାରେ । 


ଯେତେବେଳେ ବିବେକାନନ୍ଦ ପରିବ୍ରାଜକ ରୂପରେ ସମଗ୍ର ଭାରତ ଭ୍ରମଣ କଲେ ଏବଂ ଶେଷରେ କନ୍ୟାକୁମାରୀରେ ଅବସ୍ଥିତ ଭାରତର  ଶେଷ ଶିଳାଖଣ୍ଡରେ ତିନି ଦିନ ତିନି ରାତି ଧ୍ୟାନରେ ବସିଲା ପରେ ତାଙ୍କ ଆଖିଆଗରେ ନାଚି ଉଠିଲା ଭାରତର ଅତୀତ , ବର୍ତ୍ତମାନ ଆଉ ଭବିଷ୍ୟତ ଏବଂ ଦୁର୍ଗା ରୂପୀ ସ୍ୱଂୟ ଭାରତ ମାଙ୍କ ଦର୍ଶନ ମିଳିଲା ଶେଷରେ ତାଙ୍କୁ ଅନୁଭବ ହେଲା ଯେ ଧର୍ମ ହିଁ ଭାରତର ଶକ୍ତି ଓ ସମ୍ପଦ ଆଉ ଭାରତର ପୁନଃଜାଗରଣ ଆଧ୍ୟାତ୍ମିକ ଚେତନା ଦ୍ୱାରା ହିଁ ସମ୍ଭବ ହୋଇପାରିବ । ଆଉ ସେଇ ଅନ୍ତିମ ଶିଳା ଉପରେ ବସି ସେ ସ୍ୱୟଂ ନିର୍ଣ୍ଣୟ ନେଲେ ଯେ ସେ ପାଶ୍ଚାତ୍ୟ ଦେଶକୁ ଯିବେ ସେଠାରେ ଭାରତବର୍ଷର ଧର୍ମ ଆଉ ସଂସ୍କୃତିକୁ ସମଗ୍ର ବିଶ୍ୱରେ ପ୍ରଚାର ଆଉ ପ୍ରସାର କରି ନିଜ ଜୀବନର ଲକ୍ଷକୁ ପୂରଣ କରିବେ । ସତରେ ସ୍ୱାମୀଜୀ ତାଙ୍କ ଯୁବ ଅବସ୍ଥାରେ ମା ଭାରତୀ ପାଇଁ  ଏତେ ଭଲପାଇବା ଥିଲାଯେ  ସେ ୧୦,୦୦୦ ମାଇଲ ଦୂରରେ ଥିବା ଏକ ଅଜ୍ଞାତ ଓ ଅଜଣା ସ୍ଥାନକୁ ଏକାକୀ ଯିବାକୁ ସାହସ କରିଥିଲେ । ଯେତେବେଳେ ସେ ୧୮୯୩ ମସିହାରେ ବିଶ୍ୱ ଧର୍ମ ସମ୍ମିଳନୀ ପାଇଁ ଆମେରିକାର ଚିକାଗୋ ସହରରେ  ପହଁଚିଲେ ତା ପୂର୍ବରୁ ସେ ପାଶ୍ଚାତ୍ୟ ଦେଶର ଯୁବକ ମାନେ ଭୋଗ , ବିଳାସ ଓ କାମନା ବାସନାରେ ଭାସୁଥିଲେ ତାଙ୍କୁ ସେ ସମୟରେ ଭାରତର ଦୁଃଖ , ଦରିଦ୍ର ଓ ଯନ୍ତ୍ରଣାର ଛବି ତାଙ୍କ ଆଖି ସାମନାରେ ନାଚିଉଠିଥିଲା । ତାଙ୍କୁ ସହରରେ ଯୁଆଡେ ଗଲେବି ତାଙ୍କୁ ବିଭିନ୍ନ ପ୍ରକାର କଷ୍ଟ ,ଦୁଃଖ ଏବଂ ଖାଲି ନିନ୍ଦା ଆଉ ଅପମାନ ହିଁ ଦେଇଛନ୍ତି କିନ୍ତୁ ସେ ତାକୁ ସହି ସେଦିନ ସେ ବିଶାଳ କକ୍ଷ ରେ ଥିବା ସମସ୍ତ ଧର୍ମର ଶ୍ରେଷ୍ଠ ପ୍ରତିନିଧି ମାନଙ୍କୁ ପଛରେ ପକେଇ ସେ ଭିକ୍ଷାଥାଳି ଧରି ବୁଲୁଥିବା ନୀଚ ,ଅଚିହ୍ନା ସନ୍ୟାସୀ ସେ ଧର୍ମ ମହାସଭାରେ ସର୍ବଶ୍ରେଷ୍ଠ ବ୍ୟକ୍ତି ହୋଇପାରିଥିଲ । ସେ ଏଭଳି ଜଣେ ବ୍ୟକ୍ତି ଥିଲେ ଯେ ତାଙ୍କ ନାମ -ଯଶ - ଖ୍ୟାତି ସୁଖର ଅଭିଳାଷ ନଥିଲା ବା ସେ ଆମେରିକା ବାସୀଙ୍କ ବିଳାସ ବ୍ୟାସନର ଓ ଆତିଥେୟତା ଆଉ ପ୍ରଶଂସାରେ ଭାସି ନଯାଇ ଆରାମ ଦାୟକ ଗାଦିକୁ ଫୋପାଡ଼ି ଛୋଟ ପିଲାଙ୍କ ପରି ଚଟାଣରେ ଗଡି କାନ୍ଦୁଥିଲେ ଆଉ ପାର୍ଥନା କରୁଥିଲେ "ମା ମୋ ଦେଶ ଆଜି ଘୋର  ଦୁଃଖ , ଦୁର୍ଦ୍ଦଶା ଏବଂ ଦାରିଦ୍ରରେ ଥିବା ବେଳେ ମୋର ଯଶ ଆଉ ଖ୍ୟାତିର ଚିନ୍ତା କଣ ? ମା ମୁଁ ସେମାନଙ୍କର ସେବା କିପରି କରିବି କୁହ " । ଏବଂ ସେ ଶେଷରେ ସେ ଆମେରିକାରେ ସାରା ବିଶ୍ୱବାସୀଙ୍କୁ ହୃଦୟଙ୍ଗମ କରିପାରିଥିଲେ ଯେ ଭାରତ ହେଉଛି ସମସ୍ତ ଦର୍ଶନ ଏବଂ ତତ୍ତ୍ୱର ମାତା ଅଟେ। ସ୍ୱାମୀଜୀ ସବୁବେଳେ କହୁଥିଲେ ଯଦି ତମେ ଲଢେଇ କରିବାକୁ ଚାଁହ ତାହାଲେ ଜଙ୍ଗଲରେ ଥିବା ସିଂହ ସହ ଲଢେ଼ଇ କର ଯଦିବା ତମେ ଚୋର ହେବାକୁ ବି ଚାଁହ ତାହାଲେ ରାଜାର ଧନ ଚୋରି କର କାହିଁକି ନା ସେ ସବୁବେଳେ ଚାହୁଁଥିଲେ ଯୁବ ସମାଜ ଜୀବନରେ ତମେ ଯାହାବି କର ସେଥିରେ ଶ୍ରେଷ୍ଠ ହୁଅ । ସେ  ଆଧୁନିକ ଯୁବ ସମାଜ ଉପରେ ପ୍ରବଳ ବିଶ୍ୱାସ ରଖି କହୁଥିଲେ ଯେ ସିଂହର ସାହସ ନେଇ ଭାରତ ମାଆର ସବୁ ସମସ୍ୟର ସମାଧାନ ଏଇ ଯୁବ ସମାଜ ହିଁ କରିପାରିବେ । ତାଙ୍କ ମନ ଭିତରେ ମା ଭାରତୀକୁ ନେଇ ଏତେ ଦେଶ ପ୍ରେମର ଭାବ ଭରିଥିଲା ଯେ ସେ କହୁଥିଲେ ଭାରତର ସମସ୍ତ ଦେବା ଦେବୀଙ୍କୁ ଆଗାମୀ ପଚାଶ ବର୍ଷ ପର୍ଯ୍ୟନ୍ତ ଭୁଲି ଯାଇ କେବଳ ଭାରତ ମାଆର  ଆରାଧନା କର କାହିଁକି ନା ପୁଣି ଥରେ ଭାରତ ବିଶ୍ୱଗୁରୁ ଆସନରେ ମଣ୍ଡିତ ହେଇପାରିବ । 


ଆଜିକାଲି ଆଧୁନିକ ଯୁବକ ଖେଳ ପଡିଆ କୁ ଭୁଲି ମୋବାଇଲ ଫୋନରେ ଥିବା ଫ୍ରି ଫାୟାର ,ପବଜି ଭଳି ଅନେକ ଗେମରେ ଆଜି ନିଜକୁ ନିୟୋଜିତ କରିଛନ୍ତି କିନ୍ତୁ ଯଦି ଦେଖିବା ସେ ସମୟରେ ଜଣେ ଯୁବକ ଆସି ସ୍ୱାମୀଜୀଙ୍କୁ ପଚାରିଲା ମତେ ଗୀତା ବୁଝେଇ ଦିଅନ୍ତୁ ସ୍ୱାମୀଜୀ ତାଙ୍କୁ ତୁରନ୍ତ କହିଲେ ଯାଅ ତୁମେ ପଡ଼ିଆରେ ଫୁଟବଲ ଖେଳିବ କାହିଁକି ନା ଯଦି ତମକୁ ଗୀତା କୁ ବୁଝିବାକୁ ହେବ ଠିକ ତମର ସେଭଳି ଶକ୍ତିଶାଳୀ ଶରୀର ଦରକାର । ତ ହେ ଆଧୁନିକ ଯୁବ ପିଢ଼ି ଜାଗ୍ରତ ହୁଅ ଏଭଳି ଅଳସୁଆମି ମନୋଭାବ କୁ ପରିତ୍ୟାଗ କରି ନିଜକୁ ଶକ୍ତିଶାଳୀ କରିବା ପାଇଁ ଆଜି ଖେଳପଡିଆରେ ନିଜର ଝାଳକୁ ବୁହେଇବାକୁ ପଡିବ । ଆମେ ହେଉଛେ ସେହି ମହାନ ପରମ୍ପରାର ପୂଜାରୀ ଆଉ ଭାରତବର୍ଷର ପୁନଃଜାଗରଣ ଧର୍ମ ଦ୍ୱାରା ହିଁ ସମ୍ଭବ କାହିଁକି ନା ଭାରତର ଜୀବନ ଧର୍ମରେ ହିଁ ପ୍ରତିଷ୍ଠିତ। ତ ଆମ ଜାତିର ଲକ୍ଷ୍ୟ କେବେ ବି ରାଜନୈତିକ କ୍ଷମତା ପ୍ରାପ୍ତି ବା ସାମରିକ ବଳପ୍ରୟୋଗ କରି କବଜା କରିବା ନଥିଲା । ଥିଲା "ସର୍ବେ ଭବନ୍ତୁ ସୁଖିନଃ " ଏବଂ 'ବସୁଧୈବ କୁଟୁମ୍ବକମ' ଏଇ ଭଳି ଭାରତର ମହାନ ପରମ୍ପରା ଓ ପ୍ରାଚୀନ ସଂସ୍କୃତିକୁ ବଞ୍ଚେଇ ରଖିବା ପାଇଁ ଆଗେଇ ଆସନ୍ତୁ ଯୁବପିଢ଼ି । 


ଭୁବନ, ଢେଙ୍କାନାଳ

Post a Comment

Post a Comment (0)

Previous Post Next Post

ଶୁଭଦୃଷ୍ଟି

(୨ୟ ବର୍ଷ, ୬ଷ୍ଠ ସଂଖ୍ୟା)

ଡାଉନଲୋଡ୍ କରନ୍ତୁ
Free Shubhdristi App Download Now