ହେ ଜଗନ୍ନାଥ

ହେ ଜଗନ୍ନାଥ - ଦିନେଶ ନାୟକ

ଭକତ ଆଖିରୁ ଲୁହ ଝରୁଛି ରେ 
ଦେଖିବାକୁ ତତେ ଜଗା
କେତେ ଦିନ ଆଉ ଘରେ ବନ୍ଦୀ କରି
ଭୋଗେଇବୁ କହ ସଜା
ହେ ଗଳା ମାଳିଆ ମୋ ଧନ କାଳିଆ
କେମିତି ରହିଛୁ ତୁହି
ଏକା ଏକା କଣ ଷାଠିଏ ପଉଟି 
ନିଇତି ଯାଉଛୁ ଖାଇ
ସିଂହ ଦ୍ୱାରେ ତୋର ଜଣେ ଦେଖା ନାହିଁ
କେମିତି ରହିଛୁ ତୁହି
ଗହଳି ଚହଳି ଟିକେବି ତ ନାହିଁ
ଭଲ ଲାଗୁଛିନା ଭାବଗ୍ରାହୀ
ଦେଖି ନାହିଁ ଭକ୍ତ କେତେ ଦିନୁ ତତେ
କାହିଁକି ଲୀଳା ଲଗାଉ 
ଭକତ ଆଖିରୁ ଲୁହ ଝରେଇ
କି ଲାଭ କାଳିଆ ପାଉ
ଆହେ ଜଗନ୍ନାଥ ଓଡ଼ିଆ ଠାକୁର 
ଘେନ ମୋର ଏ ମିନତୀ
କରୋନା କୁ ଏବେ ଦୁରେଇ ଦିଅ ହେ
ଆହେ ପ୍ରଭୁ ଖଗ ପତି
ଲକ୍ଷେ ଯୋଜନ ରୁ ଗଜ ଡାକ ଶୁଣି
ଉଧାରିଲ ତାକୁ ଯାଇ
ତୋ ଭକତ ଆଜି ଲୁଚି କରି କାନ୍ଦେ
ଆହେ ମୋ କଳା ଗୋସାଇଁ
ବଡ ଦେଉଳରେ ବସିରେ କାଳିଆ
ନାଟ ଲଗାଉଛୁ ସତ
କରୋନା ରୋଗରୁ ହେ କରୁଣାକର
ଉଦ୍ଧାର ହେଉ ଭକତ ।

ଜୟ ଜଗନ୍ନାଥ 🙏

Post a Comment

Post a Comment (0)

Previous Post Next Post