ସପନର ପଥେ ପଥେ

ସପନର ପଥେ ପଥେ - ଅଭିଜିତ ବେହେରା

ଏକା ଏକା
 ଜୀବନର ପଥ ଏତ
     ରାସ୍ତା ଯେ ଅନେକ
 ଚାଲିବାର ଅଛି ବାଟ
     ଯେତେ ଆସୁ ବିଘ୍ନ
 ଥକିବନି ପାଦ କେବେ
     ଯଦି ଲକ୍ଷ୍ୟ ଥିବ ସିଦ୍ଧ
    ଆରେ ଦୁଃଖ କିଆଁ     
 ଏକା ତୁ ଯେ ଜନ୍ମି ଅଛୁ
     ପଞ୍ଚଭୂତେ ଲୀନ ହେବୁ ବି ତୁ ଏକା
 ସାଥେ କେହି ଯିଵେ ନାହି
     ହୋଇ ତୋ ଅଙ୍ଗୀକା
 ସୀମିତ ସୀମା'ଯେ ତୋର
      ତୋ ପରଧି ତୋ ପାଖେ ଯେ ନାହିଁ
ଲଙ୍ଘିଯା ତୁ  ଦୁର୍ଗ ଗିରୀ
  ନ ହୋଇ ପଥଭ୍ରଷ୍ଟ
 ସଂସାର ମାୟା ଜାଲେ ତୁ ଯେ ଫସିବୁ ବାରବାର
 ମୁକୁଳିବୁ ଏକା ତୁ'ରେ
     ଯଦି ହେବୁ ସୂତ୍ରଧର
 ତୋ ନିର୍ମିତ ରଥେ ଯେ ତୁ
     ପୁଣି ହେବୁ ଯେ ସାରଥୀ
 ସମୟ ସ୍ରୋତେ ତତେ ବହିବାକୁ ହେବ
     ଆସୁ ପଛେ ଯେତେ ଝଡ଼ଝଞ୍ଜା
 ୟେ ମୋହ ମାୟା ସଂସାରେ ଯେ ତୁ
        ଫସିଯିବୁ ନାହିଁ
 ସଂସାର ଏଠି ଚାଲେ ଖାଲି
           ନିଜ ସ୍ୱାର୍ଥପାଇଁ

Post a Comment

Post a Comment (0)

Previous Post Next Post