କରୋନାରେ ଦୁଃଖିଟିଏ

କରୋନାରେ ଦୁଃଖିଟିଏ - ନାରାୟଣ ସାହୁ


ଦୁଃଖୀ ଟିଏ,
ଦରପୋଡା ଓଠେ ତାର
ଲୁଣଭର୍ତ୍ତି ଲୁହ,
କିଛି ଶୁଖିଯାଏ, କିଛି ପି' ଯାଏ!
ଦେହକୁ ଚିରାଫଟା କନାତ ଦୂର କଥା,
ପେଟ ତା' କେବଳ ମୁଠେ ଦାନା ଖୋଜୁଥାଏ।
ପିଲା ଛୁଆ ସଂସାର,
ଲୁଣ, ଡାଲି ପଛେ ଚୁଲିକୁ ଯାଉ
ପୁଅ କହେ ବାପା ଆଜି ଆଣିବ ଭାକୁର,
ଝିଅ କହେ ତା ପାଇଁ ଆଣିବ ଗୋଟେ
ପଣ୍ଡସ୍ ର ଷ୍ଟାର୍ଲାଇଟ୍ ପାଉଡର,
ସ୍ତ୍ରୀ କାନ୍ଦେ ଚୁଲି ମୁହେଁ ଲୁଚି ଲୁଚି,
ସପ୍ତାହେ ହବଣି ସିଏ ମାରିନି ସିନ୍ଦୂର।
ଏଣେ,
ଉଠେଇ ବସେଇ ଦଉନି
ଗାଁ ର ସେ ବୁଢ଼ା ଜମିଦାର,
ଗଲା ମାର୍ଚ୍ଚ ପହିଲାରେ
ଉଦ୍ଧାର ଆଣିଛି 
କାଳେ ଟଙ୍କା ପାଞ୍ଚ ହଜାର!
ମାସକୁ ସୁଧ ପାଞ୍ଚଶହ ଟଙ୍କା,
ମଇକୁ ପୂରିବ ଏକ ହଜାର।
ଧମକ ଦେଇଛି ଜମିଦାର,
ଏଇ ପହିଲାରେ ପଇସା ନଦେଲେ
ବିକି ଭାଙ୍ଗି ଦେବ ତା ବାଡି ଘର।
ସମାଜର ସଭ୍ୟ ମଣିଷଟିଏ ପରା!!
ଭିକ ମାଗିବନି।
ମାଗିଲେ ଭିକାରୀ ହବ,
ଇଜ୍ଜତ ଯିବ, ତଡା ଖାଇବ
ସତେଜ ଫୁଲଟି ମଉଳିଯିବ!
ମଉଳା ଫୁଲ,
ନା ଈଶ୍ୱରର ,ନା ସଂସାରର
ସେ ତ କେବଳ ମାଟିର ।

Post a Comment

Post a Comment (0)

Previous Post Next Post
Free Shubhdristi App Download Now