ହରର ଚଢ଼େଇ କଥା

ହରର ଚଢ଼େଇ କଥା - ଅର୍ପିତା ବଳ


 ହସ୍ତିନାପୁର ନାମକ ଦେଶ ରେ ପ୍ରିୟବ୍ରତ ନାମକ ଜଣେ ରାଜା ଓ ତାଙ୍କ ରାଣୀ ଭାନୁମତି ରହୁଥିଲେ. ରାଜାରାଣୀଙ୍କର ଭ୍ରମଣ କରିବାରେ ବହୁତ ସଉକ ଥିଲା. ସେମାନେ ଦେଶ, ବନ, ପର୍ବତ ହରର ଚଢ଼େଇ ଉପରେ ବସି ଭ୍ରମଣ କରନ୍ତି.ଦିନେ ରାଣୀଙ୍କର ପୁଷ୍ପଗିରୀ ବନ ବୁଲି ବାକୁ ବହୁତ ଇଚ୍ଛା ହେଲା. ସେ ରାଜାଙ୍କ ପାଖରେ ଯାଇ ନିଜ ଅଭିଳାଷ କହିଲେ. କିନ୍ତୁ ରାଜା ରାଣୀଙ୍କୁ ଭ୍ରମଣ ପାଇଁ ମନା କରିଲେ କାରଣ ରାଣୀ ସେତେବେଳେ ଗର୍ଭବତୀ ଥିଲେ.କିନ୍ତୁ ରାଣୀ ତାଙ୍କ ଜିଦି ରେ ଅଟଳ ରହିଲେ. ରାଜା ନିରୁପାୟ ହୋଇ ହରର ଚଢ଼େଇ କୁ ଡକାଇଲେ. ହରର ଚଢେଇଟି ରାଜାଙ୍କର ବହୁତ ବିଶ୍ୱସ୍ତ ଥିଲା. ରାଜା ତାକୁ ବନରୁ ଛୋଟବେଳୁ ଆଣି ନିଜ ରାଜ ଉଆସ ରେ ରଖି ଥିଲେ. ଚଢେଇ ଟି ଦେଖିବାକୁ ବହୁତ ବଡ.ସେ ରାଜା ଓ ରାଣୀ ଙ୍କୁ ନିଜ ପିଠି ଉପରେ ବସାଇ ଚାରି ଆଡେ ବୁଲାଇ ଥାଏ.ଏହାପରେ ରାଜାରାଣୀ ପୁଷ୍ପଗିରି ପର୍ବତକୁ ଭ୍ରମଣ ନିମନ୍ତେ ବାହାରିଲେ. ଅନ୍ଧାର ହେଇ ଆସିଲାଣି ହଟାତ ବାଟରେ ଯାଉଥିବା ସମୟରେ ରାଣୀଙ୍କ ପେଟରେ ଯନ୍ତ୍ରଣା ହେଲା. ହରର ଚଢେଇ ସେହି କ୍ଷଣି ସେଠାରେ ରହିଗଲା. ରାଣୀ ସେଠାରେ ଏକ ପୁତ୍ର ସନ୍ତାନ କୁ ପ୍ରସବ କରାଇଲେ. ପୁତ୍ର କୁ ଅଗ୍ନି ରେ ସେକ ଦେବା ପାଇଁ କାଠର ଆବଶ୍ୟକତା ପଡିଲା. ରାଜା କାଠ ଓ କିଛି ଖାଦ୍ୟ ପାଇଁ ଶିକାର ନିମନ୍ତେ ବାହାରିଲେ. ସେହି ସମୟରେ ମଗଧ ନାମକ ଆଉ ଏକ ଦେଶରେ ରାଜାଙ୍କ ମୃତ୍ୟୁ ପରେ ତାଙ୍କର ଉତ୍ତରଅଧିକାରୀ କିଏ ନ ଥିଲେ. ସେ ଦେଶରେ ଭାଳେଣି ପଡିଲା ରାଜା ହେବ କିଏ? ମନ୍ତ୍ରୀ, ସେନାପତି, ପ୍ରଜାମାନେ ସେ ଦେଶର ରାଜପୁରହିତଙ୍କ ପାଖକୁ ଗଲେ. ରାଜପୁରହିତ କହିଲେ ଯେ ହାତୀ ଯାହା ମୁଣ୍ଡ ରେ ସୁନା କଳସ ଢ଼ାଳିବ ସେ ଏ ଦେଶ ର ରାଜା ହେବ. ଏହି ସମୟରେ ପ୍ରିୟବ୍ରତ ଶିକାର ଖୋଜିବା ନିମନ୍ତେ ଯାଇଛନ୍ତି ତ ହାତୀ ପ୍ରିୟବ୍ରତ ରାଜାଙ୍କ ଉପରେ ସୁନା କଳସ ଢାଳି ଦେଲା. ଓ ସେଠାରେ ଥିବା ମନ୍ତ୍ରୀ ସନ୍ୟମାନେ ରାଜାଙ୍କୁ ବନ୍ଧିକରି ନିଜ ଦେଶକୁ ନେଇ ଗଲେ ଓ ସେଠାରେ ରାଜାଙ୍କର ରାଜଅଭିସେକ କରି ସେ ଦେଶର ରାଜା କରି ରଖିଲେ. ରାଣୀ ରାଜାଙ୍କ ର ଫେରିବା ବାଟକୁ ଚାହିଁ ଦୁଃଖ ରେ ଭାଙ୍ଗିପଡି ଥିଲେ. ହରର ଚଢ଼େଇ ରାଣୀଙ୍କୁ ନିଜ ଦେଶ କୁ ଫେରି ଯିବା ବୋଲି ଯେତେ ଅନୁରୋଧ କଲା କିନ୍ତୁ ରାଣୀ ରାଜାଙ୍କୁ ନ ନେଇ ଏକା ନିଜ ଦେଶକୁ ଫେରିବେ ନାହିଁ ବୋଲି ମନା କରି ଦେଲେ ଓ ସେଠାରେ ଏକ ଛୋଟ କୁଡ଼ିଆଟେ କରି ରହିଲେ.. ଦିନେ ରନ୍ଧନ ନିମନ୍ତେ ରାଣୀ ହରର ଚଢ଼େଇ କୁ କାଠ ଓ ଅଗ୍ନି ନିମନ୍ତେ ନିର୍ଦେଶ ଦେଲେ. ହରର ଚଢ଼େଇ ସଙ୍ଗେ ସଙ୍ଗେ କାଠ ଓ ଅଗ୍ନି ନିମନ୍ତେ ଉଡିଗଲା. କୁଟୀରରେ ରାଣୀ ନିଜ ପୁତ୍ର ସନ୍ତାନକୁ ଶୁଆଇ ଦେଇ ପାଖ ଝରଣା କୁ ଗାଧେଇବାକୁ ଯାଇ ଛନ୍ତି ତ ରାଣୀ ଙ୍କୁ କିଛି ସୈନସାମନ୍ତ ଦେଖି ବନ୍ଦୀ କରି ନିଜ ଦେଶ କୁ ନେଇ ଗଲେ. ଏବଂ ନିଜ ଦେଶର ରାଜାଙ୍କ ସହ ବିବାହ କରିବେ ବୋଲି ସ୍ତିର କଲେ. ରାଣୀ ଯେତେ କାକୁତିବିନତି କଲେ କେହି ତାଙ୍କ କଥା ଶୁଣିଲେ ନାହିଁ.ଏହା ପରେ ତାଙ୍କର ବିବାହ ନିଜ ରାଜାଙ୍କ ସହ କରାଇ ଦିଆ ଗଲା.ରାଣୀ ରାଜାଙ୍କୁ ଦେଖନ୍ତି ତ ବହୁତ ଜୋରରେ କାନ୍ଦିବାକୁ ଲାଗିଲେ କାରଣ ସେ ରାଜା ଥିଲେ ତାଙ୍କ ସ୍ୱାମୀ ପ୍ରିୟବ୍ରତ. ଦୁହେଁ ଦୁହିଁଙ୍କୁ ଆଲିଙ୍ଗନ କରି ବହୁତ ଆନନ୍ଦୀତ ହୋଇ ଗଲେ. ଏପଟେ ଜଙ୍ଗଲରେ ଗୋଟେ ଗୌଡ଼ ନିଜ ଗାଈ ଚରାଉ ଥିଲା. ସେ ସମୟରେ ତାକୁ ପିଲା କାନ୍ଦିବାର ସ୍ୱର ଶୁଣା ଗଲା.ସେ ଯାଇ ଦେଖେ ତ କୁଡ଼ିଆ ରେ ଛୋଟ ପିଲାଟେ କାନ୍ଦୁଛି. ତାକୁ ସେ ଘରକୁ ନେଇ ଆସିଲା. ହରର ଚଢ଼େଇ ଫେରିକି ଦେଖିଲା କୁଡ଼ିଆରେ କିଏ ନାହାନ୍ତି. ସେ ଏକା ଏକା ରାଜା ରାଣୀ ଓ ରାଜକୁମାର କୁ ଖୋଜି ବୁଲିଲା.ସେପଟେ ମଧ୍ୟ ରାଜା ରାଣୀ ତାଙ୍କ ପିଲାଙ୍କୁ ଖୋଜୁ ଥାନ୍ତି. 
ଏମିତି କିଛି ଦିନ ବିତି ଗଲା.ଦିନେ ହରର ଚଢ଼େଇ ଗୌଡ଼ ଘର ଦେଇ ଉଡି ଯାଉ ଥିବା ସମୟ ରେ ରାଜକୁମାର କାନ୍ଦିବାର ସ୍ୱର କୁ ଶୁଣିଲା. କାନ୍ଦ ଶୁଣି ଗୌଡ଼ ଘର ଅଗଣାରେ ପଶି ଯାଉ ଥିବା ସମୟରେ ଗୌଡ଼ର ବାପା ଅଗଣା ରେ ବସି ଥାଏ. ସେ ବହୁତ ବର୍ଷ ଧରି ଏକ ଅଜଣା ରୋଗରେ ପୀଡିତ ହୋଇଥିଲା. ଚଢ଼େଇ ପଶି ଯାଉ ଥିବା ସମୟରେ ଚଢେଇ ର ପର ପବନରେ ତାର ଅଧା ରୋଗ ଭଲ ହୋଇ ଗଲା. ଏହା ମଧ୍ୟ ଗୌଡ଼ ଦେଖିଲା. ହରର ଚଢ଼େଇ ଗୌଡ଼କୁ ସବୁ କଥା କହିଲା ଓ ତାଙ୍କ ରାଜକୁମାରକୁ ଫେରେଇ ଦେବାକୁ ଅନୁରୋଧ କଲା. ଗୌଡ଼ ନିଜ ସ୍ୱାର୍ଥରେ ଅନ୍ଧହୋଇ ହରର ଚଢ଼େଇ କୁ କହିଲା ତୋର ପବନ ବାଜି ମୋ ବାପା ର ଅଧା ରୋଗ ଭଲ ହୋଇ ଗଲା. ତତେ ଯଦି ମୋ ବାପା ପୋଡିକି ଖାଇ ଦେବ ତାହାଲେ ସେ ସମ୍ପୂର୍ଣ ଭାବେ ସୁସ୍ଥ ହୋଇଯିବ. ତୁ ଯଦି ରାଜକୁମାର କୁ ଚାହୁଁ ତାହାଲେ ତତେ ଆତ୍ମାହୂତି ଦେବାକୁ ପଡିବ. ଏହା ଶୁଣି ଚଢେଇ ରାଜକୁମାର ପାଇଁ ନିଜ ଜୀବନକୁ ହରେଇବାକୁ ମଧ୍ୟ ପଛେଇଲା ନାହିଁ. ଗୌଡ଼ର ବାପା ଚଢେଇ କୁ ଖାଇ ସମ୍ପୂର୍ଣଭାବେ ସୁସ୍ଥ ହୋଇ ଗଲା. ଏହା ପରେ ଦିନ ପରେ ଦିନ, ରାତି ପରେ ରାତି, ମାସ ଓ ବର୍ଷ ବିତିଗଲା.ରାଜାରାଣୀ ପୁତ୍ର ବିହୁନେ ବହୁ ଦୁଃଖରେ ରହିଥାନ୍ତି. 
     
  ରାଜାରାଣୀ ଙ୍କର ଦ୍ୱିତୀୟ ସନ୍ତାନ ଜନ୍ମ ହେଲା. ଗୌଡ଼ ସବୁବେଳେ ରାଜକୁମାର ନିମିତ୍ତ ରାଜ ଉଆସକୁ କ୍ଷୀର ନେଇକି ଯାଏ. ଦିନେ କୌଣସି କାମ ଯୋଗୁଁ ସେ ରାଜଉଆସ କୁ କ୍ଷୀର ନେଇ ନ ଯାଇ ପାରିବାରୁ ତା ପୁଅ ହାତରେ କ୍ଷୀର ପଠାଇଲା. ଏହିପରି ଭାବରେ ପୁଅ ପ୍ରତିଦିନ କ୍ଷୀର ଦେବାକୁ ରାଜଉଆସ କୁ ଗଲା. କିନ୍ତୁ ରାଜାରାଣୀ ତାଙ୍କ ପୁତ୍ର ବୋଲି ଜାଣି ପାରୁନଥିଲେ. 

    ଦିନେ ରାଜା ଦେଶ ରେ ଘୋଷଣା କଲେ ତାଙ୍କ ଦେଶ ରେ କୁସ୍ତି ଲଢେଇ ର ଆୟୋଜନ ହେବ ଓ ସେଥିରେ ଯିଏ ବିଜୟୀ ପ୍ରାପ୍ତି ହେବ ତାକୁ ସେ ଏକ ସହସ୍ର ସ୍ଵର୍ଣମୁଦ୍ରା ଦେବେ. ଏହା ଶୁଣି ସ୍ୱାର୍ଥପର ଗୌଡ଼ ତା ପୁଅ ଅର୍ଥାତ ରାଜାଙ୍କର ପୁତ୍ର କୁ କୁସ୍ତି ଲଢେ଼ଇବା ପାଇଁ ଚିନ୍ତାକଲା. କାରଣ ସେ ଜାଣିଥିଲା ହରର ଚଢେଇ କହିଥିଲା ଯେ ଏ ରାଜବଂଶୀ ବୋଲି. ଆଉ ରାଜା ର ପୁଅ ଦେହ ରେ ରାଜା ର ରକ୍ତ ବହୁଛି. କୌଣସି ରଣଭୂମି ହେଉ କି ଅନ୍ୟ କ୍ଷେତ୍ର ହେଉ ସେ ସବୁବେଳେ ବିଜୟୀ ପ୍ରାପ୍ତି ହେବ. ଏହା ପରେ ତା ପୁଅ କୁ ନେଇ କୁସ୍ତି ଲଢ଼ି ବାକୁ ଗଲା. ରାଜକୁମାର କେବଳ ତାଙ୍କ ସମାସକନ୍ଦ ଯୋଦ୍ଧାଙ୍କୁ ନୁହେଁ ସେ ଦେଶର ବଡ ବଡ ଯୋଦ୍ଧା କୁ କୁସ୍ତି ରେ ହରାଇ ବିଜୟୀ ପ୍ରାପ୍ତି ହେଲେ. ସାଧାରଣ ଗୌଡ଼ର ପୁଅ ପାଖରେ ଏପରି ଚମତ୍କାରିତା ଦେଖି ରାଜା ଆଶ୍ଚର୍ଯ୍ୟ ହୋଇ ଗଲେ. ଗୌଡ଼ ଓ ତା ପୁଅ ବିଷୟରେ ଅନୁସନ୍ଧାନ କରିବାକୁ ରାଜା ମନ୍ତ୍ରୀ ଓ ସେନାପତି କୁ ଆଦେଶ ଦେଲେ. ମନ୍ତ୍ରୀ ଗୌଡ଼କୁ ବନ୍ଧୀ କରି ଆଣି ପଚାରଉଚାର କରନ୍ତି ତ ଗୌଡ଼ ଡ଼ରିକି ସବୁ ସତ କଥା କହି ଦେଲା. ରାଜା ଗୌଡ଼ କୁ ତାର କୁ କର୍ମ ପାଇଁ ଶାସ୍ତି ଦେଲେ. ଓ ଏହାପରେ ରାଜା ନିଜ ପୁତ୍ର କୁ ଆଣି ରାଜ ସିଂହାସନ ଉପରେ ବସାଇ ନିଜର ରାଜ୍ୟଭାର ତୁଲାଇଲେ..


Post a Comment

Post a Comment (0)

Previous Post Next Post
Free Shubhdristi App Download Now