ଅସ୍ପଷ୍ଟ ଆଲୋକ

ଅସ୍ପଷ୍ଟ ଆଲୋକ - ସଂଗ୍ରାମ ମହାରଣା


ହେଇଟି, ଶୁଣୁଛ ! କାଲି ପରା ସେ ମହାପାତ୍ର ଘର ଝିଅ ର ବାହାଘର ! 
 "ମାନେ କଣ ସେ ଅପର୍ଣା ର!" ବୋଲି ବାପା ବୋଉ କୁ ପଚାରିଲେ । ବୋଉ ଟିକେ ମୁହଁ ଗୁନ୍ଦୁରେଇ କହିଲା ,ହଁ ମ! ସେଇ, ଏମିତିଆ ନାଁ ଟା ଯେ ସବୁ ସଂଧି ବିଚ୍ଛେଦ ଭରି ହେଇ ରହିଛି ।ବାପା ହସି ଦେଇ କହିଲେ ,ତୁ କେମିତି ତୋ ପୁଅ ନାଁ ରଖିଲା ବେଳେ ୫୪୬ ନାଁ ଭିତରୁ ଏମିତି ଗୋଟିଏ ଠିକ୍ କଲୁ ଯେ ଆଜି ଯାଏଁ ତାକୁ ସେଇ ନାଁ ରେ ଡାକିନୁ । ମୁଁ ସକାଳୁ ସକାଳୁ ଡ୍ରଈଁ ରୁମ୍ ରେ ପେପର୍ ପଢୁ ଥିଲି ଆଉ ସେମାନଙ୍କ କଥା ଶୁଣି ମନେ ମନେ ହସୁଥିଲି । ହଁ ସେଇ ୫୪୬ ନାଁ ଭିତରୁ ବୋଉ ମୋ ନାଁ ଦେଇଥିଲା ସୈାମିତ୍ର କିନ୍ତୁ ସେ ସୋମୁ ବୋଲି ଡାକେ । ଆଉ ବାକି ରହିଲା ଅପର୍ଣ୍ଣା ମାନେ ସେ ଥିଲା ମୋ ପାଇଁ ' ଅପୁ ' । ବହୁତ ଗପୁଡି ଟା , ଗପୁଥିବ ଯେ ସାତ ଖଣ୍ଡ ରାମାୟଣ ସରିଯିବ ହେଲେ ତା ଗପ ସରିବନି ।ସେଥିପାଇଁ ପିଲା ଦିନରୁ ମୁଁ ତାକୁ କୁହେ ,ୟେ ଅପୁ, ତୁ କେତେ ଗପୁ? ସେଠୁ ସେ ଚୁପ ହେଇ ଯାଏ ରାଗିକି । ସତ କହିବାକୁ ଗଲେ ତାର ସେ ଗପ ପେଡି ଥିଲା ମୋ ପାଇଁ ସବୁ ଠାରୁ ପ୍ରିୟ ଜିନିଷ । ଏମିତି ରେ ବି ଯଦି କେହି ଜଣେ ଆସି ମୋର କଣ ଦରକାର ବୋଲି ପଚାରିବେ ମୁଁ ଅପୁ ର ଗପ ପେଡି ମାଗିବି । ଘର ପାଖା ପାଖି ବୋଲି ପିଲା ଦିନ ରୁ ଆମେ ସାଙ୍ଗ ହେଈ ସ୍କୁଲ ଯାଉଥିଲୁ । ତା ପରେ କଲେଜ । ସ୍କୁଲ ଆଉ କଲେଜ ଭିତରେ ଆମ ସଂପର୍କ ଯେ କେତେବେଳେ ପରିଚିତ ଦୁନିଆ ରୁ ବାହାରି  ଅପର୍ଯସ୍ତ  ଭାବେ ପ୍ରେମ  ସମୁଦ୍ର ଭିତରେ ବୁଡି ଯାଇଥିଲା ସେ କଥା କେହି ନ ଜାଣିଲେ ବି ଗାଁ ର ଶେଷ ମୁଣ୍ଡ ରେ ଥିବା ଆମ୍ବ ବଗିଚା ର କୋଇଲି ଆଉ ପାହାଡ ଉପରେ ଥିବା ଠାକୁରାଣୀ ମନ୍ଦିର ର ୨ ଟା ମାଂକଡ ବହୁତ ଭଲ ଭାବେ ଜାଣିଥିଲେ  । ସ୍ୱପ୍ନ ଠୁ ଆରମ୍ଭ କରି ବାସ୍ତବ ଚିତ୍ର ପର୍ଯନ୍ତ ସବୁ କିଛି କଳ୍ପନା କରି ସାରିଥିଲି ଅପୁ ର ପ୍ରେମ ବନ୍ଧନ ରେ ବାନ୍ଧି ହେଇ, ସତେ ଯେମିତି ବିସ୍ମୟ ଆକାଶ ରେ ସେ ମୋର ଚନ୍ଦ୍ରବିନ୍ଦୁ । ହେଲେ କାଳ ବୈଶାଖୀ ଟା କୋଉଠି ଥିଲା କେ ଜାଣି ରାତ୍ରି ର ଅନ୍ଧକାର ଭିତରେ ସବୁ କିଛି ଲୁଚେଇ ଦେଲା । କଥା ଦେଇ କଥା ରଖି ପାରିଲାନି ବୋଲି ଖୁବ୍ କାନ୍ଦିଲା  ସେଦିନ ସଂଧ୍ୟା ରେ ,ସବୁ ପୁରୁଣା କଥା ଗପିଗଲା  । ସେଦିନ କାହିଁକି ତା କଥା ଗୁଡା ଶୁଣିବାକୁ ଇଚ୍ଛା ନ ଥିଲେ ବି ମୁଁ ଶଣିବା ପାଇଁ ବାଧ୍ୟ ଥିଲି । ଶେଷ ଥର ପାଇଁ ଶୁଣୁଥିଲି ସେ ସବୁ । ପରିବାର ର ବନ୍ଧନ କୁ କାଟି ନ ପାରି ସେ ଅନ୍ୟତ୍ର ଏକ ଜାଗା ରେ ବିବାହ କରିବ ବୋଲି  କଥା ଦେଇଚି ତା ଘରେ । ମୁଁ ବି ତା କଥା ରେ ଅବାଧ୍ୟ ନ ହେଇ ଚିରନ୍ତନ ପ୍ରେମ ଉପରେ ଲହୁ ଜର୍ଜରିତ ବିଶାଳ ଚର୍ମ ବେଢା ଉପରେ ଢାଂକି ଦେଲି ସମାଜ ର ସବୁ କିଛି ବାସ୍ତବ କୁ ।
ବୋଉ ଯେତେବେଳେ ବାପାଙ୍କୁ ଇନ୍ଭିଟେସନ ଟା ବଢେଇ ଦେଲା ଆଉ ମୋ ପେପର ପଢା ସରିଲାଣି କି ନାଇଁ ପଚାରିଲା ,ସେତେବେଳେ ବୋଧେ ମୁଁ ହଜି ଯାଇଥିଲି ମୋ ଅବାସ୍ତବ କାଳ୍ପନିକ ଦୁନିଆରେ  । ଅକସ୍ମାତ ଫେରି ଆସିଥିଲି ବାସ୍ତବ ଦୁନିଆ କୁ ଯୋଉଠି ମୋ ଆଖି ସାମ୍ନା ରେ ଦେଖା ଯାଉଥିଲା "ଅପର୍ଣ୍ଣା ୱେଡ୍ସ ପ୍ରିୟବ୍ରତ"...ଆଉ ଭାବୁଥିଲି ସତରେ କେତେ ସୁନ୍ଦର ନାଁ କୁ ମୁଁ ଭଗ୍ନାଂସ କରି ଦେଇଥିଲି  । ଏତିକି ପରେ କୋଉଠି ଥିଲା ଲୁହ ଗୁଡା କେଜାଣି ଆଖିରୁ ବାହାରି ମତେ କେମିତି ଗୋଟେ ଅସ୍ପଷ୍ଟ ଦେଖା ଯାଉଥିଲା......           
                                                               

1 Comments

Post a Comment

Post a Comment

Previous Post Next Post
Free Shubhdristi App Download Now