ଭାରତ ଆମର ମାଆ

ଭାରତ ଆମର ମାଆ  - ନନ୍ଦିନୀ ରାଉତ


ପ୍ରୀତି ପ୍ରଣତିର ମନ୍ଦାକିନୀ ଧାର 
   ମୋ ଦେଶୁ ଯାଇନି ଶୁଖି 
ପର ପାଇଁ ନର ମରେ ଏହିଠାରେ 
    ଇତିହାସ ରଖେ ଲେଖି... 
ବେଦର ଆହ୍ୱାନ ଶୁଣ ବିଶ୍ୱ ଜନ 
   ଦେଲେଣି ବିଭୁ ବାରତା 
କେହି ନୁହେଁ ବଡ଼ କେହି ନୁହେଁ ସାନ 
    ସଭିଙ୍କୁ ଗଢେ ବିଧାତା.... 
ଆନ ମୁଖେ ଟିକେ ହସ ଦେବା ପାଇଁ 
   ମୋ ଭାଇ ବାହାରି ପଡେ 
ଦେଶ ମାତୃକାର ସେବା ପାଇଁ ବ୍ରତୀ
   ଜୀବନ ଦେଇବି ଲଢେ... 
ମାତୃ ଜାତି ଅଟେ ବିଶ୍ୱରେ ମହାନ 
  ମୋ ସଂସ୍କୃତି ଶିକ୍ଷା ଦିଏ 
ଗାନ୍ଧାରୀ ଦ୍ରପୌଦୀ ସତୀ ସୀତାଙ୍କ 
    ଦେଶ ଟି ପରା ଯେ ଇଏ.... 
ବିଶ୍ୱରକଲ୍ୟାଣେ ହୋମ ଯଜ୍ଞ ହୁଏ 
   ସଭିଙ୍କର ସୁଖ ପାଇଁ 
ବିଶ୍ୱ ଅଟେ ପରା ଏକ ପରିବାର  
   ଆମେ ସବୁ ଭାଇ ଭାଇ.... 
ଆସିଛି ଯେ ଝଡ଼ ଆସିଛି ବତାସ 
   ସବୁତ ଯାଇଛି ଚାଲି 
ଜୀବନ ନୁଁହଇ ଯୌବନର ଶିଖା 
   ନୁହେଁ ଖାଲି ମରୁ ବାଲି.... 
ଝଡ଼ ଆଗେ ଆମେ ମୁଣ୍ଡ ନଇଁନାଂହୁ 
   ଏବେବି ଗରବେ ଠିଆ 
ଏକ ଆତ୍ମା ଆମ ଭାରତୀୟଙ୍କର 
     ଆମର ଗୋଟିଏ ମାଆ... 

1 Comments

Post a Comment

Post a Comment

Previous Post Next Post
Free Shubhdristi App Download Now