ଭାଷା

ଭାଷା - ବର୍ଷା ବୈଶାଳୀ ପ୍ରଧାନ 

ଭାଷା !
ମୂକର ଆଶା,
ବ୍ୟକ୍ତିତ୍ୱର ପରିଭାଷା,
ଶୈଶବର ଜିଜ୍ଞାସା,
ଏଇ ଭାଷା।

କବିର ଅନ୍ୱେଷଣ,
ନେତାର ଭାଷଣ,
ଗଣମାଧ୍ୟମର ଜରିଆ,
ବନ୍ଧୁତାର ଦରିଆ।
ଏଇ ଭାଷା।

ଭାଷା!
କେବେ ମମତା ବୋଳା,
ତ କେବେ ହୃଦୟପିଡା,
କେବେ ସ୍ୱାର୍ଥଲିପ୍ତ,
ତ କେବେ ଭାବସୁପ୍ତ।

ଭାଷା ବିବିଧ
କିଛି ପରିପକ୍ୱ,
କିଛି ନିର୍ବୋଧ ।
କିଛି ଛଳନାର ବସା,
କିଛି ଭାବନାର ବର୍ଷା।
ଏଇ ଭାଷା।


Post a Comment

Post a Comment (0)

Previous Post Next Post
Free Shubhdristi App Download Now