ଗାଁ ମୁଣ୍ଡ ବୁଢା ବରଗଛ

ଗାଁ ମୁଣ୍ଡ ବୁଢା ବରଗଛ - ବର୍ଷା ବୈଶାଳୀ ପ୍ରଧାନ


କରୋନା ଆତଙ୍କେ ବିଶ୍ଵ ଆତଙ୍କିତ 
ଏକଥା ଜାଣିନି ବୁଢା ବରଗଛ। 
  
ତା ମନରେ କିନ୍ତୁ ଅନେକ ଖୁସି 
ରଜ ଆଗୁ ଆଜି ଭିଡ ଜମିଛି।

ପୋଲିସ ମାଡରୁ ବଞ୍ଚିବା ପାଇଁ 
ରାମୁ ତା କଡରେ ଲୁଚିଛି ଯାଇ।

ଲୁଡୁ ଧରି ଲିସା ଆସି ବସିଛି
ହାତେ ଛାଡି ରିଙ୍କି ଦାନ ଗଣୁଛି।

ମୋବାଇଲ ଧରା ହାତ ତାସ ଧରିଛି 
ଏସବୁକୁ ସିଏ ସାକ୍ଷୀ ରହିଛି।

ଗଛ ଓହଳରେ ଝୁଲୁଛି ଟୁଆଁ
ସନା ସାଆନ୍ତ ତା ପଛରେ ଠିଆ।

ଏସବୁକୁ ଦେଖି ବୁଢା ବରଗଛ
ଦୋହଲି ଦଉଛି ତା ମୁରୁକି ହସ।

ଦୂରେଥିବା ବାବୁ ଗାଁ ଆସିଛି
ଗଛ ତଳେ ଅଫିସ୍ କାମ କରୁଛି।

ତିନି ମହଲା କୋଠିକୁ ଛାଡି
ଦିନା ବସିଛି ଏଠି ଗାମୁଛା ପାରି।

ବୁଢା ବରଗଛ ଝୁମି ଯାଉଛି 
ଗୁଣୁଗୁଣୁ ହୋଇ ଗୀତ ଗାଉଛି।

ସେ ଜାଣିନି କିଏ ଏହି କରୋନା
ନହେଲେ ଭିଡକୁ କରନ୍ତା ମନା।

ଜାଣିବାକୁ ବୋଧେ ଇଚ୍ଛା ତା ନାହିଁ 
ମେଲେଇ ବସିଛି ତାରି ଛାଇ।

ସବୁଜ ପତ୍ରରେ ହୋଇଛି ସଜ
ଦୂରେ ଠିଆ ଆମ ଗାଁ ବରଗଛ।


1 Comments

Post a Comment

Post a Comment

Previous Post Next Post
Free Shubhdristi App Download Now