ପ୍ରାଣ ପଞ୍ଜୁରୀ

ପ୍ରାଣ ପଞ୍ଜୁରୀ - ସ୍ୱାଗତିକା ମହାଙ୍କୁଡ଼
ପ୍ରାଣ ପଞ୍ଜୁରୀ

ପଞ୍ଜୁରୀ ଭିତରେ ଯେମିତି ନୁଆ ପକ୍ଷୀକୁ ରଖିଲେ ପୁରୁଣା ପକ୍ଷୀ ମାନେ ଇର୍ଷା ରେ ଜଳନ୍ତି, ଠିକ୍ ସେମିତି ଆଜି କୌଶଳୀର ଆଗମନରେ ପୁରା କୋଠିଟି ଜଳି ଯାଇଛି ଇର୍ଷାର ନିଆରେ !!
ପୂର୍ଣ୍ଣ ଶୃଙ୍ଗାର ନେଇ ବୋହୂ ବେଶରେ ତା ଆକର୍ଷଣୀୟ ରୂପସଜ୍ଜା ସହ ଆଘାତ ପ୍ରାପ୍ତ ଶରୀରଟି ବାର ଜଣଙ୍କର ବାରଶହ କଥା ଶୁଣି ମର୍ମାହତ। 
ରମଣୀ ମାନଙ୍କର କଣ୍ଟକିତ ଦୃଷ୍ଟି ତା କଷ୍ଟକୁ ଦ୍ଵିଗୁଣିତ କଲା। 
ଦାନବୀ ପ୍ରାୟ ଗୋଟେ ନାରୀର ଆତଙ୍କ ଭରା କଣ୍ଠରେ ସେ ଚମକି ଉଠିଲା !!
ତା ହାତକୁ ଟାଣିନେଇ ସେ ତାକୁ ବନ୍ଦୀ କରିଦେଲା ଗୋଟିଏ ଜୀର୍ଣ୍ଣ କୋଠରି ଭିତରେ। ଦିନେ ଅନ୍ଧାରକୁ ଡରୁଥିବା ଝିଅଟିକୁ ଆଜି କିଟ୍ କିଟ୍ ଅନ୍ଧାର ଭିତରେ ନିଜକୁ ହଜେଇ ଦେଇଛି !!

ମୁହଁରେ ଅବସାଦର ଅନ୍ଧକାର ସହ ଭାରି ହୃଦୟରେ ପଶ୍ଚାତାପର ଘଡ଼ଘଡ଼ି ! ବୋହୂ ବେଶ ରେ ଆସିଥିବା କୌଶଳୀ ର ଆଖିରେ ଲୁହ ନାଁରେ ରକ୍ତର ଧାର ହୋଇ ବର୍ଷୁଛି।
ନିର୍ମାୟା ମନକୁ ତାର କର୍ମ ର ପାପ ଧୀରେ ଧୀରେ ଜାଳି ଉଠିଲା। ପାପକର୍ମର ଜ୍ଵାଳାରେ ନିଜକୁ ଜୀବନ୍ତ ଦଗ୍ଧ ପ୍ରାୟ ଭାବି ସେ ସ୍ତମ୍ଭକାର ହୋଇ ବନ୍ଦ କବାଟକୁ ଚାହିଁ ରହିଛି। 

ପ୍ରତାରଣାର ଅତୀତ ଉପରେ ଆଉଜା ତାର ଅକଳ୍ପିତ ବର୍ତ୍ତମାନ, ଭବିଷ୍ୟତ କୁ ଦେଖି ଅଟ୍ଟହାସ୍ୟ କରୁଛି !!! ଆଖିବୁଜିଲେ ପୁଣି ସେଇ ଗୋଟିଏ ଦୃଶ୍ୟ,
କେମିତି ତା ବିଶ୍ଵାସରେ ପ୍ରେମର ଅତର ଢାଳି ବାପା ମାଆଙ୍କୁ କୋହ ସମୁଦ୍ରରେ ଠେଲିଦେବାକୁ ବାଧ୍ୟ କରିଥିବା ତାର ସେ ଭଣ୍ଡ ପ୍ରେମିକ ତାକୁ ରାକ୍ଷସ ପରି ହସି ହସି ବିକି ଚାଲିଗଲା।
ଅନ୍ତରାତ୍ମାର କୋହ ଭରା ଚିତ୍କାର ତା ବିବେକକୁ ରୁନ୍ଧି ତାକୁ ନିର୍ମମ ଭାବେ ହତ୍ୟା କରିବାପାଇଁ ଅହରହ ଯୋଜନା କରୁଛି ଯେମିତି !!
ମୃତ୍ୟୁର ଡାକରା ସେ ଶୁଣି ପାରୁଛି ଅତ୍ୟନ୍ତ ପାଖରୁ ଥାଇ। 
ଶେଷରେ ଆଖି ବୁଜିଦେଇ ପ୍ରାଣପକ୍ଷୀ ତାର ଉଡିଗଲା ପଞ୍ଜୁରୀ କବାଟ ଦେଇ ; ଶେଷରେ କଣ ସେ ଦେହଜୀବୀ ହବ ଏଇ ବୋହୂବେଶ କୁ ନେଇ ???

5 Comments

Post a Comment

Post a Comment

Previous Post Next Post