ସେ ତ ଭକତ ଭାବରେ ବନ୍ଧା

ସେ ତ ଭକତ ଭାବରେ ବନ୍ଧା  - ସରୋଜ ପରିଡ଼ା
"ସେ ତ ଭକତ ଭାବରେ ବନ୍ଧା ରେ
       ସେ ତ ଭକତ ଜୀବନ ଧନ"       
  ଅର୍ଥାତ ଯେଉଁ ବନ୍ଧନ ସେହି ବିଶ୍ୱ ନିଅନ୍ତା ,ଜଗତର ନାଥ ଜଗନ୍ନାଥ ଙ୍କୁ ବାନ୍ଧି ପାରେ ସେ ହେଉଛି ଭାବର ବନ୍ଧନ ,ଭାବ ରୂପକ ବନ୍ଧନ ରେ ସେ ଚକାଡୋଳା ବାନ୍ଧି ହେଇଯାଏ,ଜାତିରେ ଯବନ ସାଲବେଗ ର ଆକୁଳ ନିବେଦନ ସେଦିନ ତାଙ୍କୁ ଅଟକେଇବାକୁ ବାଧ୍ୟ କରିଥିଲା ଆଉ ଶବରୀର ଅଇଁଠା କୋଳି କୁ ସେ ଅମୃତ ଫଳ ଭାବି ଖାଇନେଇଥିଲେ ତ କେତେବେଳେ ଯାଜପୁରିଆ ପରମ ବନ୍ଧୁ ,ବନ୍ଧୁ ମହାନ୍ତି ଙ୍କ ଭୋକ ସହି ନପାରି ନିଜ ଷାଠିଏ ପଉଟି ଛପନ ଭୋଗ ରୁ ବନ୍ଧୁ ଙ୍କୁ ରାତି ଅଧରେ ନିଦରୁ ଉଠାଇ ଖୁଆଇ ଦେଇଥିଲେ ସେ ବଳିଆର ଭୁଜ । 
  
ବନ୍ଧୁ ସୁଦାମା ସେଦିନ ଭାବିଥିଲା ମୋ ସଖା କୃଷ୍ଣ କଣ ସତରେ ମତେ ମନେ ରଖିଥିବ ବିଚରା ଗରିବ ବ୍ରାହ୍ମଣ ସାଙ୍ଗକୁ କୁ କଣ କୃଷ୍ଣ ସତରେ ଆଦରି ନେବ ହେଲେ ସୁଦାମା ହୁଏ ତ ବୁଝିପାରି ନଥିଲା ଯେ ଭକ୍ତ ଆଉ ବନ୍ଧୁ ର ସାମାନ୍ୟ ଦୁଃଖ କୁ ସେ ଦରଦୀ ବନ୍ଧୁ ସହିପାରେ ନାହିଁ କଣ ହେଲା ସେଦିନ ପାଗଳ ପ୍ରାୟ ସେ ମୁରଲୀଧାରୀ ଦୌଡ଼ି ଆସିଥିଲେ ସୁଦାମା ପାଖକୁ ,ରାଜ୍ୟ ର ପ୍ରଜା ହୋଇଗଲେ ଆଶ୍ଚର୍ଯ୍ୟ ।
         ଭକ୍ତ ପାଇଁ ଯାହା ହୃଦୟ କାନ୍ଦେ,ଭକ୍ତ ପାଇଁ ଯାହା ନୟନ ରେ ଦୁଃଖ ର ବନ୍ୟା ଆସିଯାଏ ସେ ଭଗବାନ ଙ୍କୁ କୌଣସି ଦାମୀ ଉପହାର ଅବା ସୁବାସିତ ଆଉ ସ୍ୱାଦିଷ୍ଟ ଭୋଗ ପ୍ରଲୋଭିତ କରିପାରେନି ସେଇ କଳା ସାଆନ୍ତ ଙ୍କୁ ସୁଦାମା ର ଖୁଦଭୁଜା ଆଉ ଦାସିଆ ବାଉରୀ ର ବାଡ଼ି ନଡ଼ିଆ ହିଁ ଭଲ ଲାଗେ ।
        ବେଳେ ବେଳେ ଆଶ୍ଚର୍ଯ୍ୟ ଲାଗେ ଯିଏ ଦିନେ ରାଧା ପ୍ରେମକୁ ଭୁଲିଯାଇ ଗୋପପୁରରୁ ମଥୁରା କୁ ଯାତ୍ରା କରୁଥିଲେ ସେ ଲକ୍ଷ ଲକ୍ଷ ଭକ୍ତ ଙ୍କ ସାମ୍ନା ରେ ନନ୍ଦିଘୋଷ ରଥକୁ ଏଡାଇ ବାଲି ରଥରେ ବସିଲେ ବି କେମିତି?, ମାମୁଁ କଂସ ର ଅଭିମାନ ଆଉ ଗର୍ବ ଭାଙ୍ଗି ଦେଇଥିବା ସେଇ ମୁରଲୀ ବାଲି ରଥରେ ବସିବାକୁ ଏତେ ଅଭିମାନ କଲେ କାଇଁକି ?
          ଯେଉଁ ବିଶ୍ଵରୂପ କୁ ଦେଖିବା ପାଇଁ ମୁନିଋଷି ମାନେ ଶହ ଶହ ବର୍ଷ ତପସ୍ୟା କରି ମଧ୍ୟ ଅସଫଳ ହୋଇଥିଲେ ଅର୍ଜୁନ ଙ୍କୁ ଜ୍ଞାନ ଦେବାକୁ ଯାଇ ଦୁର୍ଲଭ ରୂପ କୁ ଦେଖେଇଲେ ବି କେମିତି ? ଏପରି ବହୁତ ବହୁତ ଉଦାହରଣ ଆମକୁ ବାଧ୍ୟ କରେ ପ୍ରମାଣ ଦେବା ପାଇଁ ଜଗତର ନାଥ ଜଗନ୍ନାଥ କେବଳ ଭାବ ର ଡୋରୀରେ ହିଁ ବାନ୍ଧି ହୋଇପାରନ୍ତି କେହି ଜଣେ କହିଛନ୍ତି କରି କରାଉ ଥାଏ ସେହି ତା ବିନୁ ଅନ୍ୟଗତି ନାହିଁ!
              ସେ ଜଗନ୍ନାଥ ଜଗତର ନାଥ ସୃଷ୍ଟି ସେହି ସ୍ରଷ୍ଟା ହିଁ ସେହି,ସେ ହିଁ ତ୍ରେତୟା ରେ ରାମ ,ଦ୍ଵାପର ରେ କୃଷ୍ଣ ଆଉ କଳି ରେ ଦାରୁଭୁତ ଜଗନ୍ନାଥ ତାରି ପାଇଁ ସୃଷ୍ଟି ରାମାୟଣ ମହାଭାରତ କେବେ ସେ ମାରେ କେବେ ସେ ତାରେ ତାର ମାୟା ସେ ହିଁ ଜାଣନ୍ତି ଏସବୁ ରହସ୍ୟ କୁ ଭେଦ କରିବା ସାମାନ୍ୟ ମନୁଷ୍ୟ ପକ୍ଷେ ଅସମ୍ଭବ ହେଲେ ଗୋଟିଏ ମାଧ୍ୟମ ରଖିଛନ୍ତି ସେ ଭାବରେ ତାଙ୍କୁ ଭଜନ କଲେ ସେ ମିଳିଯାନ୍ତି। 
              ଯେଉଁଠି ବଡ଼ ବଡ଼ ଋଷି ମୁନି ଗଣ ତାଙ୍କୁ ବର୍ଣନା କରିବାକୁ ଅସମର୍ଥ ଆମେ ଛାର ମଣିଷ ବା କିଏ ହେଲେ ଭକ୍ତ ତା ଭଗବାନଙ୍କୁ ଠିକ ଚିହ୍ନି ଛି , ତା ଭଗବାନ ତା ହୃଦୟରେ ଅଛି ଯୋଉଠି ଡାକୁଛି ଓ କରୁଛି କେତେବେଳେ ଓଠରେ ହସ ହୋଇ ଫୁଟୁଛି ତ କେତେବେଳେ ଦୁଃଖ ହୋଇ ନୟନରୁ ଝରି ପଡୁଛି ତା ଆଖିରୁ ଲୁହହୋଇ ତା ଭଗବାନ ସେଥିପାଇଁ ତ କୁହାଯାଏ ସେ ଭକ୍ତର ଭଗବାନ ଆଉ କଳିଯୁଗରେ ଭକ୍ତି ର ଭାବ ର ଶକ୍ତି ବହୁତ ଥାଏ ଯାହା ବର୍ତ୍ତମାନ ପ୍ରମାଣିତ । 
               ଏହି ମହାମାରୀ ସବୁ କିଛି ବନ୍ଦ କରିଦେଲା ହେଲେ ସେ ନୀଳାମୟ ଙ୍କ ଘୋଷଯାତ୍ରା କୁ ନୁହେଁ ଅବଶ୍ୟ ଭକ୍ତ ର ଭଗବାନ ଭକ୍ତ ଙ୍କୁ ଟିକେ ପରୀକ୍ଷା କରେଇଲେ ହେଲେ ଭକ୍ତ ର ରୋଦନ ରେ ସେ ଅସହାୟ ହୋଇ ଉଠିଲେ ନିଜକୁ ସମ୍ଭାଳିବାକୁ ଅସମର୍ଥ ହେଲେ ଶେଷ ରେ ଭକ୍ତ ର ଭକ୍ତି ଭାବ ଆଗରେ ପ୍ରଭୁ ଜଗନ୍ନାଥ ହାର ମାନିଲେ,ଘଟଣାକ୍ରମ ରେ ରଥ ଚକ ଅପେକ୍ଷାରେ ଥିଲେ ହଠାତ୍ ଦୁଃସମ୍ବାଦ ଆସିଲା ଏ ବର୍ଷ ରଥଯାତ୍ରା ହୋଇପାରିବ ନାହିଁ,ଚଡକ ପଡିଗଲା ଭକ୍ତ ର ଛାତିରେ ସମ୍ଭାଳି ପାରିଲାନି ଭକ୍ତ ଭଗବାନ ଙ୍କୁ ପ୍ରଶ୍ନ କଲା ରେ କାଳିଆ ତୁ କଣ ସତରେ ଏ ବର୍ଷ ରଥାରୂଢ ହେବୁ ନାହୁଁ ,ଏଭଳି ବହୁତ ପ୍ରଶ୍ନ ଆନ୍ଦୋଳନ କଲା ଭକ୍ତ ର ମନକୁ ଦୁଃଖ ରେ ଥିଲା ସେ ହେଲେ ଠିକ ସମୟରେ ପ୍ରଭୁ କଲେ ଚମତ୍କାର।  
                ଆଜି ଶ୍ରୀଗୁଣ୍ଡିଚା ଆଷାଢ଼ ଶୁକ୍ଲ ଦ୍ୱିତୀୟା ତିଥିରେ ପ୍ରଭୁ ସେଇ ଜଗତର ନାଥ ଜଗନ୍ନାଥ ଶ୍ରୀ ମନ୍ଦିରରୁ ବାହାରି ଆସିବେ ଭକ୍ତ କୁ ଦର୍ଶନ ଦେବେ ,ଭକ୍ତ ର ବିଜୟ ହେବ ଏବଂ କଳି ଯୁଗର କଳାପାହାଡ଼ ର ପରାଜୟ ହେବ ,ହେ ଓଡ଼ିଶାବାସୀ ହେ ଓଡ଼ିଆ ଗର୍ବ ରେ କହ ତୁ ଭାରି ବଢିଆ କାରଣ ତୋ ଭଗବାନ ପରା ଦୁନିଆ କୁ ଚଳାଏ। 

ହୋ ଭକତେ , ବୋଲ ଜୟ ଜଗନ୍ନାଥ

1 Comments

Post a Comment

Post a Comment

Previous Post Next Post
Free Shubhdristi App Download Now