କରୋନାର ଆତ୍ମ କବିତା

କରୋନାର ଆତ୍ମ କବିତା - ମଣିଶ୍ରୀ ଭବାନୀ ଚନ୍ଦ୍ର କର


ଡ଼ରନ୍ତି ମୋତେ ପ୍ରକୃତି ଶ୍ରେଷ୍ଠ ମାନବ
ମୁଁ କରିଥିବା କ୍ଷତିକୁ ଦେଖି ଭୟ ପାଇଯିବ ଦାଦନ
ନରସଂହାର କରେ ମୁହିଁ ନରଖି କିଛି ହିସାବ କିତାବ
କେଇଟା ଦିନରେ ପୃଥିବୀ ମୋର କବଳରେ ଦେଖିଲଟି ମୋ ବେଗ !

ଲୋକେ ଡ଼ାକନ୍ତି ମୋତେ କରୋନା
ସତର୍କ ଜ୍ଞାନୀ ଲୋକେ ମୋତେ କରନ୍ତି ଭୟ,
ମୁର୍ଖ ଗାଲୁଆ ଲୋକ ମୋତେ ମାନେନା,
ମଣିଷ ସମାଜ ସିନା କାନ୍ଦି ଉଠିଛି,
ହେଲେ ହସି ଉଠିଛି ପାହାଡ଼ ପର୍ବତ ବନ ଝରଣା ।

ମୋ ଧ୍ୱଂସର ହୋଇନପାରେ ଭରଣା
ଧରଣୀକୁ କଷ୍ଟ ଦେଇ ଏବେ କିଆଁ
ଆଶା କରୁଛ ମୋ'ଠାରୁ କରୁଣା ।

ମୋ ପାଇଁ ଆଜି ଜଗତ ନିରୁପାୟ
ଲକଡ଼ାଉନ୍ ଯୋଗୁଁ ତମେ ବ୍ଯତିବ୍ଯସ୍ତ ଆଉ ଅଥୟ 
ବିନା କାର୍ଯ୍ଯରେ ବିତୁଛି ସମୟ
ଫୋନର ଚାହିଦା କାହିଁରେ କଣ
ଚାଲୁଛି ଫେସବୁକରେ ଭାବ ବିନିମୟ
ଅଟକି ଯାଇଛ୍ ସ୍କୁଲ କଲେଜ ପାଠପଢା
ମନୁଷ୍ଯର ଖରାପ ଗୁଣ ଯୋଗୁଁ ମୁଁ ଆଜି ନିର୍ଦ୍ଦୟ ।

ଲୋକେ ନିଜର ହାତ ଧୋଇ ଧୋଇ ବାହାରି ଗଲାଣି ଦଫା
ପାଇଥିବା ସମୟର ଉପଯୋଗ କର ନହୋଇ ମୋ ଉପରେ ଖପ୍ପା
ସମ୍ପର୍କ କର ମଜବୁତ, ଏବେ ଘରେ ବାସ କରୁଥିବା ତମ ମା' ଓ ବାପା ।

ଉତ୍ପାଦନ ଅର୍ଥନୀତି ଆଜି ଦିଗହୀନ
ଚାଷ ଜମି ଆଜି ଶସ୍ଯ ବିହୀନ
ଜଣା ନାହିଁ ମୁଁ କରୋନା ଆଉ ରହିବି ଏଠି କେତେ ଦିନ
ଆଉ କେତେ ହରଣିବି ମୁଁ ଲୋକଙ୍କ ଧନ ଜୀବନ
ମୋତେ ଲାଗିଲାଣି ଖରାପ, ସହି ହେଉନି ତମର ଏ ଅପମାନ
ବ୍ଯସ୍ତ ହୁଅନି ବୈଜ୍ଞାନିକମାନେ ମୋ ବିରୋଧରେ ଚଳାଇଛନ୍ତି ଅଭିଯାନ
ସମୟ ଥାଉ ଥାଉ ନିଜେ ନିଜର ଭୁଲ ଚିହ୍ନ
ପ୍ରକୃତିକୁ ଆଉ ଦେବା ନାହିଁ କଷ୍ଟ ମିଳିମିଶି ଚଳିବା ସବୁଦିନ ॥

Post a Comment

Post a Comment (0)

Previous Post Next Post
Free Shubhdristi App Download Now