ମହମବତୀର ଶୋକ -ପ୍ରିୟଦର୍ଶିନୀ ମହାନ୍ତି
ତାର କ'ଣ କମ ଦୁଃଖ କି!
ଦିନ ଥିଲା ଉତ୍ସବରେ ତାକୁ ଜାଳି
ମନଉଥିଲେ ଖୁସି,
ହସ, ଖୁସିର ମାହୋଲରେ
ସେ ବି ଦେଉଥିଲା ହସି...
ନାଲି, ନୀଳ ରଙ୍ଗ ବେରଙ୍ଗ
ହୋଇ ଜଳୁଥିଲା,
ସେ ଜଳୁଥାଏ ପଛେ
କିନ୍ତୁ ପାଉଥିଲି ଖୁବ ଆନନ୍ଦ।
ସେ ମହମବତୀ,
ମହଣ ମହଣ ଖୁସିର ଫୁହାରେ
ମହକୁଥିଲା ତା ଛାତି...
ଅନ୍ଧାକାର ଚିରି ଆଲୋକ
ବିଞ୍ଚିଦେଉଥିଲା,
ତରଳି ତରଳି
ତରି ଯାଉଥିଲା...
ସ୍ୱାର୍ଥପର ଦୁନିଆରେ
ସେ ହିଁ ତ ଥିଲା ନିଃସ୍ୱାର୍ଥପର,
ତମସା ହଟେଇ ଆଣୁଥିଲା
ଆଲୋକ ଜୁଆର।
ହେଲେ ଆଜି ସେ ଜଳୁଛି
କେଉଁ ଶୋକ ସଭାରେ ,
କେଉଁ ଧର୍ଷିତାକୁ ନ୍ୟାୟ ଦେବାରେ...
ଆଗ ପରି ତା ଆଖିରୁ
ଝରୁନାହିଁ ଆନନ୍ଦର ଅଶ୍ରୁ ଧାର..
ଟପ୍ ଟପ୍ ଖସିଯାଉଛି
ଦୁଃଖ , ଯନ୍ତ୍ରଣା ଓ ବିଦ୍ରୋହର ଚିତ୍କାର।
ଅତି ଭାବପ୍ରବଣତା ଭରା ଲେଖା ଟେ, ଖୁବ ମାର୍ମିକ ରୂପେ ଦର୍ଶାଇଛନ୍ତି ମନ ର କଥା କୁ। ଏମିତି ଲେଖୁଥାନ୍ତୁ
ReplyDeletePost a Comment