କମା ବିନା ପୁର୍ଣ୍ଣଚ୍ଛେଦ

କମା ବିନା ପୁର୍ଣ୍ଣଚ୍ଛେଦ - ସଂଗ୍ରାମ ମହାରଣା
   ସେଦିନ କଥା ମନେ ପଡିଲେ ନିଜ ଭିତରେ ଗୋଟେ କେମିତି ଆନନ୍ଦ ଲାଗେ। ଏମିତି ସେଇ ଜାଗର ଦିନ ରେ ସଂପର୍କ ଆଉ ତାର ଜଣେ ବନ୍ଧୁ ଗୋଟେ ବାଇକ୍ ରେ ସେପଟେ ରିତୁପର୍ଣ୍ଣା ଆଉ ତାର ଜଣେ ବାନ୍ଧବୀ ଆଉ ଗୋଟେ ବାଇକ୍ ରେ, ଦିନ ସାରା ନିଜ ଗାଁ ପାଖାପାଖି ସବୁ ମନ୍ଦିର ବୁଲାବୁଲି କଲେ। ହଁ ସବୁଠୁ ବଡ କଥା ହଉଛି ପ୍ରେମ ର ପ୍ରଥମ ବର୍ଷ ର ପ୍ରଥମ ଦିନ। ଯେତେବେଳେ ସେମାନଙ୍କ ଗାଡି ତାଙ୍କୁ ଟପି ଆଗକୁ ଯାଉଥିଲା ସେତେବେଳକୁ ସଂପର୍କ ନିଜ ବାଇକ୍ ର ମିରର୍ ରେ ପଛ ଗାଡିରେ ବସିଥିବା ରିତୁପର୍ଣ୍ଣା ର ଚେହେରା କୁ ଦେଖୁଥିଲା, ଯଦି କୌଣସି କାରଣ ରୁ ତାଙ୍କ ଗାଡି ସଂପର୍କ ର ଗାଡି କୁ ଟପି ଯାଉଥିଲା, ସାମ୍ନା ଗାଡି ର ମିରର୍ ରେ ମଧ୍ଯ ସେ ରିତୁପର୍ଣ୍ଣା ର ଚେହେରା କୁ ସ୍ପଷ୍ଟ ଦେଖି ପାରୁଥିଲା। ସବୁଠାରୁ ବଡ କଥା ଥିଲା ଏ ଯେଉଁ ଚୋରା ପ୍ରୀତି ର ପ୍ରେମ ର ଭାଷା କେବଳ ସଂପର୍କ ଛଡା କେହି ବୁଝୁ ନଥିଲେ, ଏମିତି କି ରିତୁପର୍ଣ୍ଣା ନିଜେ ବି ନୁହଁ, କୌଣସି ପ୍ରକାର କଥାବାର୍ତ୍ତା ବି ନ ଥିଲା ମଧ୍ଯ ରେ କେବଳ ହସ ର କିଛି ଭାଷା,ସେ ଭାଷା ସେ କଉଠୁ ଶିଖି ଥିଲା କେ ଜାଣି ତାର ମନେ ନାହିଁ ଆଉ ବି ପ୍ରଥମ ଥର ପାଇଁ ସେ ଯେ ଏ ପାହାଚ ଚଢିବା ଆରମ୍ଭ କରିଥିଲା ଏ କଥା ରେ କୌଣସି ସଂନ୍ଦେହ ନାହିଁ। ଦିନ ସାରା ଏମିତି ବୁଲା ବୁଲି କରି ସାରିବା ପରେ ସମସ୍ତେ ଫେରି ଯାଇଥିଲେ ଘରକୁ। ହେଲେ କେଜାଣି କାହିଁକି ସଂପର୍କ ର ମନ ଟିକେ ଫିକା ପଡି ଯାଇଥିଲା ଆଉ ହଁ ବୁଲା ବୁଲି କରିସାରିବା ପରେ ସମସ୍ତେ ଯାଇଥିଲେ ରିତୁପର୍ଣ୍ଣା ର ଘରକୁ। ସଂପର୍କ ବି ଯାଇଥିଲା ଯେହେତୁ ବୁଲା ବୁଲି କରୁଥିବା ସମସ୍ତେ ହଉଛନ୍ତି ପରଷ୍ପର ବନ୍ଧୁ। ଯେତେବେଳେ ସଂପର୍କ ବସିଥିଲା ରିତୁପର୍ଣ୍ଣା ର ବାରଣ୍ଡା ଘର ର ଗୋଟେ ପୁରୁଣା ଖଟିଆ ଉପରେ, ସେତେବେଳେ ସେ କଣ କିଛି ଭାବୁଥିଲା, କାହିଁକି ନା ସେତେବେଳେ ତାର ମୁହଁ ଟା ଦେଖିବା ଅବସ୍ଥା ରେ ଥିଲା, ସେଇଟା ଭୟ ରେ ଥିଲା କି କଣ ସେ କଥା କହିବା କଷ୍ଟ । ସବୁ ପରେ ଯେତେବେଳେ ସଂପର୍କ ନିଜ ଘରକୁ ଫେରିଲା ମନ ରେ ଗୁଡାଏ ପ୍ରଶ୍ନ ର ବିଚା ର ଥିଲେ ବି ସେ କିନ୍ତୁ ନିଜ କୁ ସମ୍ଭାଳି ପାରୁନଥିଲା ଗୋଟେ ମୁହୁର୍ତ୍ତ ର ବିଚ୍ଛେଦ କୁ, ଏମିତି କାହିଁକି ବୋଲି ଭାବି ଭାବି ସେ କେତେ କଣ ଗୁଡାଏ ଭାବି ବସିଥିଲା। ନିଜର ପ୍ରେମ କୁ ଜାହିର କରିବାର ଗୋଟେ ବର୍ଷ ପରେ ଯାଇ ରିତୁପର୍ଣ୍ଣା ଗ୍ରହଣ କର ଥିଲା ଏ ପ୍ରସ୍ତାବ କୁ। କହିବାକୁ ଗଲେ ୟା ଭିତରେ ଅନେକ ଲୋକଂକୁ ଅନେକ କିଛି କରିବାକୁ ପଡିଛି ସଂପର୍କ ପାଇଁ ରିତୁପର୍ଣ୍ଣା କୁ । ସେ ଯାହାବି ହଉ ସେଦିନ ମନ ତାର ଘରେ ଲାଗୁ ନ ଥାଏ ପୁଣି ବାହାରିଲା ଯିବା ପାଇଁ ରିତୁପର୍ଣ୍ଣା ର ଗାଁ ପାଖ ମନ୍ଦିର କୁ ଯେଉଁଠି ଜାଗର ପାଇଁ ବହୁତ ଭିଡ ହୁଏ, ହେଲେ କେମିତି ଯିବ , ଯିବା ପାଇଁ କହିଲେ ହୁଏତ ରିତୁପର୍ଣ୍ଣା ମନା କରିପାରେ କାହାର ସଂନ୍ଦେହ ଭୟ ରେ ଆଉ ବି ନ ଯାଇ ବି ରହିପାରୁନି ସଂପର୍କ, ଏମିତି ଭାବୁ ଭାବୁ ଆଉ ନିଜ କୁ ସମ୍ଭାଳି ପାରିଲାନି , ନିଜ ର ଏକ ବନ୍ଧୁଂକ ସହ ବାହାରିଲା ପାଖ ଗାଁ କୁ, ଆଉ ସାଂଗରେ ନେଇଥିଲା ରିତୁପର୍ଣ୍ଣା ପାଇଁ ପ୍ରଥମ ଉପହାର ଯାହା କି ଥିଲା ଗୋଟେ ଛୋଟ ଓଁକାର ମୂର୍ତ୍ତି ମଧ୍ଯ ରେ ଉଭୟ ଶ୍ରୀ ବକ୍ରତୁଣ୍ଡ ଆଉ ଶ୍ରୀ ସାଇ। ପହଂଚିଗଲା ସଂପର୍କ ତାଂକ ଗାଁ ପାଖ ମନ୍ଦିର ରେ ଆଉ ଖବର ବି ପହଂଚାଇ ଦେଲା କି ସେ ଆସିଛି ବୋଲି ଯେମିତି ସତରେ ଗଜପତି ରାଜା ନନ୍ଦିଘୋଷ କୁ ଛେରାପହଁରା ଦବାକୁ ଆସିଛନ୍ତି। ହା ହା। ପହଂଚିବା ପରେ ନିଜ ମନ ରେ କିନ୍ତୁ ସାହାସ ଆଣି ପାରୁନଥିଲା ସେ, ବହୁତ ଭୟ ଆଉ ବହୁତ ସାବଧାନ ରେ ଖାଲି ମନ୍ଦିର ଉପରେ ଲାଗିଥିବା ନାଲି ନେଳି ଆଲୁଅକୁ ଅନେଇ କଣ ସବୁ ଭାବୁଥିଲା। ସେଠି ମଧ୍ଯ ତାର ଆଉ କିଛି ବନ୍ଧୁ ମାନଂକ ସହ ଦେଖା ହେଲା ତାଂକ ସହ ମଧ୍ଯ ଏମିତି ଆଳାପ ରେ କିଛି ସମୟ ବିତେଇଲା ପରେ ନିଜ ମନରେ ଟିକେ ସାହାସ ଆଣିଲା। ଆଉ ତା ପରେ ଦେଖା ହେଲେ ନିଜ ମନ ର ମାନସି ଆଉ ସ୍ୱପ୍ନ ର ନାଇକା । ଯାହା ପାଇଁ ସେ କେଉଁ ଦିନରୁ ଯେ ନିଜ ମନ ରେ ଗୋଟେ ପ୍ରେମ ବସା ବାନ୍ଧି ସାରିଥିଲା। ହେଲେ ନେଇଥିବା ଉପହାର କୁ କେମିତି ଦବ ସାହାସ କରିପାରିନଥିଲା ସେ କି ସେ ବିଷୟ ରେ କିଛି କହି ପାରୁନଥିଲା, କି କିଛି କଥା ବି ହେଉ ପାରୁନଥିଲା , ଖାଲି ଭିଡ ଭିତରେ ଆଖି କୁ ବୁଲେଇ ଆଣି ପୁଣି ନୟନ ଦୁଇ ଯୋଖି ଦଉ ଥିଲା ରିତୁପର୍ଣ୍ଣା ଉପରେ, ଯେମିତି କେତେ କଣ ସେ କହିବାକୁ ଚାହୁଁଛି ହେଲେ ନିଜ ପାଖରେ ସେମିତି କିଛି ଶବ୍ଦ ନାହିଁ ଯାହା କି ସେ କହିପାରିବ, ସମୟ ଗଡିବା ସହିତ ସଂନ୍ଧ୍ଯା ରୁ ରାତି ବି ହେଇ ଆସୁଥିଲା, ଆଉ ଭିଡ ବି ବେସ୍ ଜମୁଥିଲା । ୟା ଭିତରେ ଯେ କେତେବେଳେ ସଂପର୍କ ନିଜ ହାତରେ ଉପହାର ଟିକୁ ରିତୁପର୍ଣ୍ଣା ହାତରେ ଧରେଇ ଦେଇଥିଲା ଏକଥା କେବଳ ସେ ଦୁହିଁଙ୍କୁ ଜଣା, ପିଲା ବେଳର ସମୟ ବୋଲି ପିଲାଳିଆମି ବୁଦ୍ଧି। ଶେଷ ରେ ଫେରି ଆସିଥିଲା ସଂପର୍କ ନିଜ ଘରକୁ। ଆସିଲାବେଳେ ବିତେଇ ଥିବା ଦିନ ଟିକୁ ବାରମ୍ବାର ଭାବୁଥିଲା ଆଉ ମନେ ମନେ ହସୁଥିଲେ ବି ନିଜ କୁ କାହିଁକି କେ ଜାଣି ରିତୁପର୍ଣ୍ଣା ଠୁ ଅଲଗା କରିବାକୁ ଆଦୌୁ ଇଚ୍ଛା ନ ଥିଲା । ଦେଖିଥିବା ସ୍ୱପ୍ନ ସବୁ କୁ ସେ କଣ ଭବିଷ୍ଯତ ରେ ସତ କରିପାରିବ ନା କେବଳ ସ୍ୱପ୍ନ ଗୁଡା ସେମିତି ସାଇତା ଗ୍ରନ୍ଥ ଭିତରେ ରହିଯିବ ଏ କଥା ସେ ସବୁବେଳେ ଭାବୁଥିଲା । ଆଉ ହଁ ଆଜି ବି ସେମିତି ଅନେକ ବର୍ଷ ପରେ ହେଲା ପରେ ବି ସେ ସେଇ କଥା ହିଁ ଭାବୁଛି। ସମୟ ର ଚକ୍ର ଭିତରେ ଅନେକ କିଛି ଭୁଲ କରିଛି ସେ ରିତୁପର୍ଣ୍ଣା ପାଖରେ। ବାରମ୍ବାର ଭୁଲ କରିବା ସତ୍ୱେ ବି ରିତୁପର୍ଣ୍ଣା ର କ୍ଷମା ର ଭଣ୍ଡାର ସବୁବେଳେ ଖୋଲା ଥିଲା ପାଇଁ। ହେଲେ ଆଉ କିନ୍ତୁ ପାରିଲାନି ରିତୁପର୍ଣ୍ଣା, ସହିବ ତ କେତେ ସହିବ। ଅନେକ ଲୁହ ବୁହେଇଛି ସେ ସଂପର୍କ ପାଇଁ ହେଲେ ନିଜ କୁ ବୁଝେଇଛି ଯେ ସବୁ କିଛି ଠିକ୍ ହେଇଯିବ। ହେଲେ ବାରମ୍ବାର ଆଘାତ ପରେ ଆଘାତ ଦେଇ ଆସୁଥିବା ସଂପର୍କ ନିଜ କୁ କେବଳ ବଦଳେଇ ବାର ପ୍ରତିସ୍ରୁତି ଦିଏ ଆଉ କିଛି ଦିନ ପାଇଁ ଭଲ ହେଇ ପୁଣି ସେ ବଦଳିଯାଏ, ଏମିତି କାହିଁକି ହୁଏ ସେ ନିଜେ ଜାଣି ପାରେନି। ହେଲେ ଆଜି କିନ୍ତୁ ଆଉ ସେ ସବୁ ନାହିଁ ସବୁବେଳେ ନିଜ ଲୁହ କୁ ଲୁଚେଇ ରଖିଥିବା ରିତୁପର୍ଣ୍ଣା ଆଜି ସଂପୁର୍ଣ୍ଣ ରୁପେ ଭାଂଗି ପଡିଛି। ସବୁ ବିଶ୍ବାସ ଆଉ ଭରସା ରୁ ବାଦ୍ ପଡିଯାଇଛି ସଂପର୍କ୍ ସଂପୁର୍ଣ୍ଣ ରୁପେ ପୁର୍ଣଚ୍ଛେଦ ପଡି ସାରିଛି ସେ ଦୁହିଁଙ୍କ ର ପ୍ରେମ ରେ। ଏବେ ଏବେ ଶୁଣାଯାଏ ଯେ ସଂପର୍କ୍ କୁଆଡେ ସଂପୁର୍ଣ୍ଣ ରୁପେ ବଦଳି ଯାଇଛି। ସେ କୁଆଡେ ଆଗ ଭଳି ଆଉ ନାହିଁ, ସମାଜ ରେ ନିଜକୁ ଠିଆ କରେଇବା ପାଇଁ ପ୍ରଚେଷ୍ଟା କରୁଛି ଆଉ ଭାବୁଛି ବିଗତ ଦିନ ର କଥା, କାହିଁକି ସେ ଏମିତି ଭୁଲ କରୁଥିଲା ଯାହା ପାଇଁ ସେ ଅନୁତପ୍ତ ଜୀବନ ବଂଚୁଛି ଆଉ ଭାବୁଛି କିଛି ଗୋଟେ ଚମତ୍କାର କୁ , ଭାବୁଛି ତା ରିତୁପର୍ଣ୍ଣା କଥା କାଳେ ଫେରି ଆସନ୍ତା କି ଆଉ ଦେଇ ଯାଆନ୍ତା ଶୁଖି ଯାଇଥିବା ଥୁଣ୍ଟା ଗଛ ରେ ଟିକେ ଆଶ୍ୱାସନା। ହେଲେ ଥରେ ବିଶ୍ୱାସ ହରେଇ ସାରିଥିବା ବ୍ଯକ୍ତି ଉପରେ ଆଉ ଥରେ ବିଶ୍ବାସ କରିବା ଟେ ଯେ ମୁର୍ଖାମୀ ର ପରିଚୟ ଏ କଥା ସମସ୍ତେ ଜାଣନ୍ତି। ସବୁ ପରେ ବି ନିଜ ଆଡୁ ଚିତ୍କାର କରି କହୁଛି ସଂପର୍କ୍ କି ହଁ ସେ ବଦଳି ସାରିଛି, ଏ କଥା ର କୌଣସି ପ୍ରମାଣ ନ ଥିଲେ ବି ଏ ସବୁ ସତ ବୋଲି ସେ ଦ୍ୱାହି ଦେଇ କହୁଛି। ହେଲେ ଏ ଚିତ୍କାର ର ଯେ କୌଣସି ପ୍ରକାର ପ୍ରଭାବ ନାହିଁ ଏ ସବୁ ମଧ୍ଯ ତାକୁ ଭଲ ରେ ଜଣା। ଆଗାମି ଭବିଷ୍ଯତ ରେ କୁଆଡେ ରିତୁପର୍ଣ୍ଣା ର ବାହାଘର। ତା ଭବିଷ୍ଯତ ର ଉଜ୍ଜ୍ବଳ କାମନା କରି କରିଥିବା ଭୁଲ ର କ୍ଷମା ପ୍ରାର୍ଥନା କରି ଦୀପ ଟିଏ ଜାଳି ଦୁଇ ହାତ ଟେକି ଉପରେ ଥିବା ମହାପ୍ରଭୁଙ୍କୁ ମୁଣ୍ଡିଆମାରି ଫେରୁଥିଲା ସଂପର୍କ । ଆଉ ଭାବୁଥିଲା ନିଜେ କରିଥିବା ଭୁଲ ଆଉ କରୁଥିବା ପ୍ରାୟଶ୍ଚିତ୍ତ ବିଷୟ ରେ ଆଉ ଭାବୁଥିଲା ସତରେ ୟା ଭିତରେ ଅନେକ ଦିନ ବିତି ଗଲାଣି ହେଲେ ମନ ଭାବନା ଭିତରେ ଯେ ସେ ଏକା ଆଉ ଏତେ ବଡ ଦୁନିଆ ଭିତରେ ସେ ସଂପୁର୍ଣ୍ଣ ଏକା।

Post a Comment

Post a Comment (0)

Previous Post Next Post
Free Shubhdristi App Download Now