ମୋ ମଲ୍ଲୀ

ମୋ ମଲ୍ଲୀ - ଦିବ୍ଯ ନାରାୟଣ ହୋତା




ସମୟର ବିଡ଼ମ୍ବନା କହିବା
ନା ଭାଗ୍ଯର ଲେଖା !

"ମଲ୍ଲୀ" ଏହା ଏକ ନାଁ ନୁହେଁ !
ଏହା ମୋ ଜୀବନ, ଏହା ମୋ ଆଶା
ଓ ଆକାଂକ୍ଷା, ଏହା ମୋ ହୃଦୟର
ସ୍ପନ୍ଦନ, ଏହା ମୋ ଜୀବନର ଲକ୍ଷ୍ଯ,
ଏହା ହିଁ ମୋ ଜୀବନ । ହେଲେ ଏହା 
ତ କେବଳ ଏକ ନାଁ ଯାହା ମୁଁ ତାଙ୍କୁ
ଦେଇଛି, ମୁଁ କେବେ ପଚାରିପାରିଲି
ନାହଁ ଯେ ଏ ନାଁ ତାଙ୍କୁ କେମିତି
ଲାଗୁଛି, ମୋର କଣ ଅଧିକାର ଅଛି
ତାଙ୍କୁ ଏମିତି ଗୋଟିଏ ନାଁ ଦେବା,
ହୁଏତ ତାଙ୍କୁ ଏ ନାଁ ଭଲ ନ
ଲାଗିପାରେ, ହୋଇ କ'ଣ ପାଇଁ ତାଙ୍କୁ
ଏ ନାଁ ଭଲ ନ ଲାଗିବ, ମୁଁ ତ ତାଙ୍କୁ
ବହୁତ ଭଲପାଏ ବୋଲି ଏହି ନାଁଟା
ଦେଇ ଦେଇଛି, ହେଲେ ସେ କଣ
ମୋତେ ଭଲ ପାଆନ୍ତି ଯେ ଏ ନାଁକୁ
ଖୁସିରେ ଆଲିଙ୍ଗନ କରିନେବେ !
ଏହି ନାଁ ପଛରେ ଲୁଚିଥିବା
ଚେହେରା ବହୁତ ନିଆରା, ବହୁତ
ଆକର୍ଷଣୀୟ, ଅତି ପବିତ୍ର, ଅତି
ସୁନ୍ଦର, ଅତି ନୀରିହ, ବହୁତ ଧାର୍ମିକ,
ବହୁତ ସ୍ନେହ ଭରା, ଅତି ଆପଣାର,
ତାଙ୍କର ଭଲ ଗୁଣ ତ ମୋର କଳ୍ପନା
ବାହାରେ, ଏସବୁ ତ ତାଙ୍କ ଭଲ ଗୁଣ
ଆଗରେ କିଛି ବି ନୁହଁ । ସେ ବହୁତ
ଭଲ, ଗୋଟିଏ ପ୍ରକାର ଭାବିବାକୁ
ଗଲେ ମୋ ଆରାଧ୍ଯ ଦେବୀ ।
ତାଙ୍କ ପ୍ରତି ମୋର ଭଲପାଇବା
ବହୁତ ଅଧିକ, ଆଉ ଦୁର୍ବଳ ତା ମଧ୍ଯ,
କେମିତି କହିବି ତାଙ୍କୁ ଯେ ମୁଁ ତାଙ୍କୁ
କେତେ ଭଲପାଉଛି, କେମିତି କହିବି
ଯେ ସେ ମୋର ଜୀବନ, ତାଙ୍କୁ
ଦେଖିବାକୁ ଏ ଆଖି ସବୁବେଳେ
ଅପକ୍ଷେ କରିଛି, ତାଙ୍କ କଥା 
ଶୁଣିବାକୁ ଏ କାନ ତରସି ଗଲାଣି ।
କେମିତି କହିବି ତାଙ୍କୁ ମୁଁ କେତେ
ଭଲ ପାଉଛି ! ସେ କଣ ବୁଝିପାରିବେ
ମୋ ଭଲପାଇବା, ମୁଁ କ'ଣ ତାଙ୍କୁ
ବୁଝେଇ ପାରିବି ଯେ ମୁଁ ତାଙ୍କୁ
କେତେ ଯେ ଭଲପାଉଛି, ଏହା
କିପରି ସମ୍ଭବ, ମୁଁ ତ କେବଳ ତାଙ୍କୁ
କହିବି, ହେଲେ ସେ ଏକଥାକୁ କଣ 
ସତ ଭାବିବେ, ଯଦି ସେ ପ୍ରମାଣ
ମାଗିଲେ ତେବେ ମୁଁ କଣ ତାଙ୍କୁ
ପ୍ରମାଣ ଦେବି ଯେ ମୁଁ ତାଙ୍କୁ କେତେ
ଭଲପାଉଛି, ଏ ମୋ ପକ୍ଷରେ
ସମ୍ଭବ ନୁହେଁ !
ମୁଁ କେବଳ ତାଙ୍କୁ ଭଲପାଉଛି ଏହା
ବ୍ଯତୀତ ମୋର ତାଙ୍କ ଉପରେ ଆଉ
କୌଣସି ବି ଅଧିକାର ନାହିଁ, ତ
କେମିତି, ମୋ ପ୍ରେମ କଣ ଏମିତି
ଏକତରଫା ରହିଯିବ ସବୁଦିନ
ପାଇଁ, ଏ କଥା ଭାବି ବହୁତ ଦୁଃଖ
ଲାଗେ, ବେଳେ ବେଳେ ଆଖିରୁ
ଲୁହ ମଧ୍ଯ ଚାଲିଆସେ । ପୁଣି ଭାବେ
ଯଦି ସେ ଚାଲିଯାସେ । ପୁଣି ଭାବେ
ଯଦି ସେ ଜାଣିପାରିଲେ ମୁଁ ତାଙ୍କୁ
କେତେ ଭଲପାଉଛି ତେବେ କ'ଣ ସେ
ମୋ ସହ ଜୀବନ ବିତାଇବାକୁ ରାଜି ହେବେ !
ରାଜି ହେବେ ! ହେଲେ ସେ ଏମିତି
କରିବେ କେବଳ ଏଥିପାଇଁ ଯେ ମୁଁ
ତାଙ୍କୁ ଭଲପାଉଛି ବୋଲି, ଏହା
କେବେବି ସମ୍ଭବ ନୁହେଁ, କାରଣ
ଏମିତି କେହି ବି ନାହାନ୍ତି ଏହି
ଦୁନିଆରେ ଯିଏକି ଆଉ କାହାର
ଭଲପାଇବା ପାଇଁ ନିଜର
ଭଲପାଇବାକୁ ଭୁଲିଯିବ ।
ହେଲେ ମୋ ଭଲପାଇବାରେ
ସେତିକି ଶକ୍ତି ଅଛି । ଯେମିତି କି ସେ
ମୋ ଉପରେ ଆଖି ବନ୍ଦ କରି ବିଶ୍ୱାସ
କରିପାରିବ । ହେଲେ କ'ଣ ପାଇଁ ସେ
ମୋ ଉପରେ ଏତେ ବିଶ୍ୱାସ କରିବ,
କ'ଣ ପାଇଁ ମୁଁ ଏସବୁ କଥା ଭାବୁଛି,
କ'ଣ ପାଇଁ ମୁଁ ସବୁ ବେଳେ ତାଙ୍କୁ
ମନେ ପକାଉଛି, କ'ଣ ପାଇଁ ତାଙ୍କ
ପାଇଁ ଏତେ ପ୍ରେମ, କ'ଣ ପାଇଁ ତାଙ୍କୁ
ଦେଖିଲେ ମନ ଖୁସି ହୋଇଯାଏ,
ମୁଁ କଣ ଗୋଟିଏ ପାଗଳ,
ଏସବୁ କଣ ପାଗଳାମିର ଲକ୍ଷଣ ?
ଏହା କି ପ୍ରକାରର ପାଗଳାମି, ହଁ
ବୋଧେ ମୁଁ ପାଗଳ । ଯଦି ମୁଁ ପାଗଳ
ତ ଏଥିରେ ଭୁଲ କାହାର ମୋର
ନା ମଲ୍ଲୀର ? ମଲ୍ଲୀର ଭୁଲ କ'ଣ
ପାଇଁ, ସେ ତ କହିନଥିଲେ ତାଙ୍କ
ପାଇଁ ପାଗଳ ହେବାକୁ, ସେ ତ
କହିନଥିଲେ ତାଙ୍କୁ ସବୁବେଳେ ମନେ
ପକାଇବାକୁ, ତ ଭୁଲ୍ ମୋର, ହଁ
ଭୁଲ୍ ବୋଧେ ମୋର !
କ'ଣ କରିବି ସେ ଭୁଲ୍ ମୁଁ ବାରମ୍ବାର
କରୁଛି, ହେଲେ କ'ଣ ପାଇଁ ମୁଁ ଏ 
ଭୁଲ୍ ବାରମ୍ବାର କରୁଛି, କ'ଣ ପାଇଁ
ମୁଁ ସବୁବେଳେ ତାଙ୍କ ପ୍ରତି ଏତେ
ଆକୃଷ୍ଠ ହେଉଛି, କ'ଣ ପାଇଁ ଏତେ
କଥା, କ'ଣ ତାଙ୍କ ଚେହେରା ମୋତେ
ତାଙ୍କ ପ୍ରତି ଆକୃଷ୍ଠ କରୁଛି, ଯଦି
ଏହା ସତ ତେବେ ତିନି ବର୍ଷ ଧରି
ତାଙ୍କୁ ଦେଖି ନଥିଲି, ତେବେ ମୋ
ପ୍ରେମ ତାଙ୍କ ପାଇଁ କମିଯିବା କଥା,
ହେଲେ ମୋ ପ୍ରେମ ତାଙ୍କ ପ୍ରତି ତ
ବଢିବାକୁ ଲାଗିଛି, କି ମୁଁ ତାଙ୍କ ଗୁଣକୁ
ଭଲପାଏ, ହେଲେ ଗୁଣ କଣ !
ମୁଁ ବି ଏପର୍ଯ୍ଯନ୍ତ ଜାଣପାରିଲି ନାହିଁ
ଯେ ଟିକେ ଗୁଣ କଣ, କଣ ସେ
ଟିକେ କଥାରେ କାନ୍ଦିହା ଏହା
ତାଙ୍କରି ମୋତେ ଆକୃଷ୍ଟ କଲା ତାଙ୍କ
ଆଡ଼କୁ ହେଲେ ମୋ ଆଗରେ ତାକୁ
ଆଗରୁ ବହୁତ କଣ କାନ୍ଦି ଥିଲେ,
ତ କେବଳ ମଲ୍ଲୀ ପ୍ରତି ହିଁ ମୁଁ କଣ
ପାଇଁ ଆକୃଷ୍ଟ ହେଲି, ତାହେଲେ
ତାଙ୍କ ହୃଦୟକୁ ଦେଖି କ'ଣ ମୁଁ
ତାଙ୍କ ପ୍ରତି ଆକୃଷ୍ଟ ହେଲି, ହେଲେ 
ତାଙ୍କ ପାଖରେ ତ ମୁଁ କେବେବି
ମୋ ପ୍ରତି ଆତୁରତା ଦେଖିବାକୁ
ପାଇଲି ନାହିଁ, ତ କଣ ପାଇଁ ମୁଁ
ତାଙ୍କୁ ଭଲ ପାଉଛି ?
ଏ କଥା ତାଙ୍କୁ ମୁଁ ବହୁତ ଥର
ପଚାରିବି ଭାବେ ହେଲେ କେବେ
ବି ପଚାରିପାରିଲି ନାହିଁ । ଏହା
କେମିତି ଭଲପାଇବା ମୋର । ତାଙ୍କୁ
ମୁଁ ଏତେ କ'ଣ ପାଇଁ ଅନୁଭବ
କରୁଛି । ମୋ ମନରେ ତାଙ୍କର
ପ୍ରତିଛବି ଏମିତି ବସା ବାନ୍ଧି କ'ଣ
ପାଇଁ ରହିଛି । କ'ଣ ପାଇଁ ସେ
ସବୁବେଳେ ମୋତେ ମନେ 
ପଡ଼ୁଛନ୍ତି । ବହୁତ ପ୍ରଶ୍ନ ଅଛି ମୋ 
ମନରେ ହେଲେ ଏସବୁ ପ୍ରଶ୍ନ ତାଙ୍କ
ପାଖକୁ ଗଲେ ସବୁ ଉଭେଇ ଯାଉଛି 
କ'ଣ ପାଇଁ ? କଥା କଣ ? ତାଙ୍କ
ସହିତ କଥା ହେବାକୁ ମୁଁ ଏତେ
ବ୍ଯାକୁଳ କଣ ପାଇଁ ? ହେଲେ ସେ
ବି କ'ଣ ଏମିତି ମୋ ଭଳି ମୋ
ସହିତ କଥା ହେବାକୁ ବ୍ଯାକୁଳ ?
ମୋତେ ସେମିତି ଲାଗୁନି ତ !
ମୋତେ ତାଙ୍କ ସହିତ କଥା ହେବା
ବେଳେ ଏମିତି ଲାଗେ ଯେ ଯେମିତି
ସେ ମୋ ବିଷୟରେ କିଛି ବି
ଜାଣିବାକୁ ଚାହୁଁନାହାନ୍ତି । କେବଳ ମୁଁ
ହଁ କ'ଣ ପାଇଁ ତାଙ୍କ ସବୁ କଥା
ଜାଣିବାକୁ ଚାହୁଁଛି ଏବଂ ତାଙ୍କ
ପାଟିରୁ ହଁ ଶୁଣିବାକୁ ଚାହୁଁଛି ।
ସେ କ'ଣ ପାଇଜ୍ଞ ଏତେ ନିଜର
ଲାଗୁଛନ୍ତି, କ'ଣ ପାଇଁ ଏ ଆଖି
ତାଙ୍କୁ ହିଁ ସବୁବେଳେ ଦେଖିବାକୁ
ଏବଂ ଅନୁଭବ କରିବାକୁ ଚାହୁଁଛି ।
ଏମିତି କି ବନ୍ଧନ ଅଛି ତାଙ୍କ ସହିତ
ଯେ ସେ ଏତେ ନିଜର ଲାଗୁଛନ୍ତି,
ନିଜର ନା ସେହିଁ ନିଜର ଲାଗୁଛନ୍ତି ।
ତାଙ୍କ ଭାବନା ସବୁବେଳେ ମୋ
ମନକୁ ଆସୁଛି, ତାଙ୍କୁ ମୁହଁ
ସବୁବେଳେ ଆଖି ଆଗରେ ନାଚି
ଉଠୁଛି, ତାଙ୍କ କଥା କାନ ଶୁଣିବାକୁ
ସବୁବେଳେ ଅପେକ୍ଷା କରିଛି, ଯେତେ
କଥା ହେଲେ ବି ମନ ଭରୁନି ଆହୁରି
କଥା ହେବା ପାଇଁ ଇଚ୍ଛା ହେଉଛି,
ଯେତେ ଦେଖିଲେ ବି ତାଙ୍କୁ ଆହୁରି
ଦେଖିବାକୁ ଚାହୁଁଛି । ବହୁତ ଦିନ
ବିତିଗଲା ତାଙ୍କ ଭାବନା ସହିତ,
ଏବେ ତାଙ୍କ ସହିତ କିଛି ଦିନ
ବିତିଇବାକୁ ଚାହୁଁଛି । ତାଙ୍କ ମନରେ
ମୋ ପ୍ରତି କ'ଣ ଅଛି ଜାଣିବାକୁ
ଚାହୁଁଛି, ତାଙ୍କୁ ପଚାରିବାକୁ ଚାହୁଁଛି
ଯେ ସେ କଣ ମୋ ସହ ସାରା
ଜୀବନ ବିତାଇବାକୁ ଚାହୁଁଛନ୍ତି, ସେ 
କଣ ମୋ ସମ୍ପର୍କ ବନ୍ଧନରେ ବାନ୍ଧି
ହେବାକୁ ଚାହୁଁଛନ୍ତି । କି ଆଉ କିଛି 
ସେ ଚାହୁଁଛନ୍ତି । ସବୁ ଶୁଣିବାକୁ ଚାହୁଁଛି 
ତାଙ୍କ ପାଟିରୁ, ଆହୁରି ମଧ୍ଯ ତାଙ୍କ
ପାଟିରୁ ମୋ ନାଁ ଶୁଣିବାକୁ ଚାହୁଁଛି ।
ତାଙ୍କ ସବୁ ପ୍ରଶ୍ନର ଉତ୍ତର ଦେବାକୁ
ତାହୁଁଛି, ହେଲେ ସେ କ'ଣ ମୋତେ
ପ୍ରଶ୍ନ ପଚାରିବାକୁ ଆଗ୍ରହ ପ୍ରକାଶ
କରିବେ । ତାଙ୍କ ନଜରରେ ମୁଁ ଏବେ
କିଛି ନୁହେଁ, ବହୁତ ସାନ, ବହୁତ
ମୁର୍ଖ, ବହୁତ ରାଗୀ, ବହୁତ
ଜିଦିଆ, ଆଉ ପୁରା ପାଗଳ । 
ଏମିତି କେତେଦିନ ଚାଲିବ, କ'ଣ
ସବୁବେଳେ ମୁଁ ତାଙ୍କ କଲକୁ
ଅପେକ୍ଷା କରିଥିବି ହେଲେ ସେ
କେବେବି ମୋ ପାଖକୁ କଲ କରିବେନି,
ସେ କ'ଣ ପାଇଁ ମୋତେ ତାଙ୍କ
ପାଖକୁ କଲ୍ କରିବାର ଅଧିକାର
ଦେଉନାହାନ୍ତି, କ'ଣ ପାଇଁ ସେ 
ମୋତେ ଏତେ ପର ଭାବୁଛନ୍ତି । ସେ
କ'ଣ ଜାଣିନାହାନ୍ତି ସେ ହେଉଛନ୍ତି ମୋ
ଦୁନିଆ, ତାଙ୍କ ବିନା ମୁଁ କିଛି ବି ନୁହଁ ।
ସେ କ'ଣ ଏକଥା ବୁଝିପାରୁ ନାହାନ୍ତି ।
ସେ କ'ଣ ପାଇଁ ମୋ ହୃଦୟ 
ସହିତ, ଭାବନା ସହିତ ସବୁବେଳେ 
ଖେଳୁଛନ୍ତି । ସେ କ'ଣ ବୁଝିପାରୁ
ନାହାନ୍ତି ଭଲପାଇବା କ'ଣ ।
କେମତି ବୁଝେଇବି ତାଙ୍କୁ ମୋ
କଥା ହଁ ବୁଝିବାକୁ ଚାହୁଁନାହାନ୍ତି କି
ମୋ ତାଙ୍କ ମୂଲ୍ଯବାନ ସମୟ ବି
ଦେଉନାହାନ୍ତି ତାଙ୍କୁ ବୁଝେଇବା ପାଇଁ ।
କ'ଣ ସେ କେବେବି ବୁଝିପାରିବେ
ନାହିଁ ମୋତେ ଓ ମୋର
ଭଲପାଇବାକୁ । କି ସେ ମୋତେ
ବୁଝିବାକୁ ହିଁ ଚାହୁଁନାହାନ୍ତି ! କ'ଣ
ପାଇଁ ଏମିତି ଭାବୁଛି ମୁଁ, କେବଳ
ଏଥିପାଇଁ ଯେ ସେ ମୋ ସହିତ କଥା
ହେବାକୁ ଚାହୁଁନାହାନ୍ତି, ଏହା ହେଲେ
କେମିତି ସତ ଭାବିବି !
ସେ ଦିନ ତ କହିଥିଲେ ଯେ
"ଏବେବି ଆମେ ଚାହିଁଲେ 
ହୋଇପାରିବ ପ୍ରେମ" ହେଲେ ମୁଁ ତ
ସବୁବେଳେ ହଁ ଚାହୁଁଛି ହେଲେ ସେ
କ'ଣ ପାଇଁ ତାଙ୍କ କଥାରୁ
ବଦଳିଯାଉଛନ୍ତି । କ'ଣ ପାଇଁ ସେ
କହିଛନ୍ତି ଯେ ମୁଁ ସବୁବେଳେ ବିଜି
ରହୁଛି ହେଲେ ସେ ତ ସବୁବେଳେ 
ହଁ ଫ୍ରି ରହୁଛନ୍ତି, ସେ ମୋ ସହିତ
ସମୟ ବିତାଇବାକୁ କ'ଣ ପାଇଁ ଚାହୁଁନାହାନ୍ତି ।
ସତରେ କଣ ମୋ ଭଲପାଇବା
ସବୁଦିନ ଏକତରଫା ହିଁ
ରହିଯିବ, କ'ଣ ସେ କେବେବି ତାଙ୍କ
ଆଡ଼ୁ ମୋତେ ଭଲପାଇବେ ନାହିଁ !
ଯଦି ଏହା ସତ ତାହାଲେ ସେ
ସେଦିନ କ'ଣ ପାଇଁ ମୁଁ ବି ତମକୁ
ଭଲପାଉଛି ବୋଲି କହିଲେ ?
ଏମିତି ନୁହେଁ ତ ସେ ମୋ ଜୀବନ
ସହିତ ଖେଳୁଛନ୍ତି, ହେଲେ କେମିତି
ସବୁ ଭୁଲ୍ ତ ମୋର, ତାଙ୍କୁ କ'ଣ
ପାଇଁ କହିବି ଯେ ମୋତେ ଭଲପାଅ
ବୋଲି ସେ କ'ଣ ଜାଣିନାହାନ୍ତି ତାଙ୍କ
ଛଡ଼ା ମୋତେ ଆଉ କିଛି ବି 
ଭଲଲାଗେ ନାହିଁ । ମୋତେ ଲାଗୁଛି
ତାଙ୍କୁ ଭାବି ମୋ ଜୀବନ ଚାଲିଯିବ ।
ତଥାପି ମୁଁ ଅପେକ୍ଷା କରିବି ତାଙ୍କୁ,
ତାଙ୍କ କଲକୁ, ତାଙ୍କ ମସେଜକୁ 
କିନ୍ତୁ ମୁଁ ତାଙ୍କୁ ଆଉ କୌଣସି
ମେସେଜ କି କଲ୍ ଆଉ କରିବିନି
କାରଣ ସେ ମୋତେ ବହୁତ
ଅଣଦେଖା କରୁଛନ୍ତି ।
ତାଙ୍କ ପାଖରେ ମୁଁ ସବୁବେଳେ
ଅପମାନିତ ହେଉଛି ।
କ୍ଷମା କରିବ, କ୍ଷମା କରିବା, କ୍ଷମା କରିବ 🙏🏻

Post a Comment

Post a Comment (0)

Previous Post Next Post
Free Shubhdristi App Download Now