ମୁଁ ଵନଵାସୀ କହୁଛି - ଦୀପାଞ୍ଜଳୀ ଦାସ
ବନ ଲତା ସାଥେ ବଡ ହୋଇ ମୁଇଁ
ଝରଣାର ପାଣି ପିଇଛି
ପାହାଡ଼ ସାଥିରେ ଗଛକୁ ମୁଣ୍ଡେଇ
ଜଙ୍ଗଲି ଜୀବନ ଜିଉଁଛି
ମୋ ଠାରୁ ବେଶୀ ମୋ ଦେହକୁ
ପାହାଡ଼ ଜଙ୍ଗଲ ଜଗୁଛି
ମୁଁ ବନବାସୀ କହୁଛି..।।
ଜଙ୍ଗଲି ଜୀବଙ୍କ ସାଥିରେ ଖେଳି ମୁଁ
ସୁଖ ଦୁଃଖ ସବୁ ବାଣ୍ଟିଛି
ଜଙ୍ଗଲକୁ ମୋର ମା ବୋଲି ଭାଵି
ତାରି କୋଳରେ ଶୋଇଛି...
ଝାଳ ଫାଳ କଥା କୁହନାହିଁ ମତେ
ରକତକୁ ପାଣି କରି ମୁଁ ଛିଞ୍ଚିଛି
ମାଟିର କୋଳରେ
କେତେ ଫସଲ ମୁ ରୋପିଛି ...
ତୁମ କଥା ମାନି
ପାହାଡ଼ର ଛାତିକୁ ମୁଁ ଚିରି ଦେଇଛି
ଡହ ଡହ ଖରା ପିଠିରେ ବୋହି ମୁଁ
କଳା ମଚମଚ ପିଚୁକୁ ବିଛେଇ ଦେଇଛି...
ମୋ ବେଶଭୂଷା ମୋ ପରିଚୟ
ମୁଁ ମୋ ରଙ୍ଗେ ସଜେଇ ହେଇଛି
ଖରା ବରଷାକୁ ଖାତିର୍ ନକରି
ଜୀବନ ପାଇଁ ମୁଁ ଧାଇଁଛି...
ଧଅଁସି ପଇଲେ ଜୀବନର ପାଖେ
ମେଳା ମହୋତ୍ସବ କରି ହାଣ୍ଡିଆ ପିଇ ମୁଁ ନାଚିଛି ...।।
ଭାବ ଅଭାବକୁ ଶୀକାରେ ଟାଙ୍ଗି ମୁଁ
ମୁଣ୍ଡକୁ ଉଠାଇ ଚାଲୁଛି ...
ମୁରୁଖ ନୋକ ମୁଁ
ସରକାରଙ୍କର ଯୋଜନା ଫୋଜନା
ମୋ ପାଇଁ ସପନ ହେଇଛି...
ବାଟ ଭୁଲେଇକି
ଶ୍ୱାସରୁଦ୍ଧ କରି ମାରୁଛି...।।
ଲୋଡା ନାହିଁ ମୋର ତୁମଠାରୁ ବେଶୀ
ଲୋଡା ମୋ ଏତିକି...
ଦାଦନ ନହେଉ ମୋ ରଙ୍କରତନ
ତୁମ ପରି ସତ ହେଉ ତା ସପନ...
ପାଠ ସାଠ ପଢି ହାକିମ ସେ ହେଉ
ସଭ୍ୟ ସମାଜରେ ଜୀବନଟେ ଜିଉଁ...
ସମୟ ସାଥିରେ ପରିବର୍ତ୍ତନ ମୁଁ ଚାହୁଁଛି
ମୋ ଅଧିକାର ମାଗୁଛି...
ମୁଁ ଵନଵାସୀ କହୁଛି...।।
ପାହାଡ଼ ଘେରା, ସବୁଜିମା ଭରା
ReplyDeleteଝରଣା କୂଳେ, ବସା ବାନ୍ଧି ମୁଁ ରହୁଛି,
ଫଳ ମୂଳ ଆହାର କରି
ଖୁସିରେ ଜୀବନଟେ ଜୀଉଁଛି
ମୁଁ ଜଙ୍ଗଲି ଟିଏ କହୁଛି ।।
Post a Comment