ସରସୀ ତୁଠ

ସରସୀ ତୁଠ - ଅମ୍ରିତେଶ ଖଟୁଆ

ଶିଳା ଉପରେ ପଦ୍ମ-ସରସୀ ତୁଠ
ଅଣ୍ଟା ଭିଡିଛି ରାତିକୁ ଆଖି ଠାରି,
ମୁଁ ଅନେଇଥିଲି ତୁଠ ଗଙ୍ଗଶିଉଳି
ଆଖି ଭିତରେ ନଜର ଭିଡିନେଇ।
ଚାଲିଥିଲା ସେଇଠି ଆଖିମୁଦି ନିଦ
ଊହ୍ୟ ଆଶା ସବୁ ଆଉ ନାଚୁଥା'ନ୍ତି
ଚହଲା ଢେଉର ଉଛୁଳା ଭ୍ରୂକୁଟୀ,
କରବୀ ମୁଁ ହୁଅଇ ସେତେବେଳେ
ନାଚେ ମୁଁ ଯେବେ ତା ରାତି ମିଶିକି
ଯାଉ ଗୋଟିଏ ଅଭିସନ୍ଧି କଟିମିଟିର।
ସେହି କଟିମିଟି ମୋ ଆଖିର ପତା
ଉପରେ ଟପଟପ୍ ଘୋଡ଼ା ଟାପୁଧ୍ଵନି
ଅବିରତ କୁଆଁତାରାର ଲୁହକୁ ଢାଳି,
ସଳିତା ଜାଳୁଛି ମୋ ଆଖିର ଟାଙ୍ଗରା
ଭୂଇଁରୁ ଲିତା ଲିତା କରି ସମୟର ଏ
ଶିଶିରର କୃପଣ ରକମକୁ ଦେଲା କଳି।

Post a Comment

Post a Comment (0)

Previous Post Next Post
Free Shubhdristi App Download Now