ମହାମାରୀରେ ଏମିତି କିଛି

ମହାମାରୀରେ ଏମିତି କିଛି - ରଶ୍ମିତା ବେହେରା


ଚକଚକ୍ କରୁଥିବା 
ମୋବାଇଲର ସେଲ୍ଫିଲାଇଟରେ
ଡଷ୍ଟବିନରୁ ଅଇଁଠାପତ୍ର ଗୋଟାଉଥିବା
କଙ୍କାଳସାର ମହିଳାକୁ ଦେଖ,
ସେ କାଖରେ ଛୁଆକୁ ଧରି
କେମିତି ଧକେଇ କାନ୍ଦୁଛି,
ଆଉ ତା ହାତକୁ ଖାଦ୍ୟପୁଡିଆଟିଏ ଟେକିଦେଇଥିବା
କିଛି କର୍ଣ୍ଣଙ୍କର ଫଟୋ ଏବେ
ଫେସବୁକ୍ ଓ ହ୍ବାଟସପ୍ ରେ ଘୁରି ବୁଲୁଛି.
ମାନବ ସେବା ନାମରେ
ଏ କି ପ୍ରହସନ ଚାଲିଛି
ଏଠି କିଏ ଜୀବନ ମାଗୁଛି ତ
ପୁଣି କିଏ ତା ଦାରିଦ୍ର୍ୟତାର ଭିଡିଓ କରୁଛି ।
ଗଳିର ଗୋଧୁଳିକୁ ଆଡେଇ
ଦିନେ ଆମ ଗାଁ ନଖିଆଟା
ଖାଦ୍ୟବଣ୍ଟନ କେନ୍ଦ୍ରକୁ ଯାଇଥିଲା
ମାତ୍ର , ସେଠାରେ ସେ ଦାନର ଏମିତି ଏକ ଅଧ୍ୟାୟ ଦେଖିଲା
ପେଟର ଭୋକଟା ତାର ପେଟରେ ମରିଲା।
 ସେ ଦେଖିବାକୁ ପାଇଲା 
ହାତକୁ ଖାଦ୍ୟପୁଡିଆଟିଏ ଦେଇ
ବିଭିନ୍ନଦିଗରୁ ଫଟୋ ଉଠାଉଥିବା ଦାନୀକିଛି
କେବେ ଭାବିନଥିଲା ଦାନ ବଦଳରେ ଏଠି ଫଟୋ ଜରୁରୀ
ମହାମାରୀରେ ବି ଘଟିପାରେ ଏମିତି କିଛି

1 Comments

Post a Comment

Post a Comment

Previous Post Next Post