କୋଣାର୍କ କହେ ଇତିହାସ

କୋଣାର୍କ କହେ ଇତିହାସ - ଦେବେନ୍ଦ୍ର ସେଠୀ

ତାକୁ ଦେଖ!
ଆଉ ଦେଖିବାକୁ ଚେଷ୍ଟାକର
ତାର ସେଇ ଭଗ୍ନାବଶେଷକୁ
ଯେଉଁଠି ଖାଲି ମୁଠାଏ ମୁଠାଏ
ମରୀଚିକା ସଜାଏ ତା ମୁହାଣରେ
ପାହାନ୍ତି କାକର ବୁନ୍ଦା ଉପରେ 
ସୁନୀଳରୁ ସ୍ବର୍ଣ୍ଣାଭ ସକାଳ।

ଖୋଜ!
ଆଉ ତତ୍ପର ହୁଅ...
ଦେଖିବ ଝଲସି ଉଠିବ
ଧରମା ଲୀନ ହୋଇଥିବା ସେଇ
ରଥାକୃତି କୋଣାର୍କର ପ୍ରାଙ୍ଗଣର
ଅସଜଡ଼ା ମରୁଭୂମିର
ଭିଟା ରଣ ହୁଙ୍କାର।।

ଆହାଃ...
କେଡ଼େ ମନୋହର ତାର 
ଚିତ୍ରପଟ୍ଟରେ ଭରି ରହିଥିବା
ସେଇ ନର,ନାରୀ,ଦେବତା
ମାନଙ୍କ ଅସ୍ତିତ୍ବ ତିଆରି
ଚଳନ୍ତି ଖପୁରି ଭିତରେ
ଲୁଚିରହିଥିବା ବିଶୁମହାରଣାଙ୍କ
ବଟାଳିରେ ଖୋଦିତ 
ବାର ଶହ ବର୍ଷ କଥା।

ହଁ ମୁଁ ଇତିହାସ....
ସମସ୍ତଙ୍କ ମନରେ ଆଙ୍କେ
ତମାମ୍ ଅତୀତ ଗୁଡିକୁ ବିଦ୍ରୋହୀର
ଆହ୍ୱାନ ଦେଇ...,
ତମର କଣ ମନେ ନାହିଁ?
ଧର୍ମକୁ ଆଗକୁ ନେଇ
ଖଣ୍ଡ ବିଖଣ୍ଡିତ କରିଥିଲା
ସେ ନିର୍ଲଜ,ବ୍ୟଭିଚାରୀ
ମିମାଂସୀ ପୁରୁଷ
ନାଁ ତାର କଳା ପାହାଡ଼।

ଦେଖୁନ!
ସେ ତ ଅଛି ଆଜିବି ଅଛି
ସେମିତି ମୁଣ୍ଡଟେକି
ପିଠି ତ ଡେରୀ ନି କାହା
କାନ୍ଧରେ..
ତଥାପି ଆମକୁ ଦେଖାଉନି
ତା ଲଜ୍ଜିତ ହେବାର ରୂପ।।

ଧିକ୍ ଆମ ଜୀବନ!.....
ଲାଜ ଲାଗେ ଆଜି
କୋଣାର୍କ କହେ ଇତିହାସ।।

                

Post a Comment

Post a Comment (0)

Previous Post Next Post