ଆଧୁନିକ ଭଉଣୀ

ଆଧୁନିକ ଭଉଣୀ - ସ୍ପନ୍ଦନ କୁମାର ପରିଡା


ଆଜି ବି ସମସ୍ତଙ୍କ ମନ ମଧ୍ୟରେ ନିଶ୍ଚୟ ଗର୍ବ ଆସେ କାହିଁକି ନା ସେମାନେ ଓଡ଼ିଆ।ବାର ମାସରେ ତେର ପର୍ବ ତାଙ୍କର ପ୍ରଧାନ।ଅତୀତର ପୃଷ୍ଠା ଓଲଟାଇଲେ, ଜଣାପଡେ ଯେ ହିନ୍ଦୁ ବିବାହିତ ନାରୀ ମାନଙ୍କର ଏକ ବଡ ପର୍ବ ହେଉଛି,"ସାବିତ୍ରୀ ବ୍ରତ"।ଯେଉଁ ପର୍ବ ସତୀ ସାବିତ୍ରୀ ଙ୍କ ନାମାନୁସାରେ ନାମିତ।
       ବିଧି ଅନୁସାରେ ଏହି ପର୍ବ କୁ ପ୍ରତ୍ୟେକ ବିବାହିତ ନାରୀ ମାନେ ନିଜ ସ୍ୱାମୀ ଙ୍କ ଦୀର୍ଘାୟୁ କାମନା ପାଇଁ କରିଥାନ୍ତି।ଏହି ଦିନ ସେମାନେ ନୂତନ ବସ୍ତ୍ର ପରିଧାନ କରି,ନୂତନ ଶଙ୍ଖା ସିନ୍ଦୁରରେ ନାଇ ହୋଇ ଗୁରୁଜନ ମାନଙ୍କୁ ପ୍ରଣିପାତ କରି ନିଜର ବ୍ରତ ପାଳନ କରନ୍ତି।କିନ୍ତୁ ଏଇ ବ୍ରତ ପାଇଁ ସମସ୍ତ ପୂଜା ଦ୍ରବ୍ଯ  ଝିଅର ବାପଘରୁ ଆସିଥାଏ,ଯାହାକୁ ପରମ୍ପରା ଅନୁସାରେ "ସାବିତ୍ରୀଭାର" ବୋଲି କୁହାଯାଇଥାଏ।ଏହି ପରି ସାବିତ୍ରୀ ବ୍ରତ ପାଳନ କରାହୁଏ।
      ବର୍ତ୍ତମାନ ଆଧୁନିକ ନାରୀ ମାନେ ନିଜ ପରମ୍ପରାକୁ ଦ୍ୱାହିଦେଇ ସାବିତ୍ରୀ ବ୍ରତକୁ ମଧ୍ୟ କଲେଣି ଆଧୁନିକୀକରଣ।ମନେ ପଡେ,ହୁଏତ ଝିଅ ଟିଏ ଥିଲା,ସେ ଗରିବ ଘରରେ ଜନ୍ମ ହୋଇଥିଲା ସତ,କିନ୍ତୁ ବିଭା ହୋଇ ଯାଇଥିବା ଘର ଥିଲା ଧନୀ ଘର।ସାବିତ୍ରୀ ବ୍ରତ ଆସିବାରୁ ସେ ତା ଭାଇ କୁ କହିଲା ,ଭାଇ ସାବିତ୍ରୀ ବ୍ରତ ରେ ମୋ ପାଇଁ ପାଟ ଶାଢ଼ୀ ଆଣିବ।ଭାଇ ଭଉଣୀର କଥାକୁ ଭାଙ୍ଗି ନ ପାରି ହଁ କରିଦେଇଥିଲା।କିନ୍ତୁ ଭାଇ ଟିର ଅବସ୍ଥା କହିଲେ ନ ସରେ,ତା ଘରେ ଦିନକୁ ଦୁଇ ଓଳି ଖାଇବାକୁ ମୁଠାଏ ସବୁଦିନ ଯୋଗାଡ଼ କରିବା ପାଇଁ ସେ ଟାଣ ଖରାରେ ଇଟାଭାଟି ରେ କାମ କରେ।କିନ୍ତୁ ଭଉଣୀ ସେ କଥା କୁ ବୁଝିପାରେନି।ସାବିତ୍ରୀ ବ୍ରତ ଥିବାରୁ ଇଟାଭାଟି ମାଲିକ ଠାରୁ ୧୦୦୦ଟଙ୍କା ନେଇ,ସାବିତ୍ରୀ ବ୍ରତ ପାଇଁ ଭଉଣୀ ଘରକୁ ଯିବ ବୋଲି,ପାହାନ୍ତାରୁ ଉଠି ସଯବାଜ ହୋଇ ବଜାରରୁ ଲୁଗାପଟା,ଫଳମୂଳ କିଣି ନେଇକିଯାଇଥାଏ।ଭଉଣୀ ଘରେ ପହଞ୍ଚି, ଭାର କୁ ବଢ଼େଇଦେଇ,ଘରକୁ ଫେରିବାକୁ ତରତର କାରଣ ଘରକୁ ଫେରିଲେ ପୁଣି ସେ ଯିବ ତା ଜୀବିକା ଇଟାଭାଟି କୁ,ରୋଜଗାର କଲେ ତା ପରିବାର ଦି' ଓଳି ଦି ମୁଠା ଖାଇବେ।କିନ୍ତୁ ଭଉଣୀ ଭାଇର ଭାର ଦେଖି ଖୁସି ହୋଇଥିଲା ସତ,କିନ୍ତୁ ପାଟ ଶାଢ଼ୀ ବଦଳରେ ୧୫୦ଟଙ୍କା ର ଲୁଗା ଦେଖି ଭାଇ ର ଭାରକୁ ଫୋପାଡ଼ିଦେଇଥିଲା ଦାଣ୍ଡ ଅଗଣାକୁ।ଭାଇ ବିକଳ ଚିତ୍କାର କରି କହୁଥାଏ,ନାଇ ଲୋ,ଭଉଣୀ ତୋର ଏଇ ଲୁଗା ଖଣ୍ଡକ ଆଣିବା ପାଇଁ ତତଲା ବାଲି ରେ ଇଟାଭାଟି ରେ କାମ କରି ୧୦୦୦ ଟଙ୍କାରେ ଏସବୁ କିଣିକି ଆଣିଛି।କିନ୍ତୁ ଭଉଣୀ ଭାଇର ଦୁଃଖକୁ ବୁଝିପାରିନଥିଲା ଭଉଣୀ।ଭାଇ କୁ ଘରୁ ତଡି, କବାଟ କୁ ବନ୍ଦ କରିଦେଇଥିଲା ସେ।ଭଉଣୀର ଏପରି ବ୍ୟବହାର ଦେଖି କଷ୍ଟ ସହିନପାରି ଉଡ଼ିଗଲା ଭାଇ ର ପ୍ରାଣବିନ୍ଦୁ,ଆଉ ସେ ଫେରିପାରିଲାନି ନିଜ ପରିବାରକୁ କି,ପିଲାଙ୍କ ପାଟିରେ ଦାନା ଦେବାକୁ ଯାଇପାରିଲାନି ଇଟାଭାଟିକୁ।ଏଭଳି ଭଉଣୀ ସମାଜ ପାଇଁ କଳଙ୍କ।

       

Post a Comment

Post a Comment (0)

Previous Post Next Post
Free Shubhdristi App Download Now