ଅଶାନ୍ତ ସାଗର

ଅଶାନ୍ତ ସାଗର - ସଂଗ୍ରାମ ମହାରଣା

ଦେଲ ଭାଙ୍ଗି ହୃଦୟଟିକୁ ମୋର
ଯାହାକୁ ସାଇତି ରଖିଥିଲି ଖାସ୍ ତୁମରି ପାଇଁ
ଥରେ ତ ଦେଖିକି ଯାଅ
ଥପ୍ ଥପ୍ ହୋଇ ଝରି ପଡୁଥିବା ହ୍ରୁଦୟଟିକୁ 
ଟିକେ ତ ପଛକୁ ଫେରି ଚାହଁ ଆଖିରୁ ଝରି ପଡୁଥିବା ରକ୍ତ ଗୁଡିକୁ
ଆଖିରେ ଭାସିଥିଲା ବହୁତ ଗୁଡେ ସ୍ୱପ୍ନ
ପ୍ରେମ ର ବାଦଲ ଭିତରେ ହ୍ରୁଦୟଟି ପକ୍ଷୀ ହେଇ ଉଡିଯାଇଥିଲା 
ଖୁସି ର ଗୀତ ଗାଇ ଗାଇ କେଉଁ ଏକ ଜାଦୁଭରା ମହକରେ ଭାସି ଯାଉଥିଲା
ହଠାତ୍ ନିଆଁ ଲଗେଇ ଚାଲିଗଲ ତୁମେ
ଥରେ ବି ଦେଖିପାରିଲିନି ମୋ ଭଙ୍ଗା ସ୍ୱପ୍ନ ଟିକୁ
ପଢିପାରିଲନି ବିକଳ ହେଇ ଚାହିଁ ରହିଥିବା ମୋ ଆଖି ଦୁଇଟିକୁ
ତୁମେ କଣ କଲ? 
ଏମିତି କାହିଁକି କଲ? 
ମୋ ସ୍ୱପ୍ନ ର ରାଜ କୁମାରୀ ହେଇ ଆସିଥିଲ
ଆଉ ରାକ୍ଷାସୁଣୀ ସାଜି ତାକୁ ଭାଙ୍ଗି ଦେଇଗଲ
ଯାଅ ଫେରି ଯାଅ, ମୁଁ ନୁହଁ ତୁମ ରାଜ କୁମାର
କେଉଁଠି ଗୋଟେ ଚାହିଁ ରହିଥିବ କେହି ଜଣେ
ଯାଅ ଫେରି ଯାଅ ତା ପାଖକୁ
ଛାଡି ଦିଅ ମତେ ମୋ ଭଙ୍ଗା ହ୍ରୁଦୟ ସହ
ପିଇ ଯିବାକୁ ଦିଅ ସବୁ ଲୁହ ତକ
ଆଉ ଚାପି ଦବାକୁ ଦିଅ ସବୁ ବ୍ୟଥା ଓଠ ତଳେ
ଯାଅ ଫେରି ଯାଅ ତୁମେ ତୁମ ରାଜ କୁମାର ପାଖକୁ
ଯେଉଁଠି ଥାଅ ଖୁସି ରେ ଥାଅ
ମୋ ଜୀବନ ର ଦୀପ ଲିଭି ଯାଉ ଏଇ କ୍ଷଣି
ସ୍ୱପ୍ନ ସହ ଜୀବନ ଟା ବି ଗଳି ପଡୁ ଥପ୍ ଥପ୍ ହୋଇ
ଯାଅ ମୋ ପ୍ରିୟା ଯାଅ ତୁମେ
ଏଇ ମୋର ଶେଷ ପ୍ରାର୍ଥନା ମୋ ଇଶ୍ୱରଙ୍କ ପାଖରେ
ଯେଉଁଠି ବି ରୁହ ଖୁସି ରେ ରୁହ
ଯାଅ ମୋ ପ୍ରିୟା ଯାଅ ତୁମେ


Post a Comment

Post a Comment (0)

Previous Post Next Post
Free Shubhdristi App Download Now