ସ୍ମୃତି

ସ୍ମୃତି - ପି. ପୁରବୀ ମହାନ୍ତି

ଯାହା କେବେ ଖୁସି ଦିଏ ଆଉ ଦିଏ ଅପସରାଏ ଦୁଃଖ 
ନା ଜୀବନ ର କ୍ଷଣିକ ବାସ୍ତବତା
 ଆଜି ଲାଗେ କାହିଁ ଯନ୍ତ୍ରଣା ର କଳା ବାଦଲ 
ସତେ କି ଢାଙ୍କୁଣି ରେ ଘୋଡେଇ ଦେଇଛି ତାକୁ
ସମୟ ଆଗକୁ ଯାଏ ଆଉ ଆମେ ଛାଡ଼ି ଦେଉ ସବୁଦିନ ପାଇଁ ପଛରେ ତାକୁ
 କିନ୍ତୁ ଦିନେ ହଠାତ୍ ସେ ଅପାଶୋରା ସ୍ମୃତି ଡାକି କହୁଛି 
ଭୁଲିଗଲ କି ସତେ ଯେପରି ଅତୀତ କିଛି
 କଣ ଇଚ୍ଛା ହେଉ ନାହିଁ ମୋ ପାଖରେ ଟିକେ ବସିବାକୁ 
ଆଉ ହଜି ଯିବାକୁ ସେ କ୍ଷଣିକ ଜୀବନ ଭିତରେ 
କିନ୍ତୁ ସେ କଣ ଜାଣିଛି 
ଆମେ ଆଜିବି ତାକୁ ନିଜ ସହିତ ରଖି ସମୟ ସ୍ରୋତ ରେ 
ଛିଣ୍ଡା ପତ୍ର ପରି ଭାସୁଛୁ 
ଆଜି ବି ସେ କାହା ପାଇଁ ମୁଚୁକୁନ୍ଦା ହସ 
ଆଉ କାହା ପାଇଁ ସେ ହସ ରେ ଦୁଇ ଟୋପା ଲୁହ ର ସତ୍ୟ ।

Post a Comment

Post a Comment (0)

Previous Post Next Post