ମଣିଷର ଅଭାବ - ମୋନାଲିଶା💙
ବିକଳ ବିକଳ ହେଇ କାନ୍ଦୁଥିଲା ଦୁଇ ବର୍ଷର ଶିଶୁ।ସେ ନିଜେ ଜାଣି ପାରୁନଥିଲା କାହିଁକି କାନ୍ଦୁଛି। ମା ତାର ଭୂମିରେ ମଥା ପିଟି ପିଟି କାନ୍ଦି ଚେତାଶୂନ୍ୟ ହେଇଗଲାଣି। ଝାଟିମାଟିର କୁଡିଆ ଘରଟିଏ। କୁଡିଆ ଆଗରେ ପଡି ରହିଛି ଗୋଟେ ନିର୍ଜୀବ ଶରୀର। ଯାହାକୁ କହନ୍ତି ଶବ। ଉଠେଇବା ପାଇଁ ବି କେହି ଆଗଭର ନାହାଁନ୍ତି। ଶବଟି ଥିଲା ଗୋଟିଏ ମଣିଷର। ଆଶ୍ଚର୍ଯ୍ୟର କଥା ସେ ଶିଶୁ ଆଉ ତା' ମା କୁ ଛାଡିଦେଲେ ସେଠି କୌଣସି ମଣିଷ ଉପସ୍ଥିତ ନଥିଲେ। ହଁ! କିନ୍ତୁ ଭିଡ ବହୁତ ଥିଲା। ଭିଡରୁ କିଏ କହୁଥିଲା ହିନ୍ଦୁ ବିପଦରେ।।ଆଉ କିଏ କହୁଥିଲା ଇସଲାମକୁ ରକ୍ଷା କରିବାକୁ ହେବ। ଫିଙ୍ଗି ଚାଲିଥିଲେ ପରସ୍ପରକୁ କାଦୁଅ।ଯାହାର ଛିଟା ନିଜ ଉପରେ ହିଁ ପଡୁଥିଲା। ମାନବିକତା, ଶାନ୍ତି,ମୈତ୍ରୀ ର ଚିତାରେ ଜଳୁଥିଲା ସେ ଖଣ୍ଡମଣ୍ଡଳ।ସେ ଅଗ୍ନିରେ ଜଳିପୋଡି ପାଉଁଶ ହେଇ ଯାଉଥିଲେ କେତେ ଆଶା ଆଉ ସ୍ୱପ୍ନ। କିଛି ଧର୍ମାନ୍ଧ ସେଥିରେ ଘୃତ ଓ କର୍ପୂର ଢାଳୁଥିଲେ। ଡରୁଥିଲେ କାଳେ ଯଦି ଏମାନେ ଜିଇଁ ଉଠିବେ ତାହେଲେ ତାଙ୍କର ଅସଲମୁଖା ଖସିଯିବ।
ହଠାତ୍ କୁଆଟିଏ ମରି ତଳେ ପଡିଗଲା। ମୁହୁର୍ତ୍ତକରେ ସେଠି ରୁଣ୍ଡ ହୋଇଗଲେ ହଜାର ହଜାର କାଉ। କାଉ ମାନଙ୍କର କାଆ କାଆରେ କେବଳ ଦୁଃଖ ଓ ସମବେଦନା ଥିଲା।ସେମାନେ ପରସ୍ପରକୁ ରାମ୍ପୁଡା କାମୁଡା କରୁନଥିଲେ।
ଆଉ ସେ ଶିଶୁର ଆତୁର କାନ୍ଦରେ କେବଳ ଅସହାୟତା....
କିନ୍ତୁ ଭିଡ ସେମିତି ମାତି ରହିଥିଲା କାଦୁଅ ଫିଙ୍ଗାଫିଙ୍ଗିରେ...
ଚେତାଶୂନ୍ୟ ମା' ଆଉ ସେ ଶବ ବୋଧେ ଅପେକ୍ଷା କରି ରହିଥିଲେ କେଉଁ ମଣିଷକୁ......
©ମୋନାଲିଶା
କାନ୍ଦୁଥିଲା ଦୁଇ ବର୍ଷର ଶିଶୁ।ସେ ନିଜେ ଜାଣି ପାରୁନଥିଲା କାହିଁକି କାନ୍ଦୁଛି। ମା ତାର ଭୂମିରେ ମଥା ପିଟି ପିଟି କାନ୍ଦି ଚେତାଶୂନ୍ୟ ହେଇଗଲାଣି। ଝାଟିମାଟିର କୁଡିଆ ଘରଟିଏ। କୁଡିଆ ଆଗରେ ପଡି ରହିଛି ଗୋଟେ ନିର୍ଜୀବ ଶରୀର। ଯାହାକୁ କହନ୍ତି ଶବ। ଉଠେଇବା ପାଇଁ ବି କେହି ଆଗଭର ନାହାଁନ୍ତି। ଶବଟି ଥିଲା ଗୋଟିଏ ମଣିଷର। ଆଶ୍ଚର୍ଯ୍ୟର କଥା ସେ ଶିଶୁ ଆଉ ତା' ମା କୁ ଛାଡିଦେଲେ ସେଠି କୌଣସି ମଣିଷ ଉପସ୍ଥିତ ନଥିଲେ। ହଁ! କିନ୍ତୁ ଭିଡ ବହୁତ ଥିଲା। ଭିଡରୁ କିଏ କହୁଥିଲା ହିନ୍ଦୁ ବିପଦରେ।।ଆଉ କିଏ କହୁଥିଲା ଇସଲାମକୁ ରକ୍ଷା କରିବାକୁ ହେବ। ଫିଙ୍ଗି ଚାଲିଥିଲେ ପରସ୍ପରକୁ କାଦୁଅ।ଯାହାର ଛିଟା ନିଜ ଉପରେ ହିଁ ପଡୁଥିଲା। ମାନବିକତା, ଶାନ୍ତି,ମୈତ୍ରୀ ର ଚିତାରେ ଜଳୁଥିଲା ସେ ଖଣ୍ଡମଣ୍ଡଳ।ସେ ଅଗ୍ନିରେ ଜଳିପୋଡି ପାଉଁଶ ହେଇ ଯାଉଥିଲେ କେତେ ଆଶା ଆଉ ସ୍ୱପ୍ନ। କିଛି ଧର୍ମାନ୍ଧ ସେଥିରେ ଘୃତ ଓ କର୍ପୂର ଢାଳୁଥିଲେ। ଡରୁଥିଲେ କାଳେ ଯଦି ଏମାନେ ଜିଇଁ ଉଠିବେ ତାହେଲେ ତାଙ୍କର ଅସଲମୁଖା ଖସିଯିବ।ହଠାତ୍ କୁଆଟିଏ ମରି ତଳେ ପଡିଗଲା। ମୁହୁର୍ତ୍ତକରେ ସେଠି ରୁଣ୍ଡ ହୋଇଗଲେ ହଜାର ହଜାର କାଉ। କାଉ ମାନଙ୍କର କାଆ କାଆରେ କେବଳ ଦୁଃଖ ଓ ସମବେଦନା ଥିଲା।ସେମାନେ ପରସ୍ପରକୁ ରାମ୍ପୁଡା କାମୁଡା କରୁନଥିଲେ।
ଆଉ ସେ ଶିଶୁର ଆତୁର କାନ୍ଦରେ କେବଳ ଅସହାୟତା....
କିନ୍ତୁ ଭିଡ ସେମିତି ମାତି ରହିଥିଲା କାଦୁଅ ଫିଙ୍ଗାଫିଙ୍ଗିରେ...
ଚେତାଶୂନ୍ୟ ମା' ଆଉ ସେ ଶବ ବୋଧେ ଅପେକ୍ଷା କରି ରହିଥିଲେ କେଉଁ ମଣିଷକୁ......
©ମୋନାଲିଶା💙
Post a Comment