ଜ୍ୟାମିତି ବାକ୍ସରେ ଜୀବନ


ଜ୍ୟାମିତି ବାକ୍ସରେ ଜୀବନ - ନାରାୟଣ ସାହୁ

ଆରେ ମାପିନିଅ 
ନିଜର ଜୀବନର
ବାସ୍ତବତାକୁ,
ଜ୍ୟାମିତି ବାକ୍ସରେ ଥିବା ସେଇ 
ପନ୍ଦର ସେଣ୍ଟିମିଟର 
ଜ୍ଞାନ ରୂପକ ସ୍କେଲ ରେ।
ଆଉ ଆଙ୍କି ଦିଅ ଗୋଟେ ସୁନ୍ଦର 
ବୃତ୍ତ ରୂପକ ସ୍ମୃତି ,
ଚିହ୍ନଟି ପ୍ରେମର କେନ୍ଦ୍ରବିନ୍ଦୁ
ଟାଣିଦିଅ ସ୍ନେହ , ଶ୍ରଦ୍ଧା 
ଓ ଆପଣାପଣ ରୂପକ  
ବ୍ୟାସାର୍ଦ୍ଧ, ବ୍ୟାସ ଆଉ ଜ୍ୟା!
ସୁଖ ଓ ଦୁଃଖ ଭରା ସେହି 
ପେନ୍ସିଲ୍ ଆଉ କମ୍ପାସରେ।
ନିଜର ଭୁଲ୍ ଓ ଠିକ୍
ପାପ ଓ ପୁଣ୍ୟକୁ ବି 
ପ୍ରତିକ୍ଷଣ ମାପିନିଅ
ଅନ୍ତଃବିବେକ ରୂପକ
ସେଇ ଶହେଅଶି ଡିଗ୍ରୀ 
ପ୍ରୋଟାକ୍ଟର୍ ରେ ।
ଆଉ ଲିଭେଇଦିଅ ,
ପେନ୍ସିଲ୍ ରେ ଚିତ୍ରି ଥିବା ସବୁ 
ଭୁଲ୍ ଓ ପାପକୁ 
ପଶ୍ଚାତାପ ରୂପକ 
ସେହି ରବର ରେ।। 

2 Comments

Post a Comment

Post a Comment

Previous Post Next Post
Free Shubhdristi App Download Now