ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅନଲାଇନ ପାଠପଢ଼ା

"ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅନଲାଇନ ପାଠପଢ଼ା" - ରଞ୍ଜନ କୁମାର ସାହୁ


କରୋନା ମହାମାରୀର ସଙ୍ଗୀନ ପରିସ୍ଥିତିରେ ବର୍ତ୍ତମାନର ଶିକ୍ଷାବ୍ୟବସ୍ଥା କ୍ରମଶଃ ଦୁର୍ବଳ ସ୍ଥିତିକୁ ଗତି କରିବାରେ ଲାଗିଛି। ଏହିଭଳି ପରିସ୍ଥିତିର ମୁକାବିଲା ପାଇଁ ସରକାର ଶିକ୍ଷାର ଅବସ୍ଥା ଓ ବ୍ୟବସ୍ଥାକୁ ଲକ୍ଷ୍ୟକରି ଇ-ପାଠପଢ଼ାକୁ ଗୁରୁତ୍ବ ଦେଉଛନ୍ତି, ଯାହା ଫଳରେ ଦେଶର ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ସହ ଆଗାମୀ ଭବିଷ୍ୟତ ମାନଙ୍କ ପାଇଁ ଏକ ଉତ୍ତମ ଭବିଷ୍ୟତ ଗଠନରେ ସହଯୋଗ ହୋଇପାରିବ। କିନ୍ତୁ ଏହି ବ୍ୟବସ୍ଥାର ପ୍ରଚଳନ ମାଧ୍ୟମରେ ବେସରକାରୀ ବିଦ୍ୟାଳୟ ଗୁଡ଼ିକ ଏହାର ସୁଯୋଗ ପାଇବା ସମୟରେ ସରକାରୀ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ଯାହାର ମୁଖ୍ୟ କାରଣ ଅର୍ଥାଭାବ। ଅନଲାଇନ ପାଠପଢ଼ା ପାଇଁ ମୁଖ୍ୟତଃ ମୋବାଇଲ, ଲାପଟପ, କିଣ୍ଡଲ୍ ଭଳି ଇଲୋଟ୍ରୋନିକ ଯନ୍ତ୍ରପାତି ସହ ଓ ମୋବାଇଲ ଡାଟା ର ଆନୁସଙ୍ଗିକ ଆବଶ୍ୟକତା ରହିଛି, କିନ୍ତୁ ଲକଡ଼ାଉନ ବଳବତ୍ତର ଯୋଗୁଁ ଗ୍ରାମାଞ୍ଚଳର ଲୋକ କୌଣସି ରୋଜଗାର ସୁବିଧା ପାଇପାରୁନଥିବା ଫଳରେ ସେମାନେ ଅର୍ଥାଭାବର ସମ୍ମୁଖୀନ ହେଉଛନ୍ତି। ଯାହା ଛାତ୍ରଛାତ୍ରୀଙ୍କ ଶିକ୍ଷା ବ୍ୟବସ୍ଥାରେ ବାଧକ ସାଜିଛି। ବହୁ ଅଭାବ ଅନଟନରେ ଗତି କରୁଥିବା ଶିକ୍ଷିତ ସମାଜର ଲୋକମାନେ ନିଜର ପିଲାମାନଙ୍କ ଭବିଷ୍ୟତ ଗଠନ ପାଇଁ ଚିନ୍ତିତ ହୋଇପଡିଛନ୍ତି । ଅଭିଭାବଙ୍କ ମାନଙ୍କ ଅର୍ଥାଭାବକୁ ସରକାରଙ୍କର ଅନଲାଇନ୍ ଶିକ୍ଷା ବ୍ୟବସ୍ଥା ପ୍ରଣାଳୀ ଛାତ୍ରଛାତ୍ରୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ଗୋଟିଏ ପଟରେ ସରକାରଙ୍କ କରୋନା ନିୟନ୍ତ୍ରଣ ପାଇଁ  ନିର୍ଦ୍ଦେଶ ହେତୁ ବିଦ୍ୟାଳୟ, କୋଚିଙ୍ଗ ସେଣ୍ଟର ବନ୍ଦ ରହିଥିବା ବେଳେ ଅନଲାଇନ ପାଠପଢ଼ା ପାଇଁ ବ୍ୟବହୃତ ହେଉଥିବା ଅତ୍ୟାଧୁନିକ ଇଲୋଟ୍ରୋନିକ ଯନ୍ତ୍ରପାତିର ଅଭାବରେ ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲା ଓ ଶିକ୍ଷା ପାଇଁ ଇଚ୍ଛିତ ଶିକ୍ଷାର୍ଥୀ ସମାଜ ସରକାରଙ୍କ ସୁବ୍ୟବସ୍ଥାରୁ ବଞ୍ଚିତ ରହୁଛି। ଗ୍ରାମାଞ୍ଚଳରେ ଥିବା ସରକାରୀ ବିଦ୍ୟାଳୟ ଗୁଡିକରେ ଅତ୍ୟାଧୁନିକ ଶିକ୍ଷା ପ୍ରଣାଳୀର ବ୍ୟବସ୍ଥା ନଥିବା ଯୋଗୁଁ ଆଜିର ଛାତ୍ରସମାଜ ଏହି ବିଷୟରେ ସଠିକ୍ ତଥ୍ୟ ପାଇପାରୁନଥିବା ସ୍ଥଳେ ଦୁଇ ଓଳି ଠିକ୍ ରେ ଖାଇବାକୁ ପାଇପାରୁନଥିବା ଓ ବହି କିଣି ପାଠ ପଢ଼ି ପାରୁନଥିବା ତଥା କେଉଁଠି କେଉଁଠି ଆର୍ଥିକ ବୋଝ ଉଠାଇବା ପାଇଁ ଦାଦନ ଖଟିବାକୁ ଯାଇଥିବା ପରିବାରର ଅନୁପସ୍ଥିତିରେ ସାନ ଭଉଣୀର ଭାର ବହନ କରୁଥିବା ତଥା ମାଗଣା ଯୋଜନାରେ ଅନ୍ତର୍ଭୁକ୍ତ ଥିବା କିଛି ଗରିବ ଛାତ୍ରଛାତ୍ରୀ ମାନେ ଦାମୀ ମୋବାଇଲରେ ପାଠ ପଢିବା ପାଇଁ ଅଭିଭାବକ ମାନଙ୍କୁ ବାଧ୍ୟ କରିବା ଯୋଗୁଁ ଘରୋଇ ହିଂସାର ଶିକାର ହେଉଥିବା ପଦାକୁ ଆସୁଛି। ଏଭଳି ପରିସ୍ଥିତିକୁ ଯଦି ସରକାର ଦୃଷ୍ଟି ଆକର୍ଷଣ ନକରି ଯଦି କେବଳ ଇ-ପାଠପଢା ପଦ୍ଧତିକୁ ଗୁରୁତ୍ବ ଦିଅନ୍ତି, ପର ପରିସ୍ଥିତିରେ ବିଶୃଙ୍ଖଳା ସହିତ ରାଜ୍ୟରେ ଶିକ୍ଷାର ସ୍ଥିତି ଭୁଶୁଡ଼ି ପାରେ। ଯାହାକି ରାଜ୍ୟ ସରକାରଙ୍କ ବ୍ୟବସ୍ଥା ପ୍ରତି ଏକ ବଡ଼ ପ୍ରଶ୍ନବାଚୀ ? ଛାତ୍ରଛାତ୍ରୀଙ୍କ ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହାର ବିକଳ୍ପ ପ୍ରତି ପ୍ରସ୍ତୁତ ହେବା ଆବଶ୍ୟକ। 


Post a Comment

Post a Comment (0)

Previous Post Next Post
Free Shubhdristi App Download Now