ମାଆ

ମାଆ - ଶ୍ରୀମାନି ପ୍ରିୟଦର୍ଶିନୀ ଦାସ



କେମିତି ଈଶ୍ୱର       ଗଢିଛି ସତରେ
     ଏଇ ସୁନ୍ଦର ରୂପ ଟି ଆହା 
ଯେତେ ଡାକୁଥିଲେ     ମନ ବୁଝେ ନାହିଁ
      ଡାକୁ ଥାଏ ମାଆ ମାଆ ।
ତୋ ପଣତେ ମାଆ      କି ଯାଦୁ ଅଛି
          ଧରି ବୁଲୁଥାଇ ମୁହିଁ
ତୋ ପଣତ ଠାରୁ      ଏ ଦୁନିଆରେ ବଡ଼
          ଆଉ କିଛି ସତେ ନାହିଁ ।
ତୋ କୋଳରେ ପାଏ     ସରଗ ସୁଖ ମୁଁ
          ଆଉ କିଛି ଲୋଡା ନାହିଁ
ଦୁନିଆକୁ ଯେତେ         ବୁଝିନାହିଁ ମୁହିଁ
           ବୁଝେଇ ଦେଇଛୁ ତୁହି ।
ନିରୀହ ମୁହଁଟି        ଲାଗେ ତୋର ମୋତେ
        ଜମା ଦେଖି ନାହିଁ ଦୁଃଖ
ଘାତେ ପ୍ରତିଘାତେ     ସବୁ କାରଣ ତ
         ସମ୍ଭାଳି ପାଇଛୁ ସୁଖ ।
ମଥାରେ ତୋହର     ସିନ୍ଦୂର ଟୋପା ଟି 
         ଆହା କି ସୁନ୍ଦର ଦିଶେ
ସେଇ ମଥାରୁ         ତୋର ଓଢଣା ଟି      
       ଦେଖି ନାହିଁ କେବେ ଖସେ ।  
ବାରମାସେ ତୁହି     କେତେ ଓଷାବ୍ରତ ରଖି
        ମୋ ଶୁଭ କାମନା କରି ଥାଉ
ଏଇ ପରିବାରର      କେତେ ମଙ୍ଗଳ ପାଇଁକି
        ନିତି ଠାକୁରଙ୍କୁ ଡାକୁ ଥାଉ ।
ଖାଇଛୁ କି କେବେ      ପଚାରିଲେ ତୋତେ
          ବାର ବାର ଭୁଲି ଯାଉ
ତଥାପି ଆନନ୍ଦେ     ନାନା ବ୍ୟଞ୍ଜନ ବନାଇ
       ତୋ ହାତରେ ଖୋଇ ଦେଉ ।
       
ବେମାର ପଡ଼ିଲେ      ରାତି ଅନିଦ୍ରା ହୋଇକି
         ବାହୁନି ବାହୁନି କାନ୍ଦୁ
ସଫଳତା ଯେବେ       ପାଇଲେ ବି ମୁହିଁ
    ତୋ ଆଖିରେ ଦେଖେ ମୁକ୍ତା ବିନ୍ଦୁ ।
        
ଦଶମାସ ଦଶଦିନ      ଗର୍ଭରେ ଧରି ତୁ 
       ଜନମ ଦେଇଛୁ ମୋତେ 
ତୋ ଠାରୁ ବଳି      ଏଇ ସଂସାରରେ      
        ମୁଁ ଜାଣିନି କାହାକୁ ସତେ । 
        
ଈଶ୍ବରଙ୍କ ବୋଧେ      ଦ୍ୱିତୀୟ ରୂପ ତୁ
          ଧରାକୁ ଆସିଛୁ ସତେ
ଯେତେ ଦେଖୁଥିଲେ       ତୋର ମନ ବୁଝେନାହିଁ 
        ଦେଖୁଥାଉ  ଖାଲି ମୋତେ ।
ମମତାମୟୀ ତୁ       ସ୍ନେହ ଓ ଦୟାର ସାଗର
         ତୋ କୋଳେ ସରଗ ସୁଖ
ତୁ ଥିଲେ ପାଖରେ        ଭୁଲି ଯାଏ ମୁହିଁ
      ମୋର କେତେ ଅଛି ସୁଖ ଦୁଃଖ ।     


        
                    


2 Comments

Post a Comment

Post a Comment

Previous Post Next Post
Free Shubhdristi App Download Now