ମା ତାରିଣୀ - ନିଗମ କୁମାର ବେହେରା
ସଙ୍କଟ ହାରିଣୀ ମା ତାରିଣୀ,
ଭକତ ବତ୍ସଳ ନଡ଼ିଆ ରାଣୀ ।
ନପାରୁ ସହି ତୁ ଦୁଃଖ ଭକତର,
ରହିଥାଉ ସଦା ହେଇ ନିଜର ।
ଗଛ ସାଥେ ଛାଇ ଯେମିତି ବନ୍ଧା,
ଘଟଗାଁ ପୀଠେ ରହିଲୁ ତୁ ସଦା ।
ମାଟି ଘୋଡ଼ାରେ ଶରଧା ତୋହରି,
ପୀଠେ ତୋରି ଶୁଭଇ ଘଣ୍ଟି-ମହୁରୀ ।
ଘଟଗାଁ ଶୋଭା ବଢାଉ ତୁ ନଡ଼ିଆ ରାଣୀ,
ଉତ୍କଳ ରାଜା ଘଟଗାଁ ପୀଠେ ରଖିଲା ଆଣି ॥
Post a Comment