ପାଗଳ


ପାଗଳ - ବର୍ଷା ବୈଶାଳୀ ପ୍ରଧାନ
ଏକ ଆଖ୍ୟା ନା ବ୍ୟାଖ୍ୟା
ସଂଜ୍ଞା ନା ସମ୍ବୋଧନ
ଭର୍ତ୍ସନା ନା ବୟାନ
ମୁଁ ଜାଣେନା।

ବିବିଧତା ସମାଜରେ
ତାର ପରିଚୟ ଭିନ୍ନ
କେବେ ବିଚଳିତ ବାର୍ଦ୍ଧକ୍ୟ
ତ କେବେ ଅଶାନ୍ତ ଯୌବନ।

ରାଜପଥ କଡ
ସୁଦୂର ପାହାଡ
ମା'ର ହୃଦୟ
ପ୍ରେମିକା ର ମନ
ଇତ୍ୟାଦି ତା ବାସସ୍ଥାନ।

ଅପ୍ରସ୍ତୁତ କେଶକୁ
ଅସ୍ୱସ୍ତିକର ବେଶ
ଚିତ୍ରକର ତୂଳୀରେ
ପାଗଳର ଦୃଶ୍ଯ।

ବୁଝି ହୁଏନି ତା କୋହ
ଦେଖି ହୁଏନି ତା ଲୁହ
ନ ଜାଣି ବାସ୍ତବ କାରଣ
ସମାଜେ ହୁଏ ସେ ବାରଣ।

ପାଗଳ ମମତାର ଡାକ ନାଁ
ମା'ର ଉଦବିଗ୍ନ ରାହା
ପ୍ରଣୟର ଶେଷ ସୀମା
ପ୍ରେୟସୀ ହୃଦୟ ଗାରିମା।

Post a Comment

Post a Comment (0)

Previous Post Next Post
Free Shubhdristi App Download Now