ଆତ୍ମତୃପ୍ତି




ଆତ୍ମତୃପ୍ତି - ମୋନାଲିଶା💙

କେତେ ରୋଷ
କେତେ ଅଭିମାନ
ବେଳେବେଳେ ହାବୁଡି ଯାଏ
ସ୍ବାଭିମାନକୁ
ସମସ୍ତଙ୍କୁ କହେ
ଏଥର ଆଉ ହସିବିନି
ମୁହଁ ଫୁଲେଇ ବସିବି
ଯେତେ ମନେଇଲେ ବି
ଜମା ମାନିବିନି
ଜାଣେ ସବୁ
ତୁମେ ଆଉ ତୁମ ବାହାନା
ଦୁଇଜଣଙ୍କର ରାଜଜୋଟକ
ମୋର କିନ୍ତୁ ନାଗନାଡି
ମୋ ଭାବନା ସହ
ସେମାନେ ତୁମପାଖେ
ଅଭିଯୋଗ ବାଢନ୍ତି
ତୁମଠୁ ଅନେକକିଛି
ଆଶା କରନ୍ତି
ହେଲେ ମୁଁ ଖୁସି ଅଛି
ହଁ ଏ ଚପଳ ହୃଦୟଟା
ଯାହା ଗୁମୁରି କାନ୍ଦୁଛି
ଜିତିବାକୁ ଅନେକ ଚେଷ୍ଟା
ତୁମକୁ
ତୁମ ହୃଦୟକୁ
ତଥାପି
ହାରିଯାଏ ମୁଁ
ତୁମପାଖେ
ଆଉ ପାଏ
ଆତ୍ମତୃପ୍ତି ।।
©ମୋନାଲିଶା💙

Post a Comment

Post a Comment (0)

Previous Post Next Post