"ମୁଁ" ର ଯୁଗ - ପ୍ରଦୀପ୍ତ କୁମାର ବେହେରା
ଏ ତ ଯୁଗ 'ମୁଁ' ର
ସମସ୍ତେ ଏଠି ଜ୍ଞାନୀ ଦୃଶ୍ୟମାନ
ଗୁଣ ନାହିଁ କାହାର
ମଲାବେଳେ ନେଇ ଯିବ ଧନ
ପୂଜକ ଆହେ ମିଥ୍ୟାର
ଗର୍ବ ଅହଙ୍କାରେ ବୁଡିଅଛି ମନ
ଛଦ୍ମବେଶୀ ସେ ଶରୀର
ଏ ତ ଯୁଗ 'ମୁଁ' ର !
ମିଛ ସବୁ ସମାଜ କଲ୍ୟାଣ
ସରକାରୀ କଳ ଜରିଆ ଲୁଟର
ଗରିବ କରେ ପୁଣି ଲହୁ ଦାନ
ବାଃ ବାଃ ହୁଏ ନେତା ମନ୍ତ୍ରୀଙ୍କର
ବୋକା ବନନ୍ତି ଖାଲି ସୁଧିଜନ
ନଜର ନାହିଁ କାହାର
ଏ ତ ଯୁଗ 'ମୁଁ' ର !!
ସମସ୍ୟାର ଏଠି ଅନେକ ଦୁର୍ଗ
ସତ୍ୟାସତ୍ୟ ନାହିଁ ଯାହାର
ରାଷ୍ଟ୍ରପ୍ରେମ ଲାଗେ ଏକ ଦ୍ରବ୍ୟ
ବିଂଶଶତାବ୍ଦୀ କିଣା ବିକାର
କଥା କଥିତଙ୍କ ନାହିଁ ଅଭାବ
ସମୟ ନିପଟ ମୁର୍ଖଙ୍କର
ଏ ତ ଯୁଗ 'ମୁଁ' ର !!!
Post a Comment