ଭକ୍ତ ବିନା ଜଗନ୍ନାଥ

ଭକ୍ତ ବିନା ଜଗନ୍ନାଥ - ସଂଗ୍ରାମ ମହାରଣା

ବଡ ଭାଇ ମହାପ୍ରଭୁ ଶ୍ରୀ ତାଳଧ୍ୱଜ ସହ ଆଗେ ଆଗେ ଯାଇ ସାରିଲେଣି। ଭଉଣୀ ମଧ୍ଯ ଦେବଦଳନଙ୍କ ସହ ମାଉସି ଘର ଅଭିମୁଖେ ବାହାରି ସାରିଲେଣି। ଆଉ କିଛି ସମୟ ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବି ବାହାରିଯିବେ। ସେପଟେ ଶ୍ରୀମନ୍ଦିରରୁ ଲକ୍ଷ୍ମୀଙ୍କୁ ଛାଡି ବାହାରି ଆସିଛନ୍ତି । ଏଥର କିନ୍ତୁ ରାଗ ଋଷା ଅଭିମାନ କିଛି ନାହିଁ । କେ ଜାଣି କାହିଁକି ସବୁ ଚୁପ୍ ଚାପ୍। ଏପଟେ ବଡ ଦାଣ୍ଡ ଖାଲି ଖାଲି। ଯେଉଁ ବଡଦାଣ୍ଡରେ ମହାପ୍ରଭୁ ବିଜେ ହେବା ପୂର୍ବରୁ ଲକ୍ଷ ଲକ୍ଷ ଭକ୍ତଙ୍କ ଜନସମାଗମ ଥାଏ, ଯେଉଁ ବଡ ଦାଣ୍ଡ ରେ ଧନୀ ଗରିବ, ପିଲା ବଡ, ଅଛୁଆଁ ଛୁଆଁ ,ଜାତି ଧର୍ମ କିଛି ବିଚାର କରେନା , ଯେଉଁ ବଡଦାଣ୍ଡରେ ସୋରିଷ ପଡିଲେ ବି ତଳେ ପଡିବାର ପ୍ରଶ୍ନ ନଥାଏ, ଯେଉଁଠି ଘଣ୍ଟ, ମ୍ରୁଦଙ୍ଗ, ହୁଳହୁଳି, ମହୁରି, ନ୍ରୁତ୍ୟ ସହ କିଏ ମାନସିକ କରୁଥାଏ ତ କିଏ ଚକା ଆଖିରେ ଭାବ ଲଗେଇ ଥାଏ ,ସେଇ ବଡ ଦାଣ୍ଡ ଯାହାକି ମହାପ୍ରଭୁଙ୍କୁ ଟାଣି ନିଏ ତା ଉପରେ । ହେଲେ ସେ ବଡ ଦାଣ୍ଡ ଆଜି ଖାଲି ପଡିଛି।ଏପଟେ ବିନା ଭକ୍ତ ରେ ଦାଣ୍ଡ ଖାଲି ପଡିଛି।ସେପଟେ ମହାମାରି ଦିନ କୁ ଦିନ ଅତ୍ୟନ୍ତ ଭୟଙ୍କର ରୂପ ନେଉଛି।ଏହା ଅପେକ୍ଷା ବୋଧେ ଶ୍ରୀମନ୍ଦିର ର ବନ୍ଦ କୋଠରି ଭଲ ଥିଲା। ଏମିତି କେତେ କଣ ଭାବୁ ଭାବୁ ହଠାତ୍ କାହା ସ୍ପର୍ଶ ରେ ଚମକି ପଡିଲେ ମହାପ୍ରଭୁ। ବୁଲି ଚାହିଁଲେ ଆଉ ଯାହା ଦେଖିଲେ ନିଜ ଆଖି କୁ ବିଶ୍ବାସ କରିପାରିଲେନି। ନନ୍ଦିଘୋଷ ରେ ଏ ସ୍ପର୍ଶ କାହାର ଯାହା କି ମହାପ୍ରଭୁଙ୍କୁ ବିଚଳିତ କରିଥିଲା। ସେ ଥିଲେ ଶ୍ରୀ ରାଧା। ଆଖିରୁ ଅଶ୍ରୁଧାରା ବହି ଯାଇଥିଲା ମହାପ୍ରଭୁଙ୍କ ର। ନିଜ ର ଏମିତି ଏକ ସମୟ ରେ ଶ୍ରୀ ରାଧା ତାଙ୍କ ପାଖରେ, ସେ ନିଜେ ବି ବିଶ୍ୱାସ କରିପାରିଲେନି। କିଛି ପ୍ରଶ୍ନ କରିବା ଆଗରୁ ଶ୍ରୀ ରାଧା କହିବା ଆରମ୍ଭ କଲେ 
ପ୍ରଶ୍ନ- ପାଇଗଲ ? 
ପ୍ରତ୍ୟୁତ୍ତର ରେ ମହାପ୍ରଭୁଙ୍କ ପ୍ରଶ୍ନ-କଣ? 
ପ୍ରଶ୍ନ- 

   ଯାହା ପାଇଁ 
  ଗଲ ମଥୁରା ଛାଡି ଗୋପପୁର
ଛାଡିଲ ମଥୁରା ଗଲ ଶ୍ରୀ ମନ୍ଦିର
ପୁଣି ଶ୍ରୀ ମନ୍ଦିର ରୁ ନନ୍ଦିଘୋଷ 
ପାଗଳ ହେଲ କି ତୁମେ ପଦ୍ମହଂସ

  କି ଉତ୍ତର ଦେବେ ମହାପ୍ରଭୁ ନିଜେ ବି ଜାଣି ପାରୁ ନଥାନ୍ତି। ଉତ୍ତର ରେ ଯଦି "ଭକ୍ତ" ବୋଲି କୁହନ୍ତି ତାହେଲେ ଶ୍ରୀ ରାଧା ତାଙ୍କର ଆହୁରି ଥଟ୍ଟା କରିବେ କାରଣ ବଡ ଦାଣ୍ଡ ରେ କେବଳ ପଣ୍ଡା ଛଡା କାଉ କୋଇଲି ବି ନଥାନ୍ତି। 
  ହେଲେ ବିନା ଉତ୍ତର ରେ ବି ଚୁପ୍ ରହିବା ଟା କେଡେ କଷ୍ଟ ମହାପ୍ରଭୁ ନିଜେ ଅନୁଭବ କରୁଥାନ୍ତି, କିନ୍ତୁ କୌଣସି ଉତ୍ତର ନାହିଁ ତାଙ୍କ ପାଖରେ। 
     
      କହିବା ଆରମ୍ଭ କଲେ ମହାପ୍ରଭୁ। ଶୁଣ ରାଧେ। 

କି ଉତ୍ତର ଦେବି ମୁଁ ତୁମକୁ
କଥା ରହିଯିବ କାଳ କାଳକୁ
ବିପଦ ସମୟ ରେ ଭଗବାନ ବି ଶୁଣିଲେନି ଭକ୍ତ ର ଡାକକୁ
ରତ୍ନ ସିଂହାସନ ଛାଡି ଆସିଲେନି ବଡ ଦାଣ୍ଡ କୁ 

    କହିଲେ ଶ୍ରୀ ରାଧା ,

 ଆସିଲ ଯାହା ପାଇଁ  
ସେ କାହିଁ। 
ବିନା ଭକ୍ତ ରେ ଜଗନ୍ନାଥ, ରଥ ପଥରେ ନନ୍ଦିଘୋଷ 
କାହିଁ ତୁମ ଭକ୍ତ ର କୋଳାହଳ
କାହିଁ ତୁମ ମହିମା ର ଚହଳ 
 କାହିଁ କୁହ ନିଜ କୁ ବଡ ଠାକୁର
ଭକ୍ତ ସହ ଏମିତି କାହିଁକି ଛଳ କପଟ କର

ଉତ୍ତର ରେ 
ମହାପ୍ରଭୁ ଛଳ ପ୍ରଶ୍ନ କରି କହିଲେ , 
ଶ୍ରୀକ୍ଷେତ୍ର ରେ ଶ୍ରୀ ରାଧାଙ୍କର 
ଆଗମନ ର ଅଭିପ୍ରାୟ ପଚାରିଲେ? 

କହିଲେ ଶ୍ରୀ ରାଧା ମହାପ୍ରଭୁଙ୍କୁ ଚାହିଁ
ବହି ଚାଲିଥାଏ ଅଶ୍ରୁ ର ନଇ
ଯାହା ପାଇଁ ଏତେ ଆଲୋଡନ 
ଯାହା ପାଇଁ ଏତେ ଆକର୍ଷଣ
ସେ ଆଜି ନିଜେ ହାରି ଯାଉଛି 
ବିରହ ଚିନ୍ତା ରେ ଚକା ଆଖି ଶୋଇ ପଡିଛି
ଆସିଛି ହେବା କୁ ସାହାରା
ମନ ରେ ଦବାକୁ ଅସଂଖ୍ଯ ଆସରା
ଉଠ, ଦେଖ ନିଦ୍ରା ଭଂଗ କର
 ତୁମ ସମୁଖରେ 
ବିନା ଭକ୍ତ ରେ ତୁମର ଏ ଅଦ୍ଭୁତ ଯାତରା
ସତରେ କଣ ଭକ୍ତି ପ୍ରେମ ର ଦୋଷୀ
କାହିଁକି ଦୁରେଇ ଦେଲ ମତେ ନିଜେ ଭାସି
ହେଲେ ବି ଆସିଥିଲି ତୁମ ଲୁହ ରେ ହବାକୁ ଭାଗିଦାର
କରିବାକୁ ସଂପୁର୍ଣ୍ଣ ତୁମର ଏ ଅକ୍ଷତ ଅବସ୍ଥା ର

  ଏତିକି କହି ରଥ ଦଉଡି କୁ ସ୍ପର୍ଶ କରି ଚାଲି ଯିବାକୁ ବସିଥିଲେ ଶ୍ରୀ ରାଧା। 
ପଛରୁ ଡାକିଲେ ମହାପ୍ରଭୁ 
ଶୁଣ ରାଧେ

ନନ୍ଦିଘୋଷ ଗଡିଥାନ୍ତା କେମିତି 
ଭକ୍ତ ର ବିନା ସ୍ପର୍ଶ ରେ
ରାଧା ପରା ପ୍ରଥମ ଭକ୍ତ 
ଏ କଳି କାଳ ରେ 

     ଠିକ୍ ସେହି ସମୟ ରେ ପଣ୍ଡା ମାନେ ଘଣ୍ଟ ହୁଳ ହୁଳି ସହ ରଥ ଟଣା ଆରମ୍ଭ କରିଦେଲେ। 
ଶ୍ରୀ ରାଧା ଭାବୁଥିଲେ ଆଉ ଦେଖୁଥିଲେ 
ଏତେ ସବୁ ହେଲା ପରେ ବି
ମହାପ୍ରଭୁ ଛଳିଆ ହସ ହସୁଥିଲେ, 
ପଣ୍ଡାମାନେ ମାନେ ଜୟ ଜଗନ୍ନାଥ କହୁଥିଲେ
ଆଉ ମହାପ୍ରଭୁ ବି ଭାଇ ଭଉଣୀ ଯିବା ରାସ୍ତା ରେ ମାଉସି ଘର ଆଡେ ଆଗେଇ ଚାଲିଥିଲେ।

1 Comments

Post a Comment

Post a Comment

Previous Post Next Post
Free Shubhdristi App Download Now