କେହିଜଣେ ନିଜପରି



କେହିଜଣେ ନିଜପରି - ମୋନାଲିଶା💙
     ନିଜପରି କେହିଜଣେ ନିଜପରି
ଏମିତି କେମିତି ସମ୍ଭବ!
ଜଣେ କଣ ମୂହୁର୍ତ୍ତରେ
ଅଧିକାର କରିପାରେ ପୃଥିବୀ
ଚଳାଇପାରେ ନିଜର ଶାସନ
ଆଖିରେ
ମନରେ
ହୃଦୟରେ
ମସ୍ତିଷ୍କରେ
ସମସ୍ତେ କେମିତି ବଶୀଭୂତ
ହୋଇଯାନ୍ତି ତା ପାଖେ
ମୋର ଖାଇ ମୋର ହେଇ
ତା ନାମ ଜପନ୍ତି।
ଚିନ୍ତା, ଚେତନା
ସ୍ୱପ୍ନ ଆଉ ଭାବନା
ସବୁ ପାଲଟି ଯାଆନ୍ତି
ତାର ପ୍ରତିରୂପ
ବାସ୍ତବତା ବି ଧୋକା ଖାଏ
ମୋ ଅସ୍ମିତାରେ
ଖାଲି ସିଏ ହିଁ ସିଏ।
©ମୋନାଲିଶା💙

Post a Comment

Post a Comment (0)

Previous Post Next Post