ତୋ ବିନୁ ଅନ୍ୟଗତି ନାହିଁ

ତୋ ବିନୁ ଅନ୍ୟଗତି ନାହିଁ - ଅଭିଜିତ ବେହେରା

ଜଗତର ନାଥ ଆହେ
    କାଳିଆ ସାଆନ୍ତ
ତୁମ ପାଇଁ ଚାଲେ ଏଠି
    ସଂସାରର ରଥ
ସଂସାର ରଥର ପ୍ରଭୁ
    ତୁମେ ଯେ ସାରଥୀ
ସୂର୍ଯ୍ୟ ଚନ୍ଦ୍ର ଗତି ସବୁ
    ତୁମ ଠାରୁ ସୃଷ୍ଟି
ଜୀବନ ଡଙ୍ଗାର ନାଥ
   ତୁମେ ଯେ ନାଉରୀ
ଏ ଭବ ସାଗରୁ ଆହେ 
   କର ତୁମେ ପାରି
ସୁଖ,ଦୁଃଖ ସୀମା ସବୁ
    ତୁମ ଠି ସୀମିତ
ତୁମେ ପରା ପ୍ରାଣନାଥ
   ବିଶ୍ୱ'ର ରକ୍ଷା କବଚ
କରି କରାଉ ଥାଉ ତୁହି , ତୋ ବିନୁ ଅନ୍ୟ ଗତି ନାହିଁ
ଏହା ଠୁ ବା ସତ୍ୟ ବଚନ
       ଏ କଳିଯୁଗେ କାହିଁ
ତୁମ ଆଦି ଅନ୍ତ ଏ ଶିକ୍ଷିତ ଯୁଗେ
    ନାଥେ ସଭିଙ୍କୁ ଅଜଣା 
ନୀରାଶ ର ଆଶା ତୁମେ ଭାବର ଠାକୁର
    ଧରା ଧାମେ ତୁମ କୀର୍ତ୍ତି ସଭିଙ୍କୁ ଜଣା
ଏ ମିଛ ମାୟା ସଂସାରେ ପ୍ରଭୁ
   ତୁମେ ଏକା ସତ
ତୁମକୁ ନ ପାଇ ଆହେ
   ଏ ଜୀବନ ଲାଗେ ତୁଚ୍ଛ
ବୟସର ବେଳ ଆହେ
   ଗଡ଼ି ଯେ ଗଲାଣି
ତୁମକୁ ନ ପାଇ ସାଆନ୍ତେ
      ଜୀବନ କି
ସତେ ନେବକି ମେଲାଣି

Post a Comment

Post a Comment (0)

Previous Post Next Post