ମାତୃଦିବସ - ଏକ ସଂକଳ୍ପ

"ମାତୃଦିବସ"-ଏକ ସଂକଳ୍ପ - ରାକେଶ କୁମାର ବାରିକ

ମା’- ବିଶ୍ୱର ସବୁଠାରୁ ମଧୁର ଓ ସୁନ୍ଦର ଶବ୍ଦ। ଏହି ଶବ୍ଦ
କ୍ଷୁଦ୍ର ହୋଇପାରେ କିନ୍ତୁ ଅର୍ଥ ଏତେ ବ୍ୟାପକ ଯେ 
କୋଟି ବ୍ରହ୍ମାଣ୍ଡ ବ୍ରହ୍ମାଣ୍ଡ ବିଲୀନ ହୋଇଯାଏ ଏଇ ଶବ୍ଦର ଅନ୍ତରରେ । ସମସ୍ତ ଦୁଃଖ କଷ୍ଟକୁ ନିଜ ଅନ୍ତରରେ ଧାରଣ କରି ୧୦ ମାସ ୧୦ ଦିନ ନିଜ ଗର୍ଭର ଛାୟାରେ ନୂତନ ଜୀବନକୁ ପାଳି ନୂତନ ସୃଷ୍ଟିକୁ ଯେ ସଂସାରକୁ ଆଣେ ସେ ହେଉଛି ମା’। ଜୀୟୁ ମାନେ କହନ୍ତି ଯେ ଭଗବାନ ସବୁଠାରେ ସବୁ ସମୟରେ ରହିପାରିବେ ନାହିଁ ସେଥିପାଇଁ ମା' କୁ ଈଶ୍ୱର ସୃଷ୍ଟି କରିଛନ୍ତି।

 ଶାସ୍ତ୍ର ରେ ଲିଖିତ ଅଛି ପୁତ୍ର ପଛେ କୁପୁତ୍ର ହୋଇପାରେ ମାତା କୁମାତା ହେବାର ପ୍ରଶ୍ନ କରୁଥିବା ବ୍ୟକ୍ତି ସଂସାରରେ ସବୁଠାରୁ ନିନ୍ଦନୀୟ। ନିଜ ପୁତ୍ରର ସମସ୍ତ ଅଳିଅଝଟକୁ ପୁରଣ କରି କୋଳେଇ କାଖେଇ ସମସ୍ତ ଦୁଃଖ କୁ ନିଜର କରି ପୁତ୍ରକୁ ସମାଜ ଆଗରେ ଯୋଗ୍ୟ କରୁଥିବା ନାମଟି ହେଉଛି ମା। ମା କୋଳ ଶ୍ରେଷ୍ଠ , ଏହି କୋଳ ଠାରୁ 
ଆରାମଦାୟକ, ନିରାପଦ ସ୍ଥାନ ମିଳିବା ଅସମ୍ଭବ।
ମା' ର ପଣତକାନି ସଂସାରର ଶ୍ରେଷ୍ଠ ଆଶ୍ରୟସ୍ଥଳି। ଭୋକ ଲାଗିବା ପୂର୍ବରୁ ଯେ ଭୋକ ଜାଣି ଖାଇବା ବାଢେ ସେ ମା।
ପ୍ରତିବର୍ଷ ମେ ମାସର ଦ୍ଵିତୀୟ ସପ୍ତାହରେ ମାତୃ ଦିବସ ପାଳନ କରାଯାଇଛି।

ମାତୃ ଦିବସ: ପ୍ରତିବର୍ଷ ମେ ମାସର ଦ୍ଵିତୀୟ ସପ୍ତାହରେ ମାତୃ ଦିବସ ପାଳନ କରାଯାଇଛି। ଯୁକ୍ତରାଷ୍ଟ୍ର ଆମେରିକାରେ ୧୮୬୧ରୁ ୧୮୬୫ ମସିହା ମଧ୍ୟରେ ଦାସତ୍ୱ ପ୍ରଥା ହେତୁ ସଂଘର୍ଷ ଲାଗି ରହିଥିଲା। ଏହି ସଂଘର୍ଷ ସମୟରେ ଜଣେ ସାଧାରଣ ମହିଳା ନିଜକୁ ରୁଗ୍ଣ, ଆହତ ଓ
ଅସହାୟ ମାନଙ୍କ ସେବାରେ ଉତ୍ସର୍ଗ କରିଥିଲେ। ତାଙ୍କର ଏହି ମହତ ସେବା ସମସ୍ତଙ୍କ ସମ୍ମୁଖରେ ଆଦରଣୀୟ ଥିଲା। ଏହି ମହାନଆତ୍ମାଙ୍କ ବିୟୋଗ ପରେ, ତାଙ୍କର ସୁକନ୍ୟା ଆନ୍ନା ଜାର୍ଭିସ୍ ନିଜର ବନ୍ଦନୀୟ ମାଆଙ୍କର ସ୍ମୃତି ରକ୍ଷା ନିମେନ୍ତ ପ୍ରଥମ ଥର ପାଇଁ 'ମାତୃ ଦିବସ' ପାଳନ କରିଥିଲେ।

୧୯୧୪ ମସିହାରେ ରାଷ୍ଟ୍ରପତି ଉଡ୍ର ଓ୍ଵିଲ୍ସନ୍ ଏହି ବନ୍ଦନୀୟ ମାଆଙ୍କ ସ୍ମୃତିକୁ ଅଗ୍ରାଧିକାର ଦେଇ ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରକୁ 'ମାତୃ ଦିବସ' ରୂପେ ପାଳନ କରିବା ପାଇଁ ଘୋଷଣା କରିଥିଲେ। ଏହି ଦିବସ ଆମେରିକୀୟମାନଙ୍କ ଲାଗି ଜାତୀୟ ଦିବସର ମାନ୍ୟତା ପାଇଥିଲା। ବିଶ୍ୱର ପ୍ରାୟ ସମସ୍ତ ରାଷ୍ଟ୍ରରେ ଏହି ଦିବସ ପାଳନ ହେଉଥିବାବେଳେ ଆମ ଦେଶରେ ମଧ୍ୟ ମେ ମାସ ଦ୍ୱିତୀୟ ରବିବାରକୁ ମାତୃ ଦିବସ ଭାବେ ପାଳନ ହୁଏ। କରାଯାଉଛି। ସେ ପ୍ରେରଣାଦାୟୀ, ମମତାମୟୀ ମା’ ପାଇଁ ଆଜି ଦିନଟି ଉତ୍ସର୍ଗ। 

 ଶିଶୁଟିଏ ଧରାପୃଷ୍ଠକୁ ଅବତରଣ କଲା ମାତ୍ରେ ପ୍ରଥମେ ସେ 'ମାଆ' ଶବ୍ଦ ହିଁ ଉଚ୍ଚାରଣ କରିଥାଏ। ମାଆ କୋଳ ନବଜାତ ପାଇଁ ସଂସାରର ସବୁଠାରୁ ନିରାପଦ ଆଶ୍ରୟସ୍ଥଳୀ।
ନିଜ ଛୁଆର ଟିକେ ହସ ଦେଖିବାକୁ ସେ ସବୁ ଦୁଃଖ କଷଣକୁ ମଥାପାତି ସହିଯାଏ। ସନ୍ତାନ ଅସୁସ୍ଥ ହେଲେ 
ସେ ସାରା ରାତି ଚେଇଁ ରହେ। ସେଥିପାଇଁ ତ ମହାନ। ଈଶ୍ୱର ନିଜ ରୂପରେ ତାକୁ ସଂସାରକୁ ଛାଡିଛନ୍ତି। ସେ ସ୍ୱର୍ଗଠାରୁ ବଡ଼, ପୁଣି ଈଶ୍ୱରଙ୍କଠୁ ମହାନ। ଜନ୍ମଦାତ୍ରୀ 'ମାଆ' ଶବ୍ଦ ଅତୁଳନୀୟ ଏହାର ତୁଳନା ନାହିଁ କି ବିକଳ୍ପ ନାହିଁ।

Post a Comment

Post a Comment (0)

Previous Post Next Post
Free Shubhdristi App Download Now