ମନେ ପଡେ ତୁମ ସ୍ମୃତି

ମନେ ପଡେ ତୁମ ସ୍ମୃତି - ସଂଗ୍ରାମ ମହାରଣା

ଜଳିଲା ତୁମ ଜୁଇ ଏ ମାତୃଭୂମି ରେ
ଏ ମାଟି କାନ୍ଦେ ଆଜି ତୁମରି ସ୍ମୃତି ରେ
କାହିଁକି ଗଲ ଏତେ ଦୂର
କରି ସମସ୍ତଙ୍କୁ ପର
ଭାବ କି ନିଜ କୁ ଏଡେ ସ୍ୱାର୍ଥପର
କାହିଁକି ଆଜି ଏ ଦେଶ
ଧାରଣ କରିଛି ଆଲୋକ ର ବେଶ
ତୁମେ ସିନା ଚାଲିଗଲ
ସମସ୍ତଙ୍କୁ ପର କଲ
ହେଲେ କେମିତି ଭୁଲିବ କୁହ
ପୁରା ଭାରତ ବର୍ଷ ତୁମ ପାଇଁ ଶୋକାକୋହ
ତୁମ ଆତ୍ମା ଆଜି ବି ଅମର
ତୁମ ଦେହରୁ ନିଗିଡିଥିବା ପ୍ରତିଟି ରକ୍ତବିନ୍ଦୁ ଏ ଭାରତ ବର୍ଷ ର
ମା ର ବକ୍ଷ ଚିରି ସବୁଦିନ ପାଇଁ ଚିର ନିଦ୍ରା ରେ ଶୋଇଗଲ
ସମାଜ ର ପ୍ରତି ଟି ଅଣୁ ରେ ତୁମ ସ୍ପର୍ଶ ଛାଡିଦେଇଗଲ
୨୧ ବର୍ଷ ହେଲା ସେ ମା ର ଆଖିରୁ ଲୁହ ଶୁଖୁନି
ପାଗିଳି ବୁଢି ର ଆଉ ଦେଖା ମିଳୁନି
ହେଲେ ସମାଜ ର କୋଟି କୋଟି ପ୍ରିୟ 
ଭାରତୀୟଙ୍କର ତୁମେ ଚିର ଅମର
ସଦା ସର୍ବଦା ମନେ ରହିବ 
ବିଜୟ ଗାଥା ତୁମର
ଲୋମ ଟାଙ୍କୁରା କାହାଣୀ ଯିଏ ବି ଶୁଣିବ
ସେ ଶ୍ରୀ ବିକ୍ରମ ବାତ୍ରା ହୁଅନ୍ତୁ କି ଶ୍ରୀ ମୱନୋଜ ପାଣ୍ଡେ
 ସେ ୫୨୩ ସହିଦ ଯବାନ ସବୁେବେଳ ଅମର ରହିବ
ତୁମେ ମାନେ ସଦା ସର୍ବଦା ଆମ ମନ ପ୍ରାଣ ଶରୀର ରେ ରହିବ
ଏତିକି ମନସ୍କାମନା
ଜନ୍ମଭୂମି ର ତୁମେ ଏକ  ଉଦ୍ଦୀପନା
ଜୟ ହିନ୍ଦ, ଜୟ ଭାରତ। 



Post a Comment

Post a Comment (0)

Previous Post Next Post
Free Shubhdristi App Download Now