ହିମ ବୀର

ହିମ ବୀର - ନିଲେଶ କୁମାର ଭୋଇ

ଏହି ପବିତ୍ର ଭାରତମାତାର ଶିର ସେ ହିମଗିରି ହିମାଳୟ, 
ସେହି ସ୍ଥାନ ଜାଣ ଚୀନ ଦେଶ ସୈନିକଙ୍କ କର୍ମାଳୟ।
ଶୋକନଦୀ ,ଗଲୱlନ ନଦୀ ପ୍ରବାହିତ ସେହିଠାରେ, 
ସୈନ ସାମନ୍ତ ଧରିଣ ଚୀନ ଦେଶ
ଭାରତକୁ ଆକ୍ରମଣ କରେ l
ଲୁହା ଛଡ଼, ପଥର ମାଡରେ ଭାରତ ଯବାନ ହେଲେ ଶହୀଦ,
ବିଶ୍ୱାସ ଘାତକତା କରି ଚୀନ ଦେଶ ଗଣୁଅଛି ପ୍ରମାଦ ।
ଅତି ପବିତ୍ର ଗଙ୍ଗୋତ୍ରି ଗାନ କରେ ଭାରତ ମାତାକି ଜୟ !
ଚୀନ ସେନାର ପ୍ରାଦୁର୍ଭାବ ଜାଣ ଅକାଳରେ ହେବକ୍ଷୟ ।
ବେକାର ଯିବନି ଭାରତ ମାତାର ସନ୍ତାନର ବଳିଦାନ, 
ସାରା ବିଶ୍ୱରେ କୋରୋନା ମହାମାରୀ ନେଉଅଛି କୋଟି ପ୍ରାଣ।
ମିଳିତ ଜାତିସଂଘରୁ ଚୀନ ଦେଶକୁ ଏକ ଘରିଆ କରିବେ,
ତୃତୀୟ ବିଶ୍ୱ ଯୁଦ୍ଧ ପାଇଁ ନିମନ୍ତ୍ରଣ ଦେଇ ବିଶ୍ଵର ବିନାଶ କରିବେ।
ଗଲୱlନ ଘାଟି ହେବ ଇତିହାସ ପୃଷ୍ଠାର ବିପଦ ସେନାଛାଉଣୀ,
ପହଁରା ନଜାଣି ଚୀନସେନା ଯୁଦ୍ଧଆମନ୍ତ୍ରଣ କରୁ କି' ପୁଣି ।
ଲଦାଖ ମାଟିରେ ଚୀନ ସେନାର ପ୍ରାଣଯିବ ସୁ-ନିଶ୍ଚିତ, 
ଏହି ଲେଖା ପ୍ରମାଣିତ କହେ ଇତିହାସ ବେଦପୁରାଣ,ଭାଗବତ।
ସୂର୍ଯ୍ୟ, ଚନ୍ଦ୍ର ଯେତେ ଦିନ ଆକାଶେ ହେଉ ଥିବେ ଆତଯlତ, 
ଭାରତ ମାତାର ମୁକୁଟ ବିଛିନ୍ନ ହେବନାହିଁ ସେ-ହିମଗିରି ପର୍ବତ l
ହିମ-ବୀର ଯେତେ ଦିନ ଏହି ଅଲିଭା ଦୁନିଆଁରେ ଥିବେ,
ବୈଦେଶିକ ଶତ୍ରୁ ଅକାଳରେ ଜାଣ ନିହତ ଯେ' ହେବେ l

Post a Comment

Post a Comment (0)

Previous Post Next Post