ଅପେକ୍ଷା - ମୋନାଲିଶା💙
ହେ ପ୍ରାଣ
ମୁଁ କଣ ଝରା ଶେଫାଳି
ରାତିଏ ଆୟୁଷ ମୋର
ନା ପଳାଶ ଫୁଲ
ଶିବରାତ୍ରିର ପୂଜା ପାଇଁ
ଆକାଶକୁ ଚାହିଁ ରହିଥିବା
ଚାତକ ପକ୍ଷୀ ନୁହେଁ ତ
ଯିଏ ଅଧିର ହୁଏ
ସେଇ ସ୍ବାତୀ ନକ୍ଷତ୍ରର
ବର୍ଷା ଟୋପା ପାଇଁ
ମୁଁ କଣ ଦିଗବଳୟ
ଯାହାକୁ ଦୂରେ ରହି
ଅନୁଭବ କରିହୁଏ
ନା ସେ ସମୁଦ୍ରର ଅଶାନ୍ତ ଢେଉ
ଯିଏ ଆଣେ ସୁନାମୀ
ଚୋରାବାଲିରେ
ଫସି ଯାଇଥିବା ସେ
ପାଦ ଯୋଡିକ ନୁହେଁ ତ
ଯିଏ ପ୍ରତୀକ୍ଷା ର
ପ୍ରତ୍ୟାଶାରେ
ଅସ୍ତବ୍ୟସ୍ତ ।।
©ମୋନାଲିଶା💙
Post a Comment